ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଈ ଗୋରୁ ଙ୍କ ଠାରେ ବସନ୍ତ ରୋଗ ନିମନ୍ତେ ଆଳତୁମା ଗ୍ରାମରେ ଟିକାକରଣ 

ଗାଈ ଗୋରୁ ଙ୍କ ଠାରେ ବସନ୍ତ ରୋଗ ନିମନ୍ତେ ଆଳତୁମା ଗ୍ରାମରେ ଟିକାକରଣ 

କାମାକ୍ଷାନଗର (ମନିସ)14/8/25 — ହୁ ହୁ ହୋଇ ବର୍ତ୍ତମାନ ଗାଈ ଗୋରୁ ଙ୍କ ଠାରେ ଵସନ୍ତ ରୋଗ ମାଡି ଚାଲଛି । ଏ ରୋଗ ବର୍ତ୍ତମାନ ବେଶୀ ବାଛୁରୀ ମାନଙ୍କ ଠାରେ ଦେଖିବାକୁ ମିଳିଛି , ରୋଗର ଲକ୍ଷଣ ଵାଛୁରୀ ମାନଙ୍କ ଦେହ ଶାରା ଫୋଟକା ହୋଇ ବଡ଼ ଘା ହେବା ସହିତ ଭୀଷଣ କମ୍ପ ଜ୍ଵର ହେଉଛି , ଯଦି ପ୍ରାଥମିକ ସ୍ତରରେ ଚିକିତ୍ସା ହେବ ତେବେ ସେମାନଙ୍କ ଜୀଵନ ରକ୍ଷା ହେଵ ନଚେତ ପ୍ରାଣହାନୀ ନିଶ୍ଚିତ। 

କାମାକ୍ଷାନଗର ଉପଖଣ୍ଡ ପଶୁ ବିଭାଗ ଚିକିତ୍ସାଳୟରେ କିଛି ସମାଜସେଵୀ ଲିଖିତ ଭାବରେ କହିବା ପରେ ସ୍ଥାନୀୟ ପଶୁ ଚିକିତ୍ସକ ଏକ ଟିମ୍ ଆଳତୁମା ଗ୍ରାମରେ ପହଞ୍ଚି ତିନି ମାସରୁ ଉର୍ଦ୍ଧ୍ଵ ଏଵଂ ତିନି ଵର୍ଷରୁ କମ୍ ବାଛୁରୀ ମାନଙ୍କ ଦେହରେ ବସନ୍ତ ରୋଗ ପାଇଁ ଟିକାକରଣ କରାଯାଇଥିଲା ଏଵଂ ଯେଉଁ ମାନଙ୍କୁ ବସନ୍ତ ରୋଗ ହୋଇଛି ସେମାନଙ୍କ ଚିକିତ୍ସା ମଧ୍ୟ କରାଯାଇଥିଲା,ଆମ ସମସ୍ତଙ୍କର ଦାୟିତ୍ୱ ଗୋ ମାତାଙ୍କ ସେବାରେ ନିଜକୁ ସମର୍ପଣ କରି ଗୋ ବଂଶର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓ.ଏମ.ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟପ୍ରଣାଳୀରେ ଖଣିବାସୀ ହିନସ୍ଥା,କେଉଁ ଖଣି ଅଫିସରଙ୍କ ବଳରେ ବଳୀଆନ୍ ଏବେ ପ୍ରଶ୍ନ ଉଠିଛି

masiha

କୌଶିକ ବାବା +୩ ମହାବିଦ୍ୟାଳୟରେ ଅ’ ଅଭିଯାନ କାର୍ଯ୍ୟକ୍ରମ

masiha

ବନ୍ଧୁଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରରେ ଭାଷାଞାନ ପରୀକ୍ଷା ଅନୁଷ୍ଠିତ 

masiha

Leave a Comment

error: Content is protected !!