ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

ଗୁଣପୁର ତା: ୧୧-୦୮-୨୦୨୫ ତାରିଖ ଦିନ ଠାରୁ ରାୟଗଡା ଜିଲ୍ଲା ରାଜସ୍ବ ଅମଲା ସଂଘ ତରଫରୁ ୧0 ଦଫା ଦାବି ପୂରଣ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ରାଜ୍ୟ ରାଜସ୍ବ ଅମଲା ସଂଘଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା, ସମ୍ପାଦକ ଅଜୟ ନାହାକ ଏବଂ ବିଶ୍ୱନାଥ ମଣ୍ଡଳ, ରାଜ୍ୟ ପରିଷଦ ସଭ୍ୟ ନେତୃତ୍ୱରେ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଅମଲା ମାନଙ୍କ ଚାକିରୀ ପ୍ରବେଶ ମୂଳ ଦରମା ଲେବୁଲ ୦୯ ଅନୁଯାୟୀ ପ୍ରଦାନ, ରାଜସ୍ବ ଅମଲା ମାନଙ୍କ କେଡର ଗଠନ, ପ୍ରତି ଅମଲାଙ୍କ ପରିବାରର ପ୍ରତି ସଦସ୍ୟଙ୍କ ବୀମା ପ୍ରଦାନ, ୨୦୨୦ ପୂର୍ବରୁ ଥିବା ନିୟମାନୁସାରେ ପୁନଃ ଥଇଥାନ ନିୟମ ଲାଗୁ କରିବା, ପୁରୁଣା ପେନସନ ଲାଗୁ କରିବା ଆଦି ବିଭିନ୍ନ ଦାବି ସରକାର ଯଥାଶୀଘ୍ର ପୁରଣ କରିବା ନେଇ ଅମଲା ମାନେ ଦାବି କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ଗୁଣପୁରରେ ସେକ୍ସନ ଅଫିସର ମନରଞ୍ଜନ କାର୍ଜି, ଭି ଅରୁଣା, ମୁରାରୀ ପଟ୍ଟନାୟକ, ଏ ଭି ରାମନା, ଗୁପ୍ତ ପାଣିଗ୍ରାହୀ, ପ୍ରବୀର ପାତ୍ର, ବସନ୍ତ ବେହେରା, ମନୋଜ ପାତ୍ର, ରାଧା ସେଠି, ଘନସି ମାଳି, ନନ୍ଦିତା ଶବର, ସୁମତି ଗମାଙ୍ଗ ପ୍ରମୁଖ ଯୋଗ ଦେଇ ଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ରାହ୍ମଣ ମହାସଂଘର ସାଧାରଣ ସଭା

ଭବାନୀପାଟଣା : ପେଟ୍ରୋଲ ଡିଜେଲ ବିତରଣ ରେ ଅନିୟମିତତା ଅଭିଯୋଗ ନେଇ ପ୍ରଶାସନିକ ଚଢ଼ାଉ

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା 

masiha

Leave a Comment

error: Content is protected !!