ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀମୂଲିଆ ଆଦିବାସୀ ସଂଘ ତରଫରୁ ବିଶ୍ଵ ଆଦିବାସୀ ଦିବସ ଓ ସାଥୀ କେଣ୍ଡୁକା ଅର୍ଜୁନ ଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଧୁମ ଧାମ ରେ ପାଳିତ 

ଚାଷୀମୂଲିଆ ଆଦିବାସୀ ସଂଘ ତରଫରୁ ବିଶ୍ଵ ଆଦିବାସୀ ଦିବସ ଓ ସାଥୀ କେଣ୍ଡୁକା ଅର୍ଜୁନ ଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଧୁମ ଧାମ ରେ ପାଳିତ 

ବନ୍ଧୁଗାଁ ତା ୯/୮/୨୫  ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ଖେଳ ପଡିଆ ରେ ବ୍ଲକର ସମସ୍ତ ଗ୍ରାମରୁ ଆସିଥିବା ଚାଷୀମୂଲିଆ ଆଦିବାସୀ ସଂଘର ହଜାର ହଜାର ସମର୍ଥକଙ୍କ ଉପସ୍ଥିତିରେ ଧୁମ ଧାମ ରେ ବିଶ୍ଵ ଆଦିବାସୀ ଦିବସ ସହିତ ସାଥୀ କେ ଅର୍ଜୁନ ଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହୋଇଯାଇଛି ।ପ୍ରଥମେ ଜୟ କଣ୍ଡାନା ମନ୍ଦିର ରୁ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ଶୋଭାଯାତ୍ରା ବାହାରି ଥିଲେ। ପାରମ୍ପାରିକ ବାଦ୍ୟ ର ତାଳେ ତାଳେ ଢେମସା, ଓ ବିଶ୍ୱ ଆଦିବାସୀ ଦିବସ ଓ ସାଥୀ ଅର୍ଜୁନଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଉପଲକ୍ଷେ ସ୍ଲୋଗାନ ଦେଇ ସହର ବଜାର ପରିକ୍ରମା କରି ଖେଳ ପଡିଆକୁ ପହଞ୍ଚି ଥିଲେ। କାର୍ଯ୍ୟକ୍ରମରେ ଚାଷୀମୂଲିଆ ଆଦିବାସୀ ସଂଘର ଜିଲ୍ଲା ସଭାନେତ୍ରୀ ପାଇଡ଼ାମା କଣ୍ଡାଗୋରି, ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା ର ରାଜ୍ଯ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ଆନ୍ଧ୍ରପ୍ରଦେଶ ରାଇତୁ କୁଲି ସଂଘ ରାଜ୍ଯ ସମ୍ପାଦକ ଡି ବର୍ମା, ରାଇତୁ କୁଲି ସଂଘ ରାଜ୍ୟ ପରିଷଦ ଶ୍ରୀନୁ ନାଇଡୁ, ରାଇତୁ କୁଲି ସଂଘ ଆନ୍ଧ୍ର ପ୍ରଦେଶ ଏନ ବାଶା , ଲକ୍ଷ୍ମୀପୁର କୋଡ଼ିଙ୍ଗା ମାଳି ସୁରକ୍ଷା ସଂଘ ଦିବାକର ସାହୁ, ଚାଷୀ ମୂଲିଆ ଆଦିବାସୀ ସଂଘ ର ମହିଳା ସଭାନେତ୍ରୀ ପିଡିକା ସୁରିଆମା, ଚାଷୀ ମୂଲିଆ ଆଦିବାସୀ ସଂଘର ସମ୍ପାଦକ ମାଣ୍ଡିଙ୍ଗୀ ଶ୍ରୀନୁ, ଚାଷୀ ମୂଲିଆ ଆଦିବାସୀ ସଂଘର ବରିଷ୍ଠ କର୍ମୀ ସିତାନା ହିମିରିକା, ସରପଞ୍ଚ ଆଲମଣ୍ଡା ଗୌରୀ ମେଲେକା, ସରପଞ୍ଚ ବନ୍ଧୁଗାଁ ଲକ୍ଷ୍ମୀ କାଡ୍ରାକା, ସରପଞ୍ଚ ପେଦାୱାଲୋଡା ଶେଖର କଣ୍ଡାଗୋରି, ସରପଞ୍ଚ ବଡସରପଲ୍ଲୀ ସୁଣ୍ଡୁରୁ ପିଡିକା, କମ୍ଭୁଗଣ୍ଡା ସରପଞ୍ଚଙ୍କ ସ୍ବାମୀ, ଦାସା ମେଲେକା, ଆଦାନା କାଡ୍ରାକା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଉତ୍ସାହିତ କରିଥିଲେ। ଆଜି ବିଶ୍ୱ ଆଦିବାସୀ ଦିବସ ଆମେ ପାଳନ କରୁଛେ ଜଙ୍ଗଲ ଉପରେ ଆମର ସମ୍ପୂର୍ଣ୍ଣ ଅଧିକାର ଆଦିବାସୀଙ୍କର ରହୁ। ଆମେ ଆମ ଜୀବିକା, ଭାଷା, ସଂସ୍କୃତି, ପରମ୍ପରା କୁ ବଞ୍ଚାଇ ରଖିବାକୁ ହେଲେ ଆମେ ଆମ ଜମି,ଜଳ, ଜଙ୍ଗଲ କୁ ସୁରକ୍ଷା ଦେବାକୁ ହେବ। ଜମି ଆଦିବାସୀଙ୍କ ମୂଳ ସମ୍ପଦ କିନ୍ତୁ ଜମି ସାହୁକାର ଙ୍କ ହାତରେ, କମ୍ପାନୀ ହାତରେ ରହିଛି। ଜଙ୍ଗଲ ବିଭାଗ ଗୁଡିକ କମ୍ପାନୀର କାମ୍ପା ଫଣ୍ଡ ଆଣି ଗଛ ଲଗାଇ ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଦେବାକୁ ବିରୋଧ କରୁଛି। ଆମ ଝଞ୍ଜାବତି ନଦୀ ର ପାଣି କମ୍ପାନୀକୁ ଦେବା ପାଇଁ ରବର ଡେମ ନିର୍ମାଣ କରିବାକୁ ଯାଉଛନ୍ତି ଏହା ଦ୍ୱାରା ବ୍ଲକର ୧୧ ଖଣ୍ଡ ଗାଁର ଲୋକ ଙ୍କ ଜମି ବୁଡ଼ି ଯିବ ଓ ଲୋକେ ବିସ୍ଥାପିତ ହେବେ। ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ଆହ୍ବାନ ଦିଆଯାଇଛି। ମୂଳ ଆଦିବାସୀଙ୍କ ଜମି ସାହୁକାର ଙ୍କ ପାଖରେ ଥିବା ରୁ ତାହାକୁ ମଧ୍ୟ ଫେରାଇ ଆଣିବାକୁ ଚାଷୀ ମୂଲିଆ ଆଦିବାସୀ ସଂଘ ଲଢ଼େଇ କରିବ। ଶେଷରେ ବିଶ୍ଵ ଆଦିବାସୀ ଦିବସ ପାଳନ ଅବସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟ

Related posts

କୋଇଲା ବୋଝେଇ ଟ୍ରକ ସହ ଫରଚ୍ୟୁନର କାର ଧକ୍କା, ତିନି ଆହାତ

Sunil Chandra Nayak

ସପ୍ତମ ତମ ବାର୍ଷିକ ଉତ୍ସବ ତଥା ସମ୍ବର୍ଦ୍ଧନା ସଭା

Sunil Chandra Nayak

ବଡ଼ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!