ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଈ ଗୋରୁ ଙ୍କ ଠାରେ ବସନ୍ତ ରୋଗ ନିମନ୍ତେ ଆଳତୁମା ଗ୍ରାମରେ ଟିକାକରଣ 

ଗାଈ ଗୋରୁ ଙ୍କ ଠାରେ ବସନ୍ତ ରୋଗ ନିମନ୍ତେ ଆଳତୁମା ଗ୍ରାମରେ ଟିକାକରଣ 

କାମାକ୍ଷାନଗର (ମନିସ)14/8/25 — ହୁ ହୁ ହୋଇ ବର୍ତ୍ତମାନ ଗାଈ ଗୋରୁ ଙ୍କ ଠାରେ ଵସନ୍ତ ରୋଗ ମାଡି ଚାଲଛି । ଏ ରୋଗ ବର୍ତ୍ତମାନ ବେଶୀ ବାଛୁରୀ ମାନଙ୍କ ଠାରେ ଦେଖିବାକୁ ମିଳିଛି , ରୋଗର ଲକ୍ଷଣ ଵାଛୁରୀ ମାନଙ୍କ ଦେହ ଶାରା ଫୋଟକା ହୋଇ ବଡ଼ ଘା ହେବା ସହିତ ଭୀଷଣ କମ୍ପ ଜ୍ଵର ହେଉଛି , ଯଦି ପ୍ରାଥମିକ ସ୍ତରରେ ଚିକିତ୍ସା ହେବ ତେବେ ସେମାନଙ୍କ ଜୀଵନ ରକ୍ଷା ହେଵ ନଚେତ ପ୍ରାଣହାନୀ ନିଶ୍ଚିତ। 

କାମାକ୍ଷାନଗର ଉପଖଣ୍ଡ ପଶୁ ବିଭାଗ ଚିକିତ୍ସାଳୟରେ କିଛି ସମାଜସେଵୀ ଲିଖିତ ଭାବରେ କହିବା ପରେ ସ୍ଥାନୀୟ ପଶୁ ଚିକିତ୍ସକ ଏକ ଟିମ୍ ଆଳତୁମା ଗ୍ରାମରେ ପହଞ୍ଚି ତିନି ମାସରୁ ଉର୍ଦ୍ଧ୍ଵ ଏଵଂ ତିନି ଵର୍ଷରୁ କମ୍ ବାଛୁରୀ ମାନଙ୍କ ଦେହରେ ବସନ୍ତ ରୋଗ ପାଇଁ ଟିକାକରଣ କରାଯାଇଥିଲା ଏଵଂ ଯେଉଁ ମାନଙ୍କୁ ବସନ୍ତ ରୋଗ ହୋଇଛି ସେମାନଙ୍କ ଚିକିତ୍ସା ମଧ୍ୟ କରାଯାଇଥିଲା,ଆମ ସମସ୍ତଙ୍କର ଦାୟିତ୍ୱ ଗୋ ମାତାଙ୍କ ସେବାରେ ନିଜକୁ ସମର୍ପଣ କରି ଗୋ ବଂଶର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆନ୍ତର୍ଜାତିକ ହକର୍ସ ଦିବସ ପାଳନ

ରାଇରଙ୍ଗପୁର ରେ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ତରଫରୁ ଶ୍ରମିକ ଦିବସ ପାଳିତ

ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏମ୍. କେ କ୍ଳାସେସ୍ ରେ

masiha

Leave a Comment

error: Content is protected !!