ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତ୍ୟୋଦୟ ଗୃହ ଯୋଜନା ଦ୍ୱାରା ଶ୍ରୀ ଦିଗମ୍ବର ଠେଲାଙ୍କ ସ୍ୱପ୍ନ ସାକାର , ୪ ମାସ ମଧ୍ୟରେ ଗୃହନିର୍ମାଣ ସମ୍ପୂର୍ଣ୍ଣ

ଅନ୍ତ୍ୟୋଦୟ ଗୃହ ଯୋଜନା ଦ୍ୱାରା ଶ୍ରୀ ଦିଗମ୍ବର ଠେଲାଙ୍କ ସ୍ୱପ୍ନ ସାକାର , ୪ ମାସ ମଧ୍ୟରେ ଗୃହନିର୍ମାଣ ସମ୍ପୂର୍ଣ୍ଣ

ଭୁବନେଶ୍ଵର, ୩୧-୦୭-୨୦୨୫ —  ଭବାନୀପାଟଣା ବ୍ଲକ୍‌ର ବୋରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଫପସୀ ଗ୍ରାମର ନିବାସୀ ଶ୍ରୀ ଦିଗମ୍ବର ଠେଲା ଯିଏ କି ଶତପ୍ରତିଶତ ଦୃଷ୍ଟିବାଧିତ ଦିବ୍ୟଙ୍ଗ ଅଟନ୍ତି , କାର୍ଯ୍ୟାଦେଶର ଚାରିମାସ ମଧ୍ୟରେ ତାଙ୍କର ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ଶେଷ ହୋଇଛି l ଗତ ୩୦ ମାର୍ଚ୍ଚ ୨୦୨୫ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ରିସିଗାଁଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଶ୍ରୀ ଠେଲାଙ୍କୁ ପ୍ରଥମ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ଗୃହ ତାଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ହେବା ସହିତ ଆତ୍ମବିଶ୍ୱାସ, ଗର୍ବ ଓ ଗୌରବର ଅନୁଭୂତି ଆଣିପାରିଛି ।

ଶ୍ରୀ ଦିଗମ୍ବର ଠେଲା ତାଙ୍କ ଧର୍ମପତ୍ନୀଙ୍କ ସହ ଏକ ଛୋଟ ତେଜରାତି ଦୋକାନ ଚଳାଇ ନିଜ ଜୀବିକା ନିର୍ବାହ କରନ୍ତି l ତାଙ୍କର ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସହଯୋଗରେ ମାତ୍ର ୪ ମାସ ମଧ୍ୟରେ ଶ୍ରୀ ଠେଲାଙ୍କ ନୂଆ ଘର ନିର୍ମାଣ କାମ ସଫଳ ଭାବରେ ସମାପ୍ତ ହୋଇଛି । ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଯେପରି ସମାଜର ଅନ୍ତିମ ସୋପାନର ଲୋକଙ୍କ ନିକଟକୁ ମଧ୍ୟ ସମସ୍ତ ସରକାରୀ ସେବା ଯୋଗାଇ ଦେଉଛନ୍ତି , ତାହାର ଏକ ଉଦାହରଣ ପାଲଟିଛି l   

ସୂଚନାଯୋଗ୍ୟ ଯେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ପ୍ରଣୀତ ହୋଇଥିଲା ଅନ୍ତ୍ୟୋଦୟ ଗୃହ ଯୋଜନା l ହିତାଧିକାରୀ ତାଲିକାକୁ ଆହୁରି ସମାବେଶୀ କରିବା ପାଇଁ ବିଭିନ୍ନ ଦିବ୍ୟାଙ୍ଗ ବର୍ଗର ଗୃହହୀନ କିମ୍ବା କଚ୍ଚା ଘରେ ବାସ କରୁଥିବା ପରିବାର ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବାର ପ୍ରାବଧାନ ରହିଛି । ଏହା ମଧ୍ୟରେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟରେ ଅଥବା ହାତୀ ଉପଦ୍ରବରେ ସମ୍ପୂର୍ଣ୍ଣ / ଭୀଷଣ ଭାବରେ ପ୍ରଭାବିତ ପରିବାର, ସରକାରୀ ପ୍ରକଳ୍ପ ସ୍ଥାନାନ୍ତରଣ ଆବଶ୍ୟକ କରୁଥିବା ସଂରକ୍ଷିତ ଅଞ୍ଚଳରେ ବସବାସ କରୁଥିବା ପରିବାର, ମୁଖ୍ୟ ଉପାର୍ଜନକାରୀ ଅତି କମ୍ ରେ ୪୦% ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ଥିବା ପରିବାର, ନାବାଳକ ସନ୍ତାନ ଥିବା ବିଧବା ମହିଳା, ପରିବାରର ମୁଖ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ପରିବାର, କୁଷ୍ଠ ରୋଗରୁ ମୁକ୍ତ, ମୁକ୍ତ ଗୋତି ଶ୍ରମିକ, ଶହୀଦ ପରିବାର, ଜାତୀୟ ପୁରସ୍କାରପ୍ରାପ୍ତ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍, ଜଙ୍ଗଲ ଅଧିକାର ଆଇନ (FRA) ହିତାଧିକାରୀ, ତୁରନ୍ତ ଗୃହ ଆବଶ୍ୟକ କରୁଥିବା ପରିବାର ରହିଛନ୍ତି l  

ନୂତନ ଗୃହ ମଞ୍ଜୁର ସହିତ ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦,୦୦୦ ଟଙ୍କା ଏବଂ ୧୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି । 

ବାସଗୃହ ହେଉଛି ମଣିଷର ମୌଳିକ ଆବଶ୍ୟକତା l ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ମାତ୍ର ଉକ୍ତ ଯୋଜନାଗୁଡ଼ିକ ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଆହୁରି ସମାବେଶୀ କରି ସରକାରୀ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନା ବିଶେଷ ସହାୟକ ହେଉଛି ବୋଲି ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରକାଶ କରିଛନ୍ତି l 

(ମ ନି ସ)

Related posts

ବୌଦ୍ଧଜିଲାରେ ସଫଳତାର ସହ ଶେଷ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଦାସି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!