ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ବୃଦ୍ଧା ବୃଦ୍ଧ ଙ୍କୁ ଛତା ବଣ୍ଟନ

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ବୃଦ୍ଧା ବୃଦ୍ଧ ଙ୍କୁ ଛତା ବଣ୍ଟନ 

ଡାବୁଗାଁ, ୬/୮ (ମ.ନି.ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବପୀଠ ଓ କୁମୁଝରିଆଗୁଡା ଗ୍ରାମରେ ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ବୃଦ୍ଧା ବୃଦ୍ଧ ଙ୍କୁ ଛତା ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଥମେ କେଲିଆ ଶୈବପୀଠରେ ଆମ୍ବ, ପିଜୁଳି, ଚମ୍ପା, ଆତ ଓ ପଣସ ବୃକ୍ଷ ମୋଟ ୧୫ ଟି ରୋପଣ କରାଯାଇଥିଲା | ଏହାପରେ କୁମୁଝରିଆଗୁଡା ଗ୍ରାମରେ ୧୫ ଜଣ ବୃଦ୍ଧାବୃଦ୍ଧ ମାନଙ୍କୁ ଛତା ବଣ୍ଟନ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘର ରାଜ୍ୟ ସଭାପତି ତଥା ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଉପସଭାପତି ସ୍ଵର୍ଣ୍ଣ ସାରିକା, ସମ୍ପାଦକ ଗୋରାଙ୍ଗ କୁଆଁର, ସଦସ୍ୟ ପ୍ରିୟଦର୍ଶନୀ ମହାପାତ୍ର, ପ୍ରକାଶ ସାହୁ ଓ ଗୋପାଳକୃଷ୍ଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଲମଣ୍ଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ 

Sunil Chandra Nayak

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା : ମାତ୍ର ୭୪ ଜଣ ମିଲର୍ସ ଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବ ଦ୍ରଷ୍ଟା 

masiha

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ୨ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!