ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଲେ ଶିକ୍ଷକ ଓ ଗ୍ରାମବାସୀ

କୋକସରା,୧/୫- ମ ନି ସ – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଦର୍ଲିପଡା କ୍ଲଷ୍ଟର ଘଣ୍ଟିଗୁଡା ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ମୁକ୍ତେଶ୍ଵର ନାଏକ ଙ୍କୁ ରବିବାର ଘଣ୍ଟିଗୁଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଵସର ପରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଘଣ୍ଟିଗୁଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦର୍ଲିପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ନାଏକ ଙ୍କ ସଭାପତିତ୍ୱ ରେ ଶିକ୍ଷକ ଅଜିତ କୁମାର ସାହୁ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ ଚିତ୍ତରଞ୍ଜନ ବାଗ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ରମାକାନ୍ତ ଦାସ, ସମ୍ମାନିତ ଅତିଥି ଏ.ବି.ଇ.ଓ ବିଜୟ କୁମାର ବାରିକ, ବି.ଆର.ସି.ସି ତୋଫାନ ମାଝୀ, ଶିକ୍ଷକ ସଂଗଠକ ବ୍ଲକ ସଂଯୋଜକ ତଥା ନୋଡାଲ ସି.ଆର.ସି.ସି କୋକସରା ବୈକୁଣ୍ଠ ଜାଲ, ଶିକ୍ଷକ ସଂଘ ଉପ ସଭାପତି ବିର କିଶୋର ନାଗ, ଦର୍ଲିପଡ଼ା ସି.ଆର.ସି.ସି ସୁବାଷ ଚନ୍ଦ୍ର ବାଗ, ଲଡୁଗାଁ ସି.ଆର.ସି.ସି ଗୋବର୍ଦ୍ଧନ ବେମାଲ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବିଦାୟି ଶିକ୍ଷକ ଙ୍କ ଛାତ୍ରବତ୍ସଳ, ମେଲାପି, ବ୍ୟକ୍ତିତ୍ୱ ସହ କର୍ମମୟ ଜୀବନ ଉପରେ ମତ ରଖିଥିଲେ। ଏହି ଅବସରରେ ଘଣ୍ଟିଗୁଡା ମା ମାଉଳି କ୍ଲବ ଓ ଗ୍ରାମବାସୀ ଙ୍କ ପକ୍ଷରୁ ଶିକ୍ଷକ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା ଦିଆଯାଇଛି। ଶିକ୍ଷକ କ୍ଷୀରସିନ୍ଧୁ ମେହେର,ମାରଗୁଣିଆ ନାଗ ସମେତ ଦର୍ଲିପଡ଼ା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ଶିକ୍ଷକ ଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ। ସଭା ଶେଷ ରେ ଶିକ୍ଷକ ଵିଘ୍ନେଶ୍ୱର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

 

Related posts

ଏ ଆଇ ଟି ଟି ପରୀକ୍ଷାରେ ଓଡ଼ିଶା ଟପର ହେଲେ କୁମ୍ଭାରୀ ଗ୍ରାମର ପପୁ ସା

Sunil Chandra Nayak

ମନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଉଦ୍ୟମକ୍ରମେ କେଗାଁରେ ପାନୀୟ ଜଳ ଯୋଗାଣ ଆରମ୍ଭ

Sunil Chandra Nayak

ମାତୃପ୍ରେମୀ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟତିଥି ପାଳନ

Leave a Comment

error: Content is protected !!