ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବୀନ୍ଦ୍ର ପଧାନ ଙ୍କ ପରଲୋକ, ଶୋକ ର ଛାୟା 

ରବୀନ୍ଦ୍ର ପଧାନ ଙ୍କ ପରଲୋକ, ଶୋକ ର ଛାୟା 

ନର୍ଲା/ମସିହା/୧୧/୦୭/୨୫ — କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ରେ ଥିବା ରବି ହୋଟେଲ୍ ର ମାଲିକ ରବୀନ୍ଦ୍ର ପଧାନ୍ ଙ୍କ 70ବର୍ଷ ବୟସରେ ନିଜ ବାସଭବନ ରେ ପରଲୋକ ଘଟିଛି, କିଛି ଦିନ ହେଲା ସେ ଅସୁସ୍ଥ ଥିଲେ, ଆଜି ଦିନ ଦୁଇଟା ସମୟରେ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କ ର ମୃତ୍ୟୁ ଘଟିଥିଲା। ଦୀର୍ଘ ବର୍ଷ ହେଲା ସେ ହୋଟେଲ୍ ବେପାର କରୁଥିଲେ। ମସଲା ଦୋସା ତାଙ୍କର ହୋଟେଲ୍ ର ଲୋକପ୍ରିୟ ଖାଦ୍ୟ ଥିବା ବେଳେ ସବୁଠାରୁ ନିଆରା ସ୍ଵାଦ ଭରା ମୂଳା ସମ୍ବର ଗ୍ରାହକ ଙ୍କ ମନକୁ ଛୁଇଁଥିଲା।

ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ ବୋହୁ, ଝିଅ ଜ୍ୟାଇଁ ଙ୍କ ସହିତ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ନର୍ଲା ରୋଡ ର ଶତାଧିକ ଲୋକ ଙ୍କ ସହିତ ଆତ୍ମୀୟ ସ୍ୱଜନ ଙ୍କ ଉପସ୍ଥିତ ରେ ନିକଟସ୍ଥ ସ୍ମସାନ ରେ ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଛି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ

Sunil Chandra Nayak

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

masiha

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦଳିଅ କର୍ମୀ 

masiha

Leave a Comment

error: Content is protected !!