ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବିଶ୍ଵ ହସ ଦିବସ

ବିଶ୍ଵ ହସ ଦିବସ

 

ହସିବା ଟିକିଏ ଆସ

କାହିଁକି ରୁହ ବିରସ

ଆଜି ପରା ଅଟେ ପ୍ରଥମ ସଣ୍ଡେ

ପୃଥିବୀରେ ମଇ ମାସ।।

 

ହସି ଦିଅ ଖିଲି ଖିଲି

ଦୁଃଖ ଯାତନା କୁ ଭୁଲି

ହୃଦୟ ଖୋଲା ହସିଦେଲେ ଥରେ

ସବୁ ରୋଗ ଯିବ ଚାଲି।।

 

ଟିକିଏ ହସିବା ପାଇଁ

ଆମେ ସଦା ହାଇଁପାଇଁ

ସିନେମା ହଲରେ ଅପେରା ଦେଖାରେ

ସମୟ ଦେଉ ବିତାଇ।।

 

ହସ ପାଇଁ ଏକ ଦିନ

ଲକ୍ଷ ରଖି ବିଶ୍ଵ ଜନ

ବରଷ କୁ ଥରେ ହସିବା ନିମନ୍ତେ

ବାଛି ଛନ୍ତି ଛୁଟି ଦିନ।।

 

ଇକିଲି ମିକିଲି ଟିଆଁ

ହୁଅ ନାହିଁ ଅମାନିଆ

ହସି ହସାଇବା ସାରା ଜଗତକୁ

ମଉନ ରହୁଛ କିଆଁ।।

 

ହା ହା ହା………….।

କବି ରାମଚନ୍ଦ୍ର ମହାନ୍ତି

Related posts

ବେଦ ଭୂଷଣ, ଆଇଏଏସ,ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

କବିତା – ଉତ୍କଳ ଦିବସ ଚିନ୍ତନ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!