ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱର୍ଗତ ମହମ୍ମଦ ରଫି ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ସ୍ୱର୍ଗତ ମହମ୍ମଦ ରଫି ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ଭବାନୀପାଟଣା, ୦୧।୦୮ ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ୱର୍ଗତ ମହମ୍ମଦ ରଫିଙ୍କ ପୁଣ୍ୟତିଥି ଅବସରରେ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଏବଂ ଗୁରୁ ସୁଧୀର ଚନ୍ଦ୍ର ପଣ୍ଡା ସ୍ୱର୍ଗତ ରଫିଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଧୂପ ପ୍ରଦାନ ପରେ ସୁଧୀର ଚନ୍ଦ୍ର ପଣ୍ଡା ରଫିଙ୍କ ସଙ୍ଗୀତ ସାଧନା ଉପରେ ସମ୍ୟକ୍ ସୂଚନା ଦେଇଥିଲେ। ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ୱର୍ଗତ ରଫିଙ୍କ ଗୀତ ଗୁଡ଼ିକୁ ଶ୍ରୀମତୀ ସସ୍ମିତା ମହାନ୍ତି, ଶ୍ରୀମତୀ ସସ୍ମିତା ରଥ, ଶ୍ରୀମତୀ ନମିତା ମିଶ୍ର, କୁମାରୀ ଲିପ୍ସା ମହାରଣା, ସମୀର କୁମାର ସାହୁ, ତାପସ ପଟେଲ, ଚକ୍ରଧର ମହାରଣା, ମିଟୁ ଦାସ ଏବଂ ରାହୁଲ ମିଶ୍ର ପ୍ରମୁଖ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଭବନାଥ ରାୟଗୁରୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବିଶିଷ୍ଟ କଳାକାର ମନୋଜ କୁମାର ଶର୍ମା ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଗୋପାଳ ଚନ୍ଦ୍ର ସାହୁ, ଭାଗିରଥି ବେହେରା, ନରେନ୍ଦ୍ର ପଣ୍ଡା, ଚିତ୍ତ ରଞ୍ଜନ ପଣ୍ଡା, ସୌରଭ ମହାପାତ୍ର ଓ ରାମ ପ୍ରସାଦ ପ୍ରମୁଖ ସହଯୋଗ କରିଥିଲେ।

ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟ

Related posts

ବାଇକ ଦୁର୍ଘଟଣାରେ ମହିଳା ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗ୍ରସ୍ତ ସମୟରେ  ଧର୍ମଗଡ ଜିଲ୍ଲା ଗଠନ ଦାବୀ ତେଜିଲା

Sunil Chandra Nayak

ଶିକ୍ଷକଙ୍କ ଅସ୍ଥାୟୀ ପଦ ସ୍ଥାପନାକୁ ବିରୋଧ: ବଦଳୀ ବାତିଲ ନହେଲେ ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ଚେତାବନୀ

Sunil Chandra Nayak

Leave a Comment

error: Content is protected !!