ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତରେ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ

ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତରେ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ 

ରାୟଗଡ଼ ତା ୧୩-୮-୨୦୨୫   ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଆନୁକୁଲ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତରେ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଏକ ଦିନିଆ କର୍ମଶାଳା ବୁଧବାର କାମ୍ପ ମାଲିଗାଁ ଗ୍ରାମ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଶ ରଞ୍ଜନ ଜେନା, ସରପଞ୍ଚ କବିତା ହୁଇକା, ପି ଏ ଗୋପାଳ ପଣ୍ଡା, ଜିପିଡିଓ ସ୍ମୃତିରେଖା ନାୟକ, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ନିର୍ବାହୀ ଅଧିକାରୀ ପଲ୍ଲବି ପ୍ରିୟନାଥ ପ୍ରମୁଖ ଉପସ୍ଥିତ ରହି କର୍ମଶାଳାର ପରିଚାଳନା କରିଥିଲେ । ଓସଡମା ଦ୍ବାରା ତାଲିମପ୍ରାପ୍ତ ସମ୍ବଳ କର୍ମୀ ବୈଶାଖୀ ସାହୁ ଏବଂ ମିତାଲି ସ୍ବାଇଁ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ ।ଅଂଶଗ୍ରହଣକାରୀଙ୍କୁ ସମ୍ଭାବ୍ଯ ବିପର୍ଯ୍ୟୟର ଆଶଂକା, ସମ୍ଭାବ୍ଯ ବିପତ୍ତିର ମୁକାବିଲା ପାଇଁ ଆବଶ୍ୟକ ଦକ୍ଷତାର ବିକାଶ ଓ ବ୍ୟବହାରିକ କୌଶଳର ବୃଦ୍ଧି ନିମନ୍ତେ ଜ୍ଞାନ ଓ କୌଶଳ ପ୍ରଦାନ କରାଯାଇଥିଲା । ବିଜୁଳି, ଘଡଘଡି, ସାପ କାମୁଡା, କ୍ଷତ, ଘରପୋଡି, ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ବିଭିନ୍ନ ବିଭାଗୀୟ ଯୋଜନା, ସୁବିଧା ସୁଯୋଗ ବିଷୟରେ ଅବଗତ କରାଯାଇଥିଲା । ଏଥିରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ , ଜୀବିକା ମିଶନ, ସରପଞ୍ଚ ସମେତ ସମସ୍ତ ୱାର୍ଡ ସଭ୍ଯ ସଭ୍ୟା ଏଥିରେ ଅଂଶ ଗ୍ରହଣ କରିଥିଲେ । ଏଡିଇଓ ଜଗାରାଓ କଣ୍ଡାଗରୀ,ଜୋଗାଣ ସହାୟକ ପପିନା ହୁଇକା, ମହାବାହୁ ବିଡିକା ଓ ଅନ୍ୟ କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଗାମୀ ଦିନରେ କାମ୍ପ ମାଲିଗାଁ ପଞ୍ଚାୟତର ତିରିଶି ଜଣ କିଶୋରୀ ବାଳିକାଙ୍କୁ ବିପର୍ଯ୍ୟୟର ମୁକାବିଲା କୌଶଳ ତାଲିମ ପ୍ରଦାନ କରାଯିବାର ଯୋଜନା ଥିବା ବିଡିଓ ସୁଜିତ କୁମାର ମିଶ୍ର ପ୍ରକାଶ କରିଛନ୍ତି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦୀନକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡାଉତ୍ସବ ଅନୁଷ୍ଠିତ

masiha

ଆଇନଜୀବୀ ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କ ପରଲୋକ ଧର୍ମଗଡ଼ ଓକିଲ ସଂଘର ଶ୍ରଦ୍ଧାଞ୍ଜଳୀ ସଭା

Sunil Chandra Nayak

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!