ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ବିଦେଶୀ ମଦ ଓ ବିଅର ସହିତ ଫ୍ରିଜ ଜବତ, ଜଣେ ଗିରଫ

ବିପୁଳ ପରିମାଣର ବିଦେଶୀ ମଦ ଓ ବିଅର ସହିତ ଫ୍ରିଜ ଜବତ, ଜଣେ ଗିରଫ

 ମୟୂରଭଂଜ -୧୨/୦୮ — ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ସହ ଉପ-ନିରୀକ୍ଷକ ଶ୍ରୀ ସୁଧାଂଶୁ କୁମାର ବେହେରା ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ହାଟ ଛକ ନିକଟରେ ଚଢ଼ାଉ କରାଯାଇ ୪୪.୬୪୦ ଲିଟର ବିଦେଶୀ ମଦ ଓ ୧୦୬.୨୦୦ ଲିଟର ବିଅର ଓ ଗୋଟିଏ ଫ୍ରିଜ ଜବତ କରିବା ସହିତ ବିଜାତଳା ଗ୍ରାମର ଶରତ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ବିଦେଶୀ ମଦ, ବିଅର ଓ ଫ୍ରିଜର ଆନୁମାନିକ ମୂଲ୍ୟ ୯୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବର, ଯଶିପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ଶୁକୃଳି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ବିନ୍ଧାଣୀ, ସହ ଉପ-ନିରୀକ୍ଷକ ବିଶ୍ୱନାଥ ମହନ୍ତ ଓ ଶମ୍ଭୁନାଥ ପାତ୍ର, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ସୁରେନ୍ଦ୍ର ସୋରେନ, କାଶୀନାଥ ସୋରେନ, ଚୂଡ଼ାମଣି ସିଂ, ସୀତାମଣୀ ମୁର୍ମୁ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୧ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ମୟୁରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅଢ଼େଇ କୋଟି ଋଣ ଟଙ୍କା ଧରି ଫେରାର ଘଟଣା। ଟିଟିଲାଗଡ଼ରୁ ଅଭିଯୁକ୍ତ ମହିଳା ଗିରଫ…

Sunil Chandra Nayak

ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

Sunil Chandra Nayak

ରାସ୍ତା କଡରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

Leave a Comment

error: Content is protected !!