ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ! ଚଢ଼େଇ ପାହାଡି ପଞ୍ଚାୟତ ! ୬ବର୍ଷ ବିତିଲାଣି ଅସମ୍ପୁର୍ଣ ଭୀମକାନ୍ଧା ଗ୍ରାମ୍ୟ ପୋଲ; ଫଳକ ଅଛି କି ନାହିଁ ଦୃଶ୍ୟ ନାହିଁ ! ଗ୍ରାମ୍ଯ ଉନ୍ନୟନ ବିଭାଗର ଆଖି ବୁଜିଛି ; ପୋଲ ନିର୍ମାଣ ସମ୍ପୁର୍ଣ ପାଇଁ ଗ୍ରାମବାସୀଙ୍କ ଦାଵି

ଵିଜାତଳା ବ୍ଳକ! ଚଢ଼େଇ ପାହାଡି ପଞ୍ଚାୟତ ! ୬ବର୍ଷ ବିତିଲାଣି ଅସମ୍ପୁର୍ଣ ଭୀମକାନ୍ଧା ଗ୍ରାମ୍ୟ ପୋଲ; ଫଳକ ଅଛି କି ନାହିଁ ଦୃଶ୍ୟ ନାହିଁ ! ଗ୍ରାମ୍ଯ ଉନ୍ନୟନ ବିଭାଗର ଆଖି ବୁଜିଛି ; ପୋଲ ନିର୍ମାଣ ସମ୍ପୁର୍ଣ ପାଇଁ ଗ୍ରାମବାସୀଙ୍କ ଦାଵି

ମୟୂରଭଂଜ – ୩୧/୦୭ —  ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଛୁଆ ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତର ଭୀମକାନ୍ଧା ଗ୍ରାମର ଶେଷ ମୁଣ୍ଡ ରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ।ବିନା ଫଳକ ରେ କାମ ଚାଲିଛି।ଲୋକଙ୍କ ଦାବି ମୁତାବକ ୨୦୧୯ ରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକ କହିବାନୁସାରେ ଏହି ପୋଲ କାମ ଶେଷ ହୋଇଥିଲେ ଆଖପାଖର ଲୋକେ ସୁବିଧା ରେ ଗୋରୁମହିଷାଣୀ ବଜାର କୁ ଯାଇପାରନ୍ତେ। ଏନେଇ ଚଢେଇପାହାଡି ପଂଚାୟତର ସମିତି ସଭ୍ୟା କୁନି ସର୍ଦ୍ଦାର ଦୁଇ ଥର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଛନ୍ତି l କିନ୍ତୁ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେବା ସତ୍ବେ ଵିଭାଗ ଦୃଷ୍ଟି ଦେଉନାହିଁ l ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଦେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ପୋଲ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ କହୁଛନ୍ତି l

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ନବରଙ୍ଗପୁର ସଦରମହକୁମା ସ୍ତରୀୟ ଲୋକକଳା ଦିବସ ଓ ରଜପର୍ବ ପାଳିତ।

Sunil Chandra Nayak

ମିଶନ ଅନ୍ତ୍ୟୋଦୟ ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ରାଜ୍ୟପାଳଙ୍କୁ ଭେଟିଲେ ସମାଜସେବୀ ଶୁଭଶ୍ରୀ ମହାପାତ୍ର

Sunil Chandra Nayak

Leave a Comment

error: Content is protected !!