ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, ୨୫/୦୭/୨୫: ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ଭବନ ଠାରେ ଅନୁଷ୍ଠିତ ହୋଇଥିଲା। 

   ବୈଠକରେ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ବୈଠକର ନିଷ୍ପତି ଅନୁଯାୟୀ ସ୍ଥାନୀୟ ଯତରା ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ଏଥି ନିମନ୍ତେ ନିମନ୍ତେ ଅଗଷ୍ଟ ୧୧, ୧୨ ଏବଂ ୧୩ ତାରିଖ ସକାଳ ୭:୩୦ ଟା ସମୟରେ ପ୍ୟାରେଡ ଅଭ୍ୟାସ କରାଯିବ। ସେହିପରି ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ କବିତା ଆବୃତ୍ତି, ଚିତ୍ରାଙ୍କନ, ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା ଗୁଡ଼ିକ ଆୟୋଜିତ ହେବ। ଏହି ପବିତ୍ର ଦିବସ ପାଳନ ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ଅନ୍ୟାୟ କାର୍ଯ୍ୟାଳୟ ମାନଙ୍କରେ ଆଲୋକସଜ୍ଜା କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା। 

  ସ୍ୱାଧୀନତା ଦିବସରେ ପ୍ରାତଃ ୪:୩୦ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ଵାରା ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ଵାରା ରାମଧୁନ ପରିବେଷଣ କରାଯିବ। ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭:୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସେହିଭଳି ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟରେ ଥିବା ଵରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ସଂପୃକ୍ତ ଅନୁଷ୍ଠାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ। ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତଫେରି କରାଯିବ। ସେହିଭଳି ଦିବସର ମୁଖ୍ୟ ଅତିଥି ଙ୍କ ଦ୍ଵାରା ଯତରା ପଡ଼ିଆ ଠାରେ ସକାଳ ୯:୧୫ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ଛାତ୍ରଛାତ୍ରୀ ମାନଂକ ଦ୍ଵାରା ସମ୍ମିଳିତ ପ୍ୟାରେଡ ଅନୁଷ୍ଠିତ ହେବ। ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ଏବଂ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିଭଳି ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରେସ କ୍ଲବ ଏବଂ ଜିଲ୍ଲା ବାର ଆସୋସିଏସନ୍ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜେଲ, ଆସ୍ଥା ଗୃହ ଏବଂ ସାର୍ଥକ ସ୍କୁଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯିବ। ଏହି ପବିତ୍ର ଦିବସକୁ ସରସ ସୁନ୍ଦର କରି ସଫଳତା ର ସହ ପାଳନ କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ।   ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହେନ୍ଦ୍ରନାଥ ମୁର୍ମୁ, ଏସ ଡି ପି ଓ ଶ୍ରୀ ନିର୍ମଳ କୁମାର ମହାପାତ୍ର , ସଦର ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ , ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଲୋକନାଥ ଭୋଇ, ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ , ଅଧ୍ୟକ୍ଷ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦେବା ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ 

ସରକାରୀ (ଏସ.ଏସ.ଡ଼ି )ବାଳିକା ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ର କ୍ରୀଡା ଉତ୍ସବ

masiha

ରାଇରଙ୍ଗପୁର ଆଇଟିଡିଏର ଆଦିବାସୀ ବିକାଶ ପ୍ରତି ଅଣଦେଖା ନେଇ ଭଂଜସେନାର ଦେଢ଼ ଘଣ୍ଟିଆ ଧାରଣା

Leave a Comment

error: Content is protected !!