ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ 

ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ 

ଡାବୁଗାଁ, ୧୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଏକ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଶେଷ ସଘନ ସଂଶୋଧନ ଉପରେ ତାଲିମ ଦିଆଯାଇଥିଲା | ଏଥିରେ ଭୋଟର ତାଲିକା ରେ ନାମ ସଂଶୋଧନ, ନୂତନ ଭୋଟର କାର୍ଡ ପ୍ରସ୍ତୁତି, ୧୮ ବର୍ଷର ଯୁବତୀ ଯୁବକ ଙ୍କ ନାମ ସଂଯୋଗ କରିବା ଉପରେ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ପ୍ରକାଶ କୁମାର ପଣ୍ଡା, ଜିଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ, ଡାବୁଗାଁ ବିଡିଓ ଶରତ ମାଝି, ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ସୁପରଭାଇଜର କୃଷ୍ଣଚନ୍ଦ୍ର ପଣ୍ଡା, ରତିକାନ୍ତ ନାୟକ, ରାଇସିଂ ପୂଜାରୀ, ଧନସିଂ ତନ୍ତୀ ଓ ବିକାଶ ରଞ୍ଜନ ନିଶଙ୍କ ଓ ୫୫ ଜଣ ବୁଥ ସ୍ତରୀୟ ଅଧିକାରୀ ମାନେ ତାଲିମ ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମକୁ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବିପ୍ଲବୀ ଯୁବକ ସଂଘ ତରଫରୁ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧନା

masiha

କଳାହାଣ୍ଡି: କେସିଙ୍ଗା ବ୍ଲକ ରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଯୋଗାଇବ ଏସବିଆଇ ଓ ରାମକୀ ଫାଉଣ୍ଡେସନ

Sunil Chandra Nayak

ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

masiha

Leave a Comment

error: Content is protected !!