ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଶୋଇ ସାପ୍ତାହିକ ହାଟରେ ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

ବିଶୋଇ ସାପ୍ତାହିକ ହାଟରେ ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

 ମୟୂରଭଂଜ – ୨୭/୦୭ +- ବାମନଘାଟୀ ଉପଖଣ୍ଡରେ ବିଭିନ୍ନ‌ସାପ୍ତାହିକ ହାଟରେ ଅବାଧ ଗୋମାଂସ ଵିକ୍ରି ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ପୋଲିସ ମଧ୍ୟ ଏଥିପ୍ରତି କଠୋର ହେଉଛି ।ଆଇନ କୁ ଫୁ କରି ଦେଉଛନ୍ତି ଗୋତସ୍କର ମାନେ ।ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ସାପ୍ତାହିକ ହାଟରେ କିଛି ଗୋତସ୍କର ଗୋମାଂସ ବିକ୍ରି କରୁଥିବା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ।କିଛି ଗୋତସ୍କର ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପକ ସାରିଥିବାବେଳେ ପୋଲିସ ୪ ଜଣ ଗୋତସ୍କରଙ୍କୁ ମାଡ଼ି ବସିଥିଲା ।ସେମାନେ ହେଲେ ମାତାରାମ ସୋରେନ,ଧାଙ଼ଡା ନାଏକ ,ଜାକତୁ ସୋରେନ ଏବଂ ରାଇମାଳ ନାଏକ । ବିଶୋଇ ପୋଲିସ ସେମାନଙ୍କ ନାମରେ ପଶୁ ହତ୍ୟା ମାମଲା କେଶ ନମ୍ବର ୧୩୬/୨୫ ରୁଜୁ କରି ଆଜି ରବିବାର ଦିନ କୋର୍ଟ ଚାଲାଣ କରିଛି ।ବିଶୋଇ ପୋଲିସର ଏତାଦୃଶ କାର୍ଯ୍ୟକୁ ଗୋପ୍ରେମୀ ଏବଂ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।ଗୋମାଫିଆଙ୍କ କୋର୍ଟ ଚାଲାଣ ଶୁଣି ଵାମନଘାଟୀ ଉପଖଣ୍ଡର ଗୋତସ୍କରଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା ପରଠାରୁ ଅସାମାଜିକ,ଆଇନ ବିଶୃଙ୍ଖଳାକାରୀଙ୍କ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁଛି ।

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଗୌଡ଼ ଦେଓପାଲି ଗ୍ରାମରେ ଡକାୟତି ,  ଜଣେ ଆହତ : ତମ୍ବା ମୁଦ୍ରା ,  କଂସା ଥାଳିି,  ଭରିଏ ସୁନା ଓ ଅଶୀ ହଜାର ଲୁଟି ନେଲେ

Sunil Chandra Nayak

ଗଂଜେଇ ଚୋରା ଚାଲାଣ ବେଳେ ଦୁଇଜଣ ଗିରଫ     

masiha

ରଞ୍ଜୁ ଦଣ୍ଡସେନା ଙ୍କୁ ନ୍ୟାୟ ପାଇଁ ଉପ ଜିଲ୍ଲାପାଳ ଙ୍କୁ  କଲେଜ ଛାତ୍ରଛାତ୍ରୀ ଦେଲେ ଦାବୀପତ୍ର

Leave a Comment

error: Content is protected !!