ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦସଙ୍କୁଳ ଗୃହରେ ଚାଲିଛି ରାଇରଙ୍ଗପୁର ଉପନିୟୋଜନ କାର୍ଯ୍ୟାଳୟ

ବିପଦସଙ୍କୁଳ ଗୃହରେ ଚାଲିଛି ରାଇରଙ୍ଗପୁର ଉପନିୟୋଜନ କାର୍ଯ୍ୟାଳୟ

 ମୟୂରଭଂଜ- ୨୫/୦୭ — ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବେକାର ଶିକ୍ଷିତ ଯୁବକଙ୍କ ସାହାରା ଓ ଆଶାଗୃହ ହେଉଛି ଉପ- ନିୟୋଜନ କାର୍ଯ୍ୟାଳୟ ,ରାଇରଙ୍ଗପୁର । ଏହା ମଧ୍ୟ ସରକାରଙ୍କର ଗୁରୁତ୍ବପୁର୍ଣ ବିଭାଗ । ଯେ କୌଣସି ଦେଶର ଆର୍ଥିକ ଅଗ୍ରଗତି ସୂଚାଏ ସେହି ଦେଶର ଵେକାର ଯୁବକଙ୍କ ହ୍ରାସ ସଂଖ୍ଯା ।ଵେକାରୀ ବୃଦ୍ଧି ନେଇ ସବୁବେଳେ ବିରୋଧୀ ଦଳ ସରକାରଙ୍କ ଉପରେ ତୋଡ ଦେଖାଇ ଥାନ୍ତି ,ଭାରି ପଡିଥାନ୍ତି ଏବଂ ଭର୍ତ୍ସନା ମଧ୍ୟ କରିଥାନ୍ତି ।ରାଇରଙ୍ଗପୁର ଉପ – ନିୟୋଜନ କାର୍ଯ୍ୟାଳୟ ସରକାରଙ୍କ ଅଣଦେଖା ରେ ଚାଲିଛି ।ଏହି କାର୍ଯ୍ୟାଳୟ ପାଇଁ ଦିର୍ଘ ୩୦ ବର୍ଷ ହେଲା ଖଣ୍ଡେ ସ୍ଥାୟୀ ଜାଗା ଓ ଗୃହ ନାହିଁ ।ରାଇରଙ୍ଗପୁର ପୌରାଞ୍ଚଳର କୁଚେଇବୁଢି ଗ୍ରାମରେ ଏକ ଭଡ଼ା ଘରେ ୩୦ ବର୍ଷ ହେଲା ଏହି କାର୍ଯ୍ୟାଳୟ ଚାଲି ଆସୁଥିଲା ।ଏହି ଵିଭାଗ ଜିଲ୍ଲାପାଳଙ୍କ ଠାରେ ସ୍ଥାୟୀ ଜାଗା ପାଇଁ ଲିଖିତ ଅନୁରୋଧ କରିଥିଲେ ।ଭଡାବାଲା ଘର ଛାଡ଼ିବାକୁ କହିବାରୁ ବାଧ୍ୟ ହୋଇ ପ୍ରଶାସନ ତରଫରୁ ୬ ମାସ ହେଲା ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖସ୍ଥ ଦେବୋତ୍ତର ଜାଗାରେ ଜରାଜୀର୍ଣ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗୃହଟିଏ ହସ୍ତାନ୍ତର କରାଯାଇଛି ।ଯେଉଁଥିରେ ୩ ଟି କୋଠରୀ ଅଛି ।ଛାତରୁ ଭୁସ୍ ଭୁସ୍ ପାଣି ଗଳୁଛି ।ଝରକା ଓ କବାଟ କିଛି ଉଇ ଖାଇ ଗଲାଣି ଏବଂ ଭାଙ୍ଗି ଗଲାଣି ।ଚଟାଣରେ ପାଣି ସନ୍ତାଉଛି ।ପାଚେରୀ ମଧ୍ୟ ନାହିଁ ।ଦେବୋତ୍ତର‌ ତଥା ମଠ ଜମି ହୋଇଥିବାରୁ ପୂର୍ତ୍ତବିଭାଗ ଏହି ଗୃହର ମରାମତି ମଧ୍ୟ କରି ପାରୁନାହିଁ ।ବେକାର ଯୁବକମାନେ ନାମ ପଞ୍ଜିକରଣ ବାବଦରେ ବୁଝିବାକୁ ଆସିଲେ ମଧ୍ୟ ବସିବା ପାଇଁ ଆସବାବ ପତ୍ର ନାହିଁ ।ଅଫିସ କାଗଜପତ୍ର ରଖିବାକୁ ଉଇ ଏବଂ ବର୍ଷା ପାଣିକୁ ଡର ।ଵିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଆମ୍ଭେ ଆମ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ।ସରକାରଙ୍କ ନିର୍ଦେଶନାମା ଅଛି କୌଣସି ସରକାରୀ କାର୍ଯ୍ୟାଳୟ ବେସରକାରୀ କିମ୍ବା ଭଡ଼ାଘରେ ଚାଲିବ ନାହିଁ ।ଜିଲ୍ଲା ନିୟୋଜନ ବିଭାଗର ଅଧିକାରୀମାନେ ମଧ୍ୟ ନିକମା ଯୋଗୁଁ ପ୍ରଶାସନକୁ ଆଗରୁ ସ୍ଥାୟୀ ଜମି ପାଇଁ ଆବେଦନ କରି ନାହାନ୍ତି ।ଯାହାଫଳରେ ଆଜି ଏଭଳି ଦୁର୍ଦଶା ଭୋଗିବାକୁ ପଡୁଛି ।ତେଣୁ ଜିଲ୍ଲାପାଳ ରାଇରଙ୍ଗପୁର ଉପ- ନିୟୋଜନ କାର୍ଯାଳୟ ପାଇଁ ସ୍ଥାୟୀ ଜାଗା ଯୋଗାଇଦେଲେ ରାଜ୍ୟ ନିୟୋଜନ ପକ୍ଷରୁ ନୂତନ ଗୃହ ନିମନ୍ତେ ଅର୍ଥ ମଞ୍ଜୁର ହୋଇ ସ୍ଥାୟୀ କାର୍ଯ୍ୟାଳୟ ହୋଇପାରିବ ।

 ମୟୂରଭଂଜରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ମା ଶକ୍ତି ମେଲୋଡି ଦଳ ଉଦଘାଟିତ

Sunil Chandra Nayak

ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!