ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

ରାଇରଙ୍ଗପୁରର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

ମୟୂରଭଂଜ – ୩/୦୮ —  ରାଇରଙ୍ଗପୁରର ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ର ଆଜି ପ୍ରାକ୍ତନ ଡିଏଫଓ ଶ୍ରୀ ଶିବ ପ୍ରସାଦ ରଥଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ।ସୁବ୍ରତ ପାତ୍ର ରେଢାଖୋଲ ଡିଭିଜନର ଡିଏଫଓ ଭାବେ ଦାୟିତ୍ବରେ ଥିଲେ ।ଶିବ ପ୍ରସାଦ ରଥ ରାଇରଙ୍ଗପୁର ରୁ ବଦଳି ହୋଇ ରେଢ଼ାଖୋଲ ବନଖଣ୍ଡକୁ ବଦଳି ହୋଇଛି । ଆଜି ଦାୟିତ୍ଵ ଗ୍ରହଣ ସମୟରେ ସମସ୍ତ ବନ ବିଭାଗ କର୍ମଚାରୀ ନୂତନ ବନଖଣ୍ଡ ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ।ସୁବ୍ରତ ପାତ୍ର ରାଇରଙ୍ଗପୁର ଵନଖଣ୍ଡର ଜଙ୍ଗଲ ସୁରକ୍ଷା,ବୃକ୍ଷରୋପଣ,ଜୀବଜନ୍ତୁ ସୁରକ୍ଷା, ଜଙ୍ଗଲ ସନ୍ନିକଟ ଆଦିବାସୀଙ୍କ ଜୀବନ ଜୀବିକାକୁ ଗୁରୁତ୍ଵ ଦେବା ,ଖଣିଜ ପଦାର୍ଥ ଚୋରା ଖନନ ରୋକିବା ଉପରେ ଗୁରୁତ୍ଵ ଦେବେ ।ରାଇରଙ୍ଗପୁର ଵନଖଣ୍ଡକୁ ଏକ ସବୁଜ ସୁନ୍ଦର ଗଢି ତୋଳିବା ତାଙ୍କର ଲକ୍ଷ୍ୟ ।ସମସ୍ତ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଏକ ଟିମ୍ ଓ୍ବାର୍କ କରିବେ ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

 

Related posts

ବିଷାକ୍ତ ସାପ କାମୁଡା ରେ ଜଣେ ମହିଳା ଙ୍କ ମୃତ୍ୟୁ 

masiha

ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ରାୟଗଡା ଗସ୍ତ, ବିଭିନ୍ନ ଶୀଳ୍ପନୁଷ୍ଠାନ, ଉଦ୍ୟୋଗ ପରିଦର୍ଶନ 

masiha

ରାୟଗଡାରେ ମହାପୁରୁଷ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!