ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଭାଗରେ ଆର୍ନ୍ତଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଭାଗରେ ଆର୍ନ୍ତଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

ଗତକାଲି ସ୍ଥାନୀୟ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଭାଗରେ ଆର୍ନ୍ତଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ସୁଦୂର ଆମେରିକା ରୁ ଆସିଥିବା ବୈଜ୍ଞାନିକ ଡଃ ରୀତି ବେହେରା ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ।ସେ ତାଙ୍କର ବକ୍ତବ୍ୟରେ କର୍କଟ ରୋଗ ସମ୍ବୋଧିତ ବୈଜ୍ଞାନିକ କାରଣ ନିରାକରଣ ତଥା ସମାଜକୁ କିପରି ଭାବେ କର୍କଟ ରୋଗ ପ୍ରତି ସଜାଗ ରହିବାର ବିଭିନ୍ନ ଉପାୟ ଗୁଡ଼ିକ ବତାଇ ଥିଲେ। ଏହି ଆଲୋଚନା ଚକ୍ରରେ ପ୍ରାଣୀ ବିଜ୍ଞାନ ବିଭାଗର ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଏଥିରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ର କୁଳପତି ଡକ୍ଟର ନିବେଦିତା ନାଥ ତାଙ୍କର ସ୍ବାଗତ ଭାବ ରଖିବା ସହିତ ତାଙ୍କ ଅଭିଭାଷଣ ରେ ଛାତ୍ରଛାତ୍ରୀ ମାନଙ୍କୁ ଦର୍ଶାଇ ଥିଲେ ଯେ ଆଜିର ଯୁଗରେ କର୍କଟ ରୋଗ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି, ତେଣୁକରି ଆମେ ସମସ୍ତେ ନିଜର ବାହ୍ୟ ଯତ୍ନ ସହିତ ନିଜର ଜୀବନ ଶୈଳୀ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ ଯାହା ଫଳରେ ଆମେ କର୍କଟ ରୋଗ ସହ ଲଢ଼ି ପରିବା।ଏହା ସହିତ ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ସୁବ୍ରତ କୁମାର ପାଣଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାଣୀବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡକ୍ଟର ମୁନ୍ ତାଜ୍ ଖାଁ ସ୍ବାଗତ ଭାବନ ପ୍ରଦାନ କରିଥିଲେ । ଏହା ସହିତ ସେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଏହା ସହିତ ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଡକ୍ଟର ଘନଶ୍ୟାମ ବେହେରା ଏବଂ ପ୍ରାଣୀ ବିଜ୍ଞାନ ବିଭାଗର ଅର୍ପିତା ନାୟକ, ବର୍ଷା ବୈଶାଖୀ ସାହୁ, ରଞ୍ଜିତା କାଣ୍ଡି, ରଜ କୁମାର ବେହେରା , ପୁଣ୍ୟତୋୟା ପଣ୍ଡା ଏବଂ ସ୍ମୃତି ରଞ୍ଜନ ପରିଡ଼ା ଯୋଗ ଦେଇଥିଲେ। 

( ମ ନି ସ ) 

Related posts

୬ ବର୍ଷ ପୁରିଲାଣି ଶେଷ ହୋଇ ପାରୁନି ଦୁଇ ଗ୍ରାମର ପୋଲ କାମ, ପଡି ରହିଛି ଅର୍ଦ୍ଧ ଖଣ୍ଡିଆ 

Sunil Chandra Nayak

ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ  ସ୍ବଚ୍ଛ ସାଥିମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ , ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା

Sunil Chandra Nayak

Leave a Comment

error: Content is protected !!