ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଓ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ୍ ମଧ୍ଯରେ ଚୁକ୍ତି ସ୍ଵାକ୍ଷରିତ 

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଓ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ୍ ମଧ୍ଯରେ ଚୁକ୍ତି ସ୍ଵାକ୍ଷରିତ 

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ଦ୍ୱାରା ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ୍ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । ନାରୀ ସଶକ୍ତିକରଣ, ନାରୀ ସ୍ବାଧିନତା, ନାରୀ ଶିକ୍ଷାର ବିକାଶ, ଲିଙ୍ଗଗତ ସମାନତା ଓ ଯୌନ ଉତ୍ପୀଡନ ଉପରେ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ୍ ଦୀର୍ଘଦିନରୁ କାମ କରି ଆସୁଅଛି । ଏହି ଅଗ୍ରଣୀ ଅନୁଷ୍ଠାନଟି ୧୯୯୬ ମସିହାରେ ଦିଲ୍ଲୀଠାରେ ପ୍ରତିଷ୍ଠା ହୋଇଥିଲା । ଓଡିଶା ସହିତ ଭାରତ ବର୍ଷର ଅଠର ଗୋଟି ରାଜ୍ୟରେ ଏହି ଅନୁଷ୍ଠାନ ତାହାର କାର୍ଯ୍ୟକ୍ରମ ଜାରି ରଖିଛି । ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନର ସଚିବ ତଥା NAWO(ନାଓ)ର ଓଡ଼ିଶା ପ୍ରଦେଶ ସଚିବ ପ୍ରମିଳା ସ୍ୱାଇଁ ଜଣେ ବିଶିଷ୍ଟ ସମାଜସେବୀ । ଯିଏ ଓଡିଶାର ନାରୀ ସ୍ବାଧିନତା ସଂଗ୍ରାମୀ ରମାଦେବୀଙ୍କ ସହିତ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ ଭବିଷ୍ୟତରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଓ ଅନୁବନ୍ଧିତ ସମସ୍ତ ମହାବିଦ୍ୟାଳୟରେ ମହିଳା ସଶକ୍ତିକରଣ, ଲିଙ୍ଗଗତ ସମାନତା, ଲିଙ୍ଗଗତ ଭେଦଭାବ, ଯୌନ ନିର୍ଯାତନା, ଆଇନଗତ ସାକ୍ଷରତା ଓ ଛାତ୍ରୀମାନଙ୍କ ଆର୍ଥିକ ଶିକ୍ଷାର ବିକାଶ ଦିଗରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ କର୍ମଶାଳା ଆୟୋଜନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଛାତ୍ରଛାତ୍ରୀମାନେ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନରେ ଇନଟର୍ଣ୍ଣସିପ୍ ମଧ୍ଯ କରିପାରିବେ । ସାଂପ୍ରତିକ ସାମାଜିକ ପରିସ୍ଥିତିକୁ ଅନୁଧ୍ୟାନ କରି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ ସହ କରିଥିବା ଚୁକ୍ତି ସ୍ୱାଗତଯୋଗ୍ୟ ଓ ଅତ୍ଯନ୍ତ ଉପାଦେୟ । ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ଯରେ ସଚେତନତା ସୃଷ୍ଟି ହୋଇ ବିଶ୍ୱବିଦ୍ୟାଳୟରେ ଏକ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

( ମ ନି ସ )

Related posts

୧- ନୂତନ ବିଡ଼ିଓଙ୍କ ଉପସ୍ଥିତରେ ସତନ୍ତ୍ର ସମିତିସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା ର ବୈଠକ , ୨- ଛତୁଆ ଵୋଝେଇ ଭ୍ୟାନ ଗଛକୁ ଦେଲା ଧକ୍କା , ଓଲଟିଲା ଭ୍ୟାନ,ଚାଳକ ଫେରାର, ଜଣେ ମୃତ 

masiha

ରାଇରଙ୍ଗପୁର ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପରିବାର ପକ୍ଷରୁ ସେବା କାର୍ଯ୍ୟ କରି ଗଣ ପର୍ବ ପାଳନ 

Sunil Chandra Nayak

Leave a Comment

error: Content is protected !!