ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେ କେ କାଗଜ କଳ ଆନୁକୂଲ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ଜେ କେ କାଗଜ କଳ ଆନୁକୂଲ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ସ୍ଵାଧୀନତା ଦିବସ ପାଳନ ଅବସରରେ ଜେ କେ କାଗଜ କଳ ତରଫରୁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର 65 ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଥିଲେ। ପ୍ରଥମେ 6 ଟି କ୍ଳଷ୍ଟର ରେ ପ୍ରତିଯୋଗିତା ଏହି ବକ୍ତୃତା ପ୍ରତିଯୋଗିତା ହୋଇଥିଲା। କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତା ରେ ଉନ୍ନିତ ଛାତ୍ରମାନେ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ। । ତିନୋଟି ସ୍ତର ରେ ଯାଥା ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗ ପାଇଁ ଉଦ୍ଦିଷ୍ଟ ଥିଲା। ସର୍ବ କନିଷ୍ଠ ପାଇଁ, ଶୃଙ୍ଖଳା ହିଁ ଉନ୍ନତି ର ମାପ କାଠି, କନିଷ୍ଠ ବର୍ଗ ପାଇଁ-ଗ୍ଲୋବାଲ୍ ୱାର୍ମିଙ୍ଗ ପରିବେଶ ପାଇଁ ସତର୍କ ଘଣ୍ଟି, ଓ ବରିଷ୍ଠ ବର୍ଗ ପାଇଁ ସାମାଜିକତା ଓ ନୈତିକତା ଉପରେ କୂତ୍ରିମ ବୁଦ୍ଧିମତ୍ତା ର ପ୍ରଭାବ ବିଷୟରେ ଉଦ୍ଦିଷ୍ଟ ଥିଲା। 

ସ୍କୁଲ ସ୍ତରରେ ରେ 703 ଜଣ ଭାଗ ନେଇ ଥିବା ବେଳେ କ୍ଳଷ୍ଟର ସ୍ତରୀୟ କୁ 103 ଜଣ ଉତ୍ତୀର୍ଣ୍ଣ ହୋଇ ଫାଇନାଲ୍ କୁ ପ୍ରବେଶ କରିଥିଲେ। ସର୍ବ କନିଷ୍ଠ ବର୍ଗ ରେ ରୋଜି କୌଶଲ୍ୟା, ପଞ୍ଚମ ଶ୍ରେଣୀ, ଉଚ୍ଚ ବିଦ୍ୟାଳୟ, ପେଣ୍ଟ।,ପ୍ରଥମ, ଜ୍ୟୋତି ପ୍ରିୟଦର୍ଶିନୀ, ଦ୍ଵିତୀୟ, ସରସ୍ଵତୀ ଶିଶୁ ମନ୍ଦିରରେ, ଜେକେପୁର, ସୁଦୀପ ମହାନ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଲନରା ତୃତୀୟ ସ୍ଥାନ, ଅଙ୍କିତା ବେହେରା, ଲକ୍ଷ୍ମୀପଥ ସିଂଘାନିଆ ପ୍ରାଥମିକ ବିଦ୍ୟାଳୟ,,ସାନ୍ତ୍ଵନା ମୂଳକ ପୁରସ୍କାର ପାଇଛନ୍ତି। 

କନିଷ୍ଠ ବର୍ଗ ରେ ଆଶୀର୍ବାଦ ଦୋରା, ଅଷ୍ଟମ ଶ୍ରେଣୀ ଓଡିଶା ଆଦର୍ଶ ବିଦ୍ୟାଳୟ ,ପ୍ରଥମ, ଶିବାଶିଷ ପତ୍ର, ସପ୍ତମ ଶ୍ରେଣୀ, ଦ୍ଵିତୀୟ , ଆକୃତି ପାଢି, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର , ତୃତୀୟ ଓ ବନ୍ଦନା ବେହେରା, ସପ୍ତମ ଶ୍ରେଣୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋଲନରା ସାନ୍ତ୍ଵନା ମୂଳକ ପୁରସ୍କାର ପାଇଛନ୍ତି।

ବରିଷ୍ଠ ବର୍ଗ ରେ ସରିତା ବାଘ, ଦଶମ ଶ୍ରେଣୀ, ସେବାଶ୍ରମ ଉଚ୍ଚବିଦ୍ୟାଳୟ, ମାଲିଗାଁ ପ୍ରଥମ,,ଜ୍ୟୋତିର୍ମୟୀ ଆଚାର୍ଯ୍ଯ, ଦଶମ ଶ୍ରେଣୀ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଜେକେ ପୁର ଦ୍ଵିତୀୟ , ସାଇଶ୍ରୀ ଦାସ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଜେକେ ପୁର, ତୃତୀୟ ଓ ଲିପ୍ ପୃଷ୍ଟି,,ଦଶମ ଶ୍ରେଣୀ, ଉଚ୍ଚ ବିଦ୍ୟାଳୟ, କୋତାପେଟା ସାନ୍ତ୍ଵନା ମୂଳକ ପୁରସ୍କାର ପାଇଛନ୍ତି। 

ଉକ୍ତ କାର୍ଯ୍ୟକ୍ରମ ରେ ବିଚାରକ ଭାବେ ଦ୍ୱିତୀ ଚନ୍ଦ୍ର ସାହୁ, ସହକାରୀ ଶିକ୍ଷକ, ସେବାଶ୍ରମ ଉଚ୍ଚବିଦ୍ୟାଳୟ, ବିଲେସୁ, ଦେବେନ୍ଦ୍ର ଦୋରା, ସହକାରୀ ଶିକ୍ଷକ, ଉଚ୍ଚ ବିଦ୍ୟାଳୟ ମୁକୁନ୍ଦପୁର, ବସୁଦେବ ହୋତା ପ୍ରଧାନ ଶିକ୍ଷକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁରୁମ ପେଟା, ଓ ବଦ୍ରିନାରାୟଣ ମହାପାତ୍ର, ଭାର ପ୍ରାପ୍ତ ଅଧ୍ୟକ୍ଷ, ଲକ୍ଷ୍ମୀପଥ ସିଂଘାନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯୋଗ ଦେଇଥିଲେ। 

କାର୍ଯ୍ୟକ୍ରମ କୁ ଶ୍ରୀ ମନୋଜ କୁମାର ପାତ୍ର, ମହାପ୍ରବନ୍ଧକ, (ଆକାଉଣ୍ଟ୍ ) ଜେ କେ କାଗଜ କଳ ଉଦଘାଟନ କରିଥିଲେ। ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସ୍ମୃତି ରେଖା କର, ପ୍ରବନ୍ଧକ ଲୋକ ସମ୍ପର୍କ ଓ ସାମାଜିକ ଦାୟିତ୍ଵ ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାଦେବାହାଲ ବିଦ୍ୟାଳୟର ଦ୍ବିତୀୟ ବାର୍ଷିକ ଉତ୍ସବ 

masiha

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

masiha

ଧର୍ମଗଡ ସହରରୁ ଜଗନ୍ନାଥ ଏକ୍ସପ୍ରେସ ପୁରୀ ବସ୍ ଚଳାଇବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ବ୍ୟବସାୟୀ ସଙ୍ଘ

masiha

Leave a Comment

error: Content is protected !!