ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ସମ୍ବଲପୁରୀ ଦିନ ପାଳନ 

ରାଉରକେଲା କଲେଜରେ ସମ୍ବଲପୁରୀ ଦିନ ପାଳନ 

ରାଉରକେଲା: ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଠାରେ ସମ୍ବଲପୁରୀ ଦିନ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ ରବିନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ପ୍ରଶାସନିକ ଅଧିକାରୀ ରଶ୍ମୀରଂଜନ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜ ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ସମ୍ବଲପୁର ଦିନ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଅଧକ୍ଷ ଡ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ବଲପୁରୀ ଭାଷା ଓ ସାହିତ୍ୟର ଜନକ କବିଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମଦିନ କୁ ସମ୍ବଲପୁର ଦିନ ଭାବେ ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଯେଉଁ ଅବଦାନ ପଶ୍ଚିମ ଓଡିଶାବାସୀଙ୍କ ସମାଜ ପାଇଁ ତାହା ଅତୁଳନୀୟ ଏବଂ ଅବିସ୍ମରଣୀୟ। ଏହା ସହ ତାଙ୍କ ଲିଖିତ ପୁସ୍ତକ ଓ ପୁରସ୍କାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଙ୍କ ମଧ୍ୟରେ ଭାରତୀ ବରୁୱା, ବନ୍ଦନା ସୋରେନ, ମନୋଜ କୁମାର ଦଳେଇ, ରଶ୍ମିପ୍ରଭା ମଥାନ, କରୁଣାକର ପାଟ୍ଟଶାଣୀ, ରଞ୍ଜିତ ପ୍ରଧାନ,ଦିପାଳୀ ପ୍ରଧାନ,ତରଣୀ ନାୟକ, ଅଜିତ୍ ବେକ୍, ଅରୁଣ ଏକ୍କା, ସୈ।ମ୍ୟରଞ୍ଜନ ପ୍ରଧାନ, ଦିଲିପ କୁମାର ମୁଦୁଲି, ପ୍ରିୟଙ୍କା ପଲେଇ, ସୁମନ ଡୁଙ୍ଗଡୁଙ୍ଗ, ଶ୍ରଦ୍ଧାଞ୍ଜଳି ସାହୁ, ଶ୍ରଦ୍ଧାମୟୀ ସାହୁ,ପ୍ରତିମା ପାତ୍ର, ରଞ୍ଜିତା ପାଣିଗ୍ରାହୀ, ସିଦ୍ଧାର୍ଥ ସାହୁ,ଦିବ୍ୟା ଷଡଙ୍ଗୀ, ସ୍ବାତିଭାରତୀ ପରିଡ଼ା, ସୁଶାନ୍ତ ରଣା, ଶୁଭଶ୍ରୀ ବାରିକ, ଇପ୍ସିତା ପଣ୍ଡା,ପ୍ରିତୀ ଦୀକ୍ଷିତ୍, ଜୟଶ୍ରୀ ମହାନ୍ତି, ନନ୍ଦିତା କୁମାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମସ୍ତେ ସମ୍ବଲପୁରୀ ପୋଷାକ ପିନ୍ଧି ଓ ମିଷ୍ଟାନ୍ନ ବଣ୍ଟନ କରି ଧୁମଧାମରେ ପାଳନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆନ୍ଧ୍ରପ୍ରଦେଶ  ଇଟାଭାଟି ମାଳିକ ଙ୍କ ଟଙ୍କା ଖାଇଲେ ସର୍ଦ୍ଦାର ,   ବନ୍ଧା ହେଲେ ୨ ଶିଶୁ ଶ୍ରମିକ , ୬ ବର୍ଷ ପୁଅ ଓ ୧୪ ବର୍ଷ ଝିଅ ଙ୍କୁ ଉଦ୍ଧାର ପାଇଁ ବାପାଙ୍କ ଆକୁଳ ନିବେଦନ

masiha

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

Sunil Chandra Nayak

ପର୍ଯ୍ୟଟନ ସ୍ଥଳୀ କାର୍ଯ୍ୟ ତଦାରଖ ସହ ସ୍ୱଚ୍ଛତାକୁ ନେଇ ସମୀକ୍ଷା କଲେ ଡିଏଫଓ ଓ ଉନ୍ନୟନ କମିଟି

Sunil Chandra Nayak

Leave a Comment

error: Content is protected !!