ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୫/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନ ୪ ଘ. ସମୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ କିପରି ସ୍ଵାଧୀନତା ଦିବସ ପାଳନ କରାଯିବ, ବିଭିନ୍ନ କମିଟି ଗଠନ, ଅତିଥି ଚୟନ, ଅଗଷ୍ଟ ୧୪ ତାରିଖ ଦିନ ପ୍ୟାରେଡ ଅଭ୍ୟାସ ଅନୁଷ୍ଠିତ ହେବ ଓ ଅଗଷ୍ଟ ୧୩ ତାରିଖ ଦିନ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକ ସ୍ତରୀୟ କ୍ରିଡା ପ୍ରତିଯୋଗୀତା ଅନୁଷ୍ଠିତ ହେବା ନେଇ ଆଲୋଚନା ହୋଇଥିଲା | ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ | ଏହି ବୈଠକରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଏମ୍.ଆପ୍ପା ରାଓ, ଭାଜପାର ଜେ. ରାଜଶେଖର ରାଓ, ବିଶ୍ଵ ନାଥ ରାୟ, ଅବସରପ୍ରାପ୍ତ ଶିକ୍ଷକ ଅଜୟ ବଲ୍ଲଭ ପଣ୍ଡା, ଲକ୍ଷ୍ମୀକାନ୍ତ ରଥ, ବାବି ଜେନା, ଶୁଭଜିତ ପାଣିଗ୍ରାହୀ, ଶିକ୍ଷୟତ୍ରୀ ବନଲତା ମହାନ୍ତି, ଅନ୍ନପୂର୍ଣ୍ଣା ମାଝି, ଗୀତାଞ୍ଜଳି ନିହାଲ, ତନୁଶ୍ରୀ ନାୟକ, ଗିରିଜା ପାତ୍ର, କ୍ରିଡାଶିକ୍ଷକ ହେମନ୍ତ କୁମାର ସାମଲ, ଶିକ୍ଷକ ବିଶ୍ଵେଶ କୁମାର ତ୍ରିପାଠୀ, ଜିତେନ୍ଦ୍ର କୁମାର ମାଝି, ନବୀନ କୁମାର ନାଗେଶ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରକାରୀ ଜାଗାରେ ମରାଯାଇଥିବା ବୋର୍ଡ ହୋଇଗଲା ରାତାରାତି ଉଭାନ: ତହସିଲଦାର ଙ୍କ ନଜର ନାହିଁ            

masiha

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ବିଅନପିଟ ଗାଁ ! ବଣ ମଣିଷ ଭଳି ଜୀବନ କାଟୁଛନ୍ତି ପାଖାପାଖି ୪୦ ଆଦିବାସୀ ପରିବାର !!

Sunil Chandra Nayak

ସାତଦିନ ମଧ୍ୟରେ ହେବ ସମସ୍ୟାର ସମାଧାନ: ହିନ୍ଦୋଳଗସ୍ତରେ ଆସି ପ୍ରତିଶ୍ରୁତିଦେଲେ 5T ସଚିବ

Sunil Chandra Nayak

Leave a Comment

error: Content is protected !!