ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଥର ଗାଁରୁ ଶୁଭିବ ସମାଜ ପରିବର୍ତ୍ତନର ସ୍ୱର, ଘରେଘରେ ପହଞ୍ଚିବ ବାବାସାହେବଙ୍କ ଚିନ୍ତାଧାରା

ବିଶ୍ୱନାଥପୁରଠାରେ ଡ. ବି.ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମଜୟନ୍ତୀ ଓ ଶ୍ରମିକଦିବସ ପାଳିତ

ଲାଞ୍ଜିଗଡ଼,୦୨/୦୫( ମ ନି ସ)-ସମଗ୍ର ଦେଶବାସୀ ପୁରୁଷ ଓ ମହିଳାଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଶାନ୍ତି, ମୁକ୍ତି, ନ୍ୟାୟ ଓ ସମତା ପ୍ରଦାନ କରିବାରେ ବିଶ୍ୱରତ୍ନ ବାବାସାହେବ ଡ. ବିଆର୍ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ । କେବଳ ସମ୍ବିଧାନ ନୁହେଁ ମହିଳା ଅଧିକାର, ଶ୍ରମିକମାନଙ୍କ ସୁରକ୍ଷା ଭଳି ଅନେକ ପ୍ରସଙ୍ଗରେ ତାଙ୍କର ଭୂମିକା ତାଙ୍କୁ ଚିରଅମର କରି ରଖିବ । ବର୍ତ୍ତମାନ ସମୟରେ ବାବାସାହେବଙ୍କ ଚିନ୍ତା, ଚେତନା ଓ ଚିନ୍ତାଧାରାର ପ୍ରଚାର ଓ ପ୍ରସାର ହେଲେ ସମାଜରେ ପରିବର୍ତ୍ତନ ସମ୍ଭବ ହେବ । ଏଣୁ ସମୟ ଆସିଛି ଏଥର ଗାଁ ଗାଁ, ଗଳି ଗଳିରେ ବାବାସାହେବଙ୍କ ନୀତି ଓ ଆଦର୍ଶ ପହଞ୍ଚିବ ଏବଂ ସମାଜରେ ପରିବର୍ତ୍ତନର ସ୍ୱର ଶୁଭିବ ବୋଲି ବାବାସାହେବ ଡ. ବି.ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମଜୟନ୍ତୀ ଓ ଶ୍ରମିକଦିବସ ଅବସରରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌, ଲାଞ୍ଜିଗଡ଼ ବ୍ଲକ ତରଫରୁ ବିଶ୍ୱନାଥପୁରଠାରେ ଜିଲ୍ଲାସ୍ତରୀୟ ବିଶାଳ ଶୋଭାଯାତ୍ରା ଓ ଜନଜାଗରଣ ସମାବେଶରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ବିଶାଳ ଶୋଭାଯାତ୍ରା ବିଶ୍ୱନାଥପୁର ହସ୍ପିଟାଲ ଛକରୁ ବାହାରି ଉତ୍ସବସ୍ଥଳ ଷ୍ଟେଟବ୍ୟାଙ୍କ ପଡିଆରେ ପହଂଚିଥିଲା । ସେଠାରେ ଭଗବାନ ବୁଦ୍ଧ ଓ ବାବାସାହେବ ଡ. ବିଆର୍ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ସମାରୋହ । ଉଦ୍‌ଘାଟକ ଭାବେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ ଯୋଗ ଦେଇଥିବାବେଳେ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଆଂଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, କଳା ଓ ସଂସ୍କୃତି ବିଭାଗ ମୁଖ୍ୟ ମଧୁସୂଦନ ବାଗ, ଉପସଭାପତି ବିଭୀଷଣ ନାଏକ, କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ ସୁନା, ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ, ଉପଦେଷ୍ଟା ଉଦୟ କୁମାର, ନବୀନ ସୁନା, ମନୋହର ହରପାଲ, ଅଧ୍ୟାପକ ଗୌର ସୁନା ପ୍ରମୁଖ ଯୋଗ ଦେଇଥିଲେ । ଫେଡେରେସନର ଲାଞ୍ଜିଗଡ ବ୍ଲକ ଶାଖା ସଭାପତି ଜଗଦୀଶ ବେନିଆଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ସୁଶୀଲ କୁମାର ବାଗ ଓ ବିଭୂତିଭୂଷଣ ତାଣ୍ଡି ପରିଚାଳନା କରିଥିବାବେଳେ ହରିହର କୁମାର ଧନ୍ୟବାଦ ଦେଇଥିଲେ । ଫେଡେରେସନର ଜିଲ୍ଲା ସଂପାଦକ ତଥା ଆୟୋଜନ ସମିତିର ମୁଖ୍ୟ ଶ୍ରୀବତ୍ସ ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଦ୍ୱିତୀୟ ଅଧିବେଶନ ଜନଜାଗରଣ ସମାବେଶରେ ଅତିଥି ଭାବେ ବିଶିଷ୍ଟ ଆଦିବାସୀ ନେତା ଜିତୁ ଜାକାସିକା, ନାରୀ ନେତ୍ରୀ ରମଣୀ ଦୁରିଆ, ଫେଡେରେସନର କର୍ମଚାରୀ ବିଭାଗ ମୁଖ୍ୟ ପ୍ରକାଶ ସାଗର, ଗାଡେବନ୍ଧ ସରପଂଚ କବିତା ବାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଫେଡେରେସନର ଲାଞ୍ଜିଗଡ ବ୍ଲକ ଯୁବ ସଭାପତି ଭାବେ ସୁବାସ ନାଏକଙ୍କ ନାମ ଘୋଷଣା କରାଯାଇଥିଲା । ବିଶ୍ୱନାଥପୁର କଲୋନୀପଡାସ୍ଥିତ ମାଁ ଠାକୁରାଣୀ ଯୁବକ ସଂଘ, ଅମ୍ବାଦଳା ଡ. ବିଆର୍ ଆମ୍ବେଦକର କ୍ଲବ, ମଧୁପୁର ଓ ମୁଣ୍ଡାଗାଁ ଡମ୍‌ବାଜା ଦଳର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶେଷରେ ଧନ୍ୟବାଦ ଦେଇଥିଲେ ଗୋପାଳଦାସ ମହାନନ୍ଦ । ଏହି ସମାବେଶରେ ଲାଞ୍ଜିଗଡ ବ୍ଲକର ୨୬ଗୋଟି ଗ୍ରାମପଂଚାୟତ ସମେତ କଳାହାଣ୍ଡି ଜିଲ୍ଲାର କୋଣଅନୁକୋଣରୁ ପାଂଚ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ବିଶ୍ୱନାଥପୁର ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଥିଲେ । ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ ।

Related posts

କବିତା – ସାହିତ୍ୟ ନୁହଁଇ ଶସ୍ତା

Sunil Chandra Nayak

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଗଛକୁ ଧକ୍କା ଦେଲା ଦ୍ରୁତଗାମୀ କାର

Sunil Chandra Nayak

ଗୋଳାମୁଣ୍ଡାର କେତେକ ସ୍ଥାନରେ ଅମୃତ ଧାରା ନିର୍ମାଣ ପାଇଁ ସାଧାରଣ ଲୋକଙ୍କ ଦାବି

Leave a Comment

error: Content is protected !!