ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଫରାର ଯୁବକ ଗିରଫ

ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଫରାର ଯୁବକ ଗିରଫ 

ଡାବୁଗାଁ, ୪/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଯୁବତୀଙ୍କୁ ଧର୍ଷଣ ମାମଲାର ଜଣେ ଯୁବକ ଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚଚରାଗୁଡା ଗ୍ରାମର ଜଣେ ଯୁବତୀ ଙ୍କୁ ୨୦୨୩ ମସିହାରେ ସେହି ଗ୍ରାମର ଯୋଗେଶ୍ଵର ପୂଜାରୀ (୨୮) ଙ୍କ ପ୍ରେମ ସମ୍ପର୍କ ଥିଲା | ଯୁବକ ଜଣଙ୍କ ଯୁବତୀଙ୍କୁ ବିବାହ ର ପ୍ରତିଶୃତି ଦେଇ ଶାରେରିକ ସମ୍ପର୍କ ରଖୀଥିଲା | ଏହି ଭଳି ଯୁବକ ଜଣଙ୍କ ବହୁବାର ଯୁବତୀ ଙ୍କ ସହ ଶାରେରିକ ସମ୍ପର୍କ ରଖିଥିଲା | ପରେ ଯୁବତୀ ବିବାହ କରିବାକୁ କହିବାରୁ ଯୁବକ ଜଣଙ୍କ ବିବାହ କରିବାକୁ ମନା କରିଥିଲେ | ପରେ ପୀଡ଼ିତା ଯୁବତୀ ଜଣଙ୍କ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୬୧/୨୩ ରେ ଏକ ମାମଲା ରୁଜୁ କରି ପୋଲିସ ଦଦନ୍ତ ଚଳାଇଥିଲା | ସମ୍ପୃକ୍ତ ଯୁବକ ଜଣଙ୍କ ସେହି ଦିନ ଠାରୁ ଫେରାର ଥିଲେ | ଆଜି ସୋମବର ଉକ୍ତ ଯୁବକ ନିଜ ଗ୍ରାମକୁ ଫେରିଥିବା ପୋଲିସ ଖବର ପାଇ ଚଚରାଗୁଡା ଗ୍ରାମରେ ଚଢାଉ କରି ଯୋଗେଶ୍ଵର ପୂଜାରୀ କୁ ଗିରଫ କରି ଥାନା କୁ ଆଣିଥିଲେ | ପରେ ଯୋଗେଶ୍ଵର ର ଡାକ୍ତରୀ ମାଇନା କରାଯାଇ ସୋମବାର ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି | ଥାନା ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ ମାମଲା ର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭରଣ୍ଡିଆରେ ବହୁ ଚର୍ଚ୍ଚିତ ମହିଳାଙ୍କ ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ

masiha

ବେନ୍ଦାଳିଆ ଆକ୍ରମଣ ମାମଲାରେ ୩ଅଭିଯୁକ୍ତ ଗିରଫ, ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ 

ଆସିକା ସହରରୁ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

Sunil Chandra Nayak

Leave a Comment

error: Content is protected !!