ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥନଟ ଗ୍ରାମକୁ ଭଲ ରାସ୍ତାଟିଏ କେବେ? ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟ କ୍ରମରେ ଆର ଡି,ରାସ୍ତା ସଂଯୋଗ ପାଇଁ ଥନଟ ଗ୍ରାମବାସୀ ଙ୍କ ଅଭିଯୋଗ

ଥନଟ ଗ୍ରାମକୁ ଭଲ ରାସ୍ତାଟିଏ କେବେ?

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟ କ୍ରମରେ ଆର ଡି,ରାସ୍ତା ସଂଯୋଗ ପାଇଁ ଥନଟ ଗ୍ରାମବାସୀ ଙ୍କ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ନିକଟସ୍ଥ ଥନଟ ଗ୍ରାମ ରେ ଭଲ ରାସ୍ତା ଖଣ୍ଡେ ନାହିଁ ।ଦିର୍ଘ ୭୭ ବର୍ଷ ସ୍ଵାଧୀନ ହେଲା ପରେ ଏ ଗାଁ କୁ ଖଣ୍ଡେ ଭଳ ରାସ୍ତା ନ ଥିବାରୁ ସୋମବାର ଗ୍ରାମ ର ସହେ ରୁ ଉର୍ଦ୍ଧ ଲୋକେ ଅଭିଯୋଗ କରିବାକୁ ଧର୍ମଗଡ ବ୍ଲକ ସଭା ଗୃହରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ରାସ୍ତାର ପରିସ୍ଥିତି ବିଷୟରେ କହିଛନ୍ତି। କାରଣ ଏହି ଗାଁ ମୁଖ୍ୟ ରାସ୍ତା ଦେଇ ୨୦ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିଥାନ୍ତି। କନାଗାଁ,ଲୁହାଗାଁ, ସାଗୁନ ଭାଡି, ବାଞ୍ଜିପଦର୍, ବୋକ୍ରାସିଲ, ଟିପିଗୁଡ଼ା, ରାଜପୁର,ବୋକ୍ରା କଟା,ଭଳି ଅନେକ ଗ୍ରାମର ଲୋକେ ଯିବା ଆସିବା କରନ୍ତି। ହେଲେ ଦୁଃଖର ବିଷୟ ଅନେକ ରାଜନେତା ଆସି ରାସ୍ତାକୁ ପରିଦର୍ଶନ କରି ପ୍ରତିଶ୍ରୁତି ଦେଇ ଚାଲି ଯାଇଛନ୍ତି। କିନ୍ତୁ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଛି। କିଛି ପେଶାଦାର ଠିକାଦାରଙ୍କୁ ଟଙ୍କାର ଅନୁଦାନ ପ୍ରଦାନ କରି ଉକ୍ତ ରାସ୍ତା ମରାମତି କରି ପେଟ ପୋଷା ନୀତି ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି। ଏଣୁ ଥନଟ ଗ୍ରାମବାସୀ ଗୋଟିଏ ଜିଦ୍ ଧରି ବସିଛନ୍ତି ଯେତେ ଦିନ ପର୍ଯ୍ୟନ୍ତ ଥନଟ ଗ୍ରାମକୁ ଆର ଡି ରାସ୍ତା ସହିତ ସଂଯୋଗ କର ପିଚୁ ରାସ୍ତା ନହୋଇଛି ସେତେ ଦିନ ପର୍ଯ୍ୟନ୍ତ ଏହି ମୁଖ୍ୟ ରାସ୍ତାରେ କୌଣସି ସିମେଣ୍ଟ ତିଆରି ରାସ୍ତା କରାଇ ଦେବୁନି ଦରକାର୍ ପଡ଼େ ତାହାହେଲେ ଏହି ମୁଖ୍ୟ ରାସ୍ତା ପାଇଁ ରାଜରାସ୍ତାରେ ଓହ୍ଲାଇବାକୁ ବାଧ୍ୟ ହେବୁ। କାରଣ ଏହି ମୁଖ୍ୟ ରାସ୍ତାଦେଇ ଧର୍ମଗଡ କୁ ଶହ ଶହ ଛାତ୍ର ଛାତ୍ରୀ ଦୈନିକ ସ୍କୁଲ,କଲେଜ,ଆସୁଛନ୍ତି। ଲୋକମାନଙ୍କ ସରକାରୀ କାମ ବଜାର, ମେଡିକାଲ ,କୋର୍ଟ କଚେରୀ ତହସିଲ,ଭଳି ବିଭିନ୍ନ କାମରେ ଆସି ରାତି ରେ ଫେରିଥାନ୍ତି। ଏହି ଅଣଓସାରିଆ ରାସ୍ତାରେ ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ଯିବାକୁ ଭୟ କରୁଛି କାରଣ କେତେବେଳେ ହୁଏତଃ ଦୁର୍ଘଟଣା ଘଟିପାରେ କି ବୋଲି ମନରେ ପ୍ରଶ୍ନ ଉଠିଥାଏ। ତେଣୁ ସୋମବାର ଧର୍ମଗଡ ବ୍ଲକ ସଭା ଗୃହ ଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟରେ ସ୍ଥାନୀୟ ବ୍ରାହ୍ମଣ ଚ୍ଛେଣ୍ଡିଆ ସରପଞ୍ଚ ମନୋଜ କୁମାର ନାଏକ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନନ୍ଦ ,ସମାଜସେବୀ ସାରଦା ପଣ୍ଡା, ଙ୍କ ସମେତ ଥନଟ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି। ତେଣିକି ଦେଖାଯାଉ ଅଭିଯୋଗ ପରେ ପ୍ରଶାସନ କେତେ ତତ୍ପରତା ଦେଖାଉଛି ??

ମସିହା ନିଉଜ ସର୍ଭିସ …

Related posts

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ସରଧାପୁର ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ବହିରାରେ ସ୍ୱାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!