ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ବାର୍ଷିକୋତ୍ସବ 

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ବାର୍ଷିକୋତ୍ସବ 

ରାଉରକେଲା: ସେକ୍ଟର ୨୦ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ୧୫ ତମ ବାର୍ଷିକୋତ୍ସବ ନିଜସ୍ଵ କାର୍ଯ୍ୟାଳୟ ବିଶ୍ବ ପରିବର୍ତ୍ତନ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବିକେ ସ୍ବେତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରଏସପି ର ପ୍ରାକ୍ତନ ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ମୁଖ୍ୟଅତିଥି ଓ ପ୍ରାକ୍ତନ ମହାପ୍ରବନ୍ଧକ ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ବବିଦ୍ୟାଳୟର ର କାର୍ଯ୍ୟ, ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିକେ ସ୍ବେତା ତାଙ୍କ ବକ୍ତବ୍ୟରେ ବିଶ୍ବ ପରିବର୍ତ୍ତନ ପାଇଁ ମଣିଷ କୁ ୫ଟି ବିକାରରୁ ମୁକ୍ତ କରି ଦେବ ତୁଲ୍ୟ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କହିଥିଲେ। ଏହି ଅବସରରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ଅନୁଷ୍ଠାନ ତରଫରୁ ରାକ୍ଷୀ ବନ୍ଧନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ, ବିରମିତ୍ରପୁର, ରାଜଗାଙ୍ଗପୁର,ବଣେଇ, ତଥା ରାଉରକେଲାର ବିଭିନ୍ନ ଶାଖା କୋଏଲ ନଗର, ବାସନ୍ତୀ କଲୋନୀ, ଛେଣ୍ଡ ରୁ ପ୍ରାୟ ୫ଶହ ରୁ ଉର୍ଦ୍ଧ୍ବ ଭାଇଭଉଣୀ ଯୋଗଦେଇଥିଲେ। ଶେଷରେ ବିକେ ଅଞ୍ଜଳି ଧନ୍ୟବାଦ ଅର୍ପଣ କରିଥିଲେ। ବିକେ ବବି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକେ ଅମୂଲ୍ୟ ଚକ୍ର,ବିକେ ବିଜୟ ଦାସ,ବିକେ ସୁଦାମ,ବିକେ ରାଜକିଶୋର, ବିକେ ଭାରତୀ, ବିକେ ଗୈ।ରୀ,ବିକେ କାଳିଚରଣ,ବିକେ ବୈକୁଣ୍ଠ,ବିକେ ସୁଷମା,ବିକେ ରଞ୍ଜୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଶ୍ବ ଭିନ୍ନକ୍ଷମ ଦିବସ 

masiha

ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ରାଜେନ୍ଦ୍ର ନାଏକ, ବିଭିନ୍ନ ମହଲରୁ ଶୁଭେଚ୍ଛା

masiha

ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!