ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣ ଅଂଚଳର ଯୁବ ସମାଜସେଵୀ ସ୍ଵର୍ଗତ ଜିତୁ ପଟନାୟକଙ୍କ ୧୩ ତମ ପୂଣ୍ଯତିଥି ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ପାଳିତ

ଗୋରୁମହିଷାଣ ଅଂଚଳର ଯୁବ ସମାଜସେଵୀ ସ୍ଵର୍ଗତ ଜିତୁ ପଟନାୟକଙ୍କ ୧୩ ତମ ପୂଣ୍ଯତିଥି ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ପାଳିତ

ମୟୂରଭଂଜ -୧୫/୦୮ — ମୟୂରଭଂଜ ଜିଲ୍କାର ସିମାନ୍ତ ଗୋରୁମହିଷାଣୀ ଅଂଚଳର ବିଶିଷ୍ଟ ଯୁବ ସମାଜସେବୀ ସ୍ଵର୍ଗତ ଜିତୁପଟନାୟକଙ୍କ ୧୩ ତମ ପୂଣ୍ଯତିଥି ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ନିଆରା ଢଙ୍ଗରେ ଗୁରୁବାର ଦିନ ପାଳିତ ହୋଇଯାଇଛି ।ଟ୍ରଷ୍ଟରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ଵର୍ଗତ ଜିତୁ ପଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର‌ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଟ୍ରଷ୍ଟ ଦ୍ଵାରା ଚିହ୍ନଟ କରାଯାଇଥିବାଗୋରୁମହିଷାଣୀ ଅଂଚଳର ୬ ଜଣ ଦିଵ୍ଯାଙ୍ଗ,ଅସହାୟ ଏଵଂ‌ଅସହାୟ ବୃଦ୍ଧା ମାନଙ୍କୁ ଆର୍ଥିକ ସହାୟତା କରାଯାଇଥିଲା ।ତଦସହ ବାରିପଦାର ଏକ ଅନାଥାଶ୍ରମ ରୁ ଅନ୍ତେଵାସୀ କୁନିକୁନି ପିଲାମାନଙ୍କ ପାଠ ପଢିବା ପାଇଁ ଆବଶ୍ୟକୀୟ ଉପକରଣ ଏବଂ ମାସକର ଖାଦ୍ଯ ସାମଗ୍ରୀ ତଥା ୬୦ ହଜାର ଟଙ୍କାର ଅର୍ଥରାଶି ସହାୟତା ଯୋଗାଇ ଦିଆଯାଇଥିଲା ।କାର୍ଯ୍ଯକ୍ରମରେ ରାଇରଙ୍ଗପୁର ପୌରାଧ୍ଯକ୍ଷ ଯୁବ ସମାଜସେଵୀ ଅଭିଷେକ ପଟନାୟକ,ରାଇରଙ୍ଗପୁର‌ ଵ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ,ବାରିପଦା ମହିଳା ମହାବିଦ୍ୟାଳୟର ଅଧ୍ୟାପକ କୁମରେଶ ନାୟକ ପ୍ରମୁଖ ଦେଇ ଟ୍ରଷ୍ଟରେ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ ।ସ୍ବର୍ଗତ ଜିତୁ ପଟନାୟକ ମୟୂରଭଂଜ ଜିଲ୍ଲାର ଜଣେ ଯୁବ ସମାଜସେବୀ,କ୍ରୀଡା ସଂଗଠକ,ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ବିନ୍ଧାଣୀ,ଯାମଦା ବ୍ଳକର +୨ ଶହୀଦ ଵୀର୍ଷା ମୁଣ୍ଡା କଲେଜର ଅଧ୍ୟକ୍ଷ,ଅଂଚଳର ଦରଦି ବନ୍ଧୁ ଥିଲେ ।ଟ୍ରଷ୍ଟର ସଦସ୍ୟ ତାଙ୍କର ଦୁଇ ପୁତ୍ର ରତ୍ନ ଅଭିଳାଷ ପଟନାୟକ ଏବଂ ଅଭିଷେକ ପଟନାୟକ,ଟୁଲୁ ପଟନାୟକ,ଆଝାର ଆନସାରୀ,ବିଦ୍ୟାପତି ମହାକୁଡ଼,ରଶ୍ମିତ ମାହାନ୍ତି,ଅମଳ ଶର୍ମା,ସୌମିକ କାନୁନଗୋ,ଚନ୍ଦନ ସି, ଅଭି ପାଟବନ୍ଧା,ଚକ୍ର ବେହେରା, ସୁରେଶ ଗୋପ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଂଜ ରୁ ଅକ୍ଷୟ‌ ବିଶ୍ବାଳ ମସିହା ନିଉଜ

Related posts

ମଗଧା ପାଲିଲେ ହରାଲି ଉଆଁସ 

Sunil Chandra Nayak

ପକ୍ଷଘାତି ଟୁକୁନି ମାଝୀଙ୍କୁ ଟ୍ରାଇ ସାଇକେଲ ଓ ଭତ୍ତା ଖଣ୍ଡେ ଦେବାକୁ ଦାବି

Sunil Chandra Nayak

ଚନ୍ଦାହାଣ୍ଡି ରେ ଜାତୀୟ ସେବା ଶିବିର

Sunil Chandra Nayak

Leave a Comment

error: Content is protected !!