ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ଯାଳୟରେ ବେଆଇନ ରୋଷେୟା ନିଯୁକ୍ତି ନେଇ ମହିଳାଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ଯାଳୟରେ ବେଆଇନ ରୋଷେୟା ନିଯୁକ୍ତି ନେଇ ମହିଳାଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

 ମୟୂରଭଂଜ – ୧୧/୦୮ — ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକର ମୟୂରଦର ପଞ୍ଚାୟତ ଅନ୍ତର୍ଗତ ମୁରୁମଡିହି ଗ୍ରାମର ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ୟାଳୟର ରୋଷେୟା ପାଇଁ ବିଜ୍ଞାପନ ବାହାରିଥିଲା ।ଏଥିରେ ମୟୂରଦର ପଞ୍ଚାୟତର ମୁରୁମଡିହି ଗ୍ରାମର‌ ସ୍ଥାୟୀ ବାସିନ୍ଦା ଦିଲିପ ପୂର୍ତିଙ୍କ ପତ୍ନୀ ଦୁର୍ଗୀ ପୂର୍ତ୍ତି ରୋଷେୟା ନିଯୁକ୍ତି ପାଇଁ ଦରଖାସ୍ତ ପକାଇଥିଲେ ।କିନ୍ତୁ କୁସୁମି ବ୍ଳକର କୁସୁମି ପଞ୍ଚାୟତର କୁସୁମି ଗ୍ରାମର ପୂର୍ଣଚନ୍ଦ୍ର ଗିରିଙ୍କୁ ପତ୍ନୀ ସରୋଜିନୀ ଗିରିଙ୍କୁ ଅଯଥା ଅନୁକମ୍ପା ଦେଖାଇ ନିୟମ ସର୍ତ୍ତାବଳି କୁ ଫୁ କରାଯାଇ ବେଆଇନ ଭାବରେ ନିଯୁକ୍ତି ଦିଆଯାଇଛି ।ନିୟମ ଅଛି ଅନ୍ଯ ଗ୍ରାମର କୌଣସି ମହିଳା ଏହି ରୋଷେୟା ପାଇଁ ଦରଖାସ୍ତ କରିବେ ନାହିଁ ।କେବଳ ଯେଉଁମାନେ ସେହି ଗ୍ରାମର ସ୍ଥାୟୀ ବାସିନ୍ଦା ସେମାନେ କେବଳ ଚାକିରୀ ପାଇଁ ଦରଖାସ୍ତ କରିପାରିବେ ।ସୂଚନାଯୋଗ୍ୟ ବେଆଇନ ନିଯୁକ୍ତି ପାଇଥିବା ସରୋଜିନୀ ଗିରିଙ୍କୁ ବାପା ରାମକୃଷ୍ଣ ଗିରି ନିକଟରେ ସେହି ସ୍କୁଲରୁ ଅବସର ନେଇ ସେହି ସ୍କୁଲ ମଧ୍ୟରେ ଅଦ୍ୟାବଧି ରହୁଛନ୍ତି ।ସରୋଜିନୀ ର ନିଯୁକ୍ତି ପାଇଁ ଅନୁକମ୍ପା ଦେଖାଯାଇ କମିଟିକୁ ପ୍ରଭାବିତ କରାଯାଇ ବେଆଇନ ନିଯୁକ୍ତି ଦିଆଯାଇଛି ।ତେଣୁ ଏହାକୁ ନେଇ ମନ ଦୁଃଖରେ ଭାଙ୍ଗି ପଡିଥିବା ଦୁର୍ଗତି ପୂର୍ତ୍ତି ଆଜି ସୋମବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ଜିଲ୍ଲାପାଳଙ୍କୁ ନ୍ୟାୟ ଭିକ୍ଷା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ନର୍ଲା ବ୍ଲକରେ ସମନ୍ୱୟ ଓ ଯୋଜନା ବୈଠକ ଅନୁଷ୍ଠିତ

Sunil Chandra Nayak

ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ, ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ

Sunil Chandra Nayak

ଭାରତମାଲା ଯୋଜନାରେ ପୋଲ ସ୍ଥାନାନ୍ତର ଯୋଗୁଁ 10 ଏକର ଜମିରେ ପାଣି ଜମିଲା,ପୋଲ ସ୍ଥାନାନ୍ତର ପାଇଁ ଦାବି

Leave a Comment

error: Content is protected !!