ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଖୋଜ ଯୁବକର ମୃତ ଦେହ ଠାବ- ହତ୍ୟା ସନ୍ଦେହ ,  ଶବ ଆଣିବାକୁ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ପରିବାର

ନିଖୋଜ ଯୁବକର ମୃତ ଦେହ ଠାବ- ହତ୍ୟା ସନ୍ଦେହ , 

ଶବ ଆଣିବାକୁ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ପରିବାର

ଧର୍ମଗଡ଼ ଥାନା ଅଏଁଲାଯୋର ଗ୍ରାମ ର ଜଣେ ଯୁବକ ଙ୍କ ନିଖୋଜର ଦୀର୍ଘ ୪୧ଦିନ ପରେ ମୃତ ଦେହ ଠାବ ହୋଇଥିବା ଖବର ମିଳିଛି।ଆନ୍ଧ୍ରପ୍ରଦେଶ ବବଳୀ -ଜି ଆର ପି ପୋଲିସ ମୃତ ଦେହ ଠାବ କରିଥିବା ନେଇ ଧର୍ମଗଡ଼ ପୋଲିସ ସୂଚନା ଦେଇଛି।ସେଠାକାର ପୋଲିସ ମୃତ ଯୁବକ ର ଏକ ଫଟୋ ଧର୍ମଗଡ଼ ଥାନା କୁ ପଠାଇ ନିଖୋଜ ଯୁବକ କୁ ଚିହ୍ନଟ କରିବାକୁ ଧର୍ମଗଡ଼ ପୋଲିସ ପରିବାର କୁ ଡାକି ଚିହ୍ନଟ କରିଛି।ସୂଚନା ଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଅଁଏଲାଜୋର ଗ୍ରାମର ଜଣେ ଯୁବକ ନିଜ ଦୁଇ ସାଙ୍ଗ ସହ ଚେନ୍ନାଇ କୁ ଦାଦନ ଖଟିବାକୁ ଯାଉଥିବା ବେଳେ ଆନ୍ଦ୍ରପ୍ରଦେଶ ର ବିଜୟ ନଗରମ ଠାରେ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ଦାଦନ ଶ୍ରମିକ ଜଣକ ହେତୁରାମ୍ ଜୁଏଡ (୩୨) ପିତା- ଅଖିଳ ଜୁଏଡ୍ ବୋଲି ଜଣାପଡିଛି । 

ପୂର୍ବ ଘଟଣା ରୁ ଜଣା ଯାଏ ଯେ ହେତୁରାମ ଗତ ୧୩/ ୬ ଶୁକ୍ରବାର ଦିନ ବଡ ଘୁମର ଗ୍ରାମର ନିରଞ୍ଜନ ଗୋପାଳ ଓ ଥବିର ଗୋପାଳ ସହ ମିଶି ଦାଦନ ଖଟିବାକୁ ଚେନ୍ନାଇ ଅଭିମୁଖେ ବାହାରିଥିଲେ।ରାତି ୧/୩୦ଘଣ୍ଟା ସମୟରେ କେସିଙ୍ଗା ଷ୍ଟେସନ ଠାରୁ ଟାଟା ଏଲ୍ ପି ଧାନବାଦ ଏକ୍ସପ୍ରେସ ଯୋଗେ ଯାତ୍ରା କରୁଥିଲେ ।କିନ୍ତୁ ସକାଳ ୭ ଘଣ୍ଟା ୩୦ ମିନିଟ ସମୟରେ ଆନ୍ଦ୍ରପ୍ରଦେଶ ର ବିଜୟ ନଗରମ ଷ୍ଟେସନ ଠାରେ ହେତୁରାମ୍ କୁ ଟ୍ରେନ ରେ ନ ଦେଖି ନିଜ ଦୁଇ ସାଙ୍ଗ ଖୋଜା ଖୋଜି କରି ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା ।ଯାହା ଫଳରେ ଉକ୍ତ ଦୁଇ ଯୁବକ ନିଜ ଗାଁ କୁ ଫେରି ପରିବାର ଲୋକଙ୍କୁ ଜଣାଇ ଥିଲେ । ଏ ନେଇ ଗତ ତା୧୬/୬ ରିଖ ଦିନ ପୁଅ ନିଖୋଜ ଥିବା ନେଇ ଧର୍ମଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ ।ହେଲେ ମୃତ ହେତୁରାମ ଜୁଏଡ଼ ଙ୍କ ମୃତ ଦେହ ଆନ୍ଦ୍ରପ୍ରଦେଶ ବବଳୀ ଜି ଆର ପି ପୋଲିସ ଠାବ କରିଥିବା ସୂଚନା ମିଳିଛି।ଅନ୍ୟପଟେ ଏହା ଏକ ସୁପରିକଳ୍ପିତ ହତ୍ୟା ହୋଇଥିବା ପରିବାର ପକ୍ଷରେ କୁହାଯାଇଛି।ଏହି ହତ୍ୟାକାଣ୍ଡ ପଛରେ ନିରଞ୍ଜନ ଗୋପାଳ ଓ ଥବିର ଗୋପାଳ ଥିବା ସନ୍ଦେହ କରିଛନ୍ତି ପରିବାର।

ସବୁଠି ଦୁଃଖର ବିଷୟ -ଅତି ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଶବ ଆଣିବା କୁ ସମର୍ଥ ଜୁଟାଇ ପାରି ନାହାନ୍ତି।ଗୁରୁବାର ଧର୍ମଗଡ଼ ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇ ଶବ ଗାଁ କୁ ଆଣିବା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି। ଜିଲ୍ଲାପାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରି ସରକାରଙ୍କ ନିୟମାନୁଯାୟୀ ଆର୍ଥିକ ସହାୟତା ଯୋଗାଇବ ସହ ଗାଁକୁ ଶବ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟପକ୍ଷେ ଏହାର ତଦନ୍ତ କରି ସମ୍ପୃକ୍ତ ୨ଜଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କୁ ପରିବାର ଜଣାଇଥିବା ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆମଗୁଡା ଡକାୟତି ଘଟଣା ରେ ପାଞ୍ଚ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

masiha

ଚୋରି ମାଷ୍ଟର ମାଇଣ୍ଡ ସହ ୫ ଜଣ ଚୋର ଗିରଫ। ୩୦ ଲକ୍ଷ ଟଙ୍କାର କମ୍ପୁଟର ସାମଗ୍ରୀ ଉଦ୍ଧାର କଲା ପୋଲିସ

Sunil Chandra Nayak

ଅବକାରୀ ବିଭାଗର ଚଢାଉ , ଦୁଇ ବେଆଇନ ମଦ ବ୍ୟବସାୟୀ ଗିରଫ

Sunil Chandra Nayak

Leave a Comment

error: Content is protected !!