ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅଂଚଳରେ ବର୍ତ୍ତମାନ ୟୁରିଆ ସାର ର ଘୋର ଅଭାବ ଦେଖିବାକୁ ମିଳୁଛି I ଆବଶ୍ୟକ ସମୟରେ ଚାଷୀ ସାର ନ ପାଇ ଏ ଡିଲର ରୁ ସେ ଡିଲର ପାଖକୁ ଧାଉଁ ଥିବା ଦେଖାଯାଏ I ଆଉ ଯେଉଁଠି ମିଳିଲା ସେଠାରୁ ସରକାରୀ ଧାର୍ଯ୍ୟ ଠାରୁ ୨ରୁ୩ ଗୁଣା ଦରରେ ସାର କିଣି ଚାଷୀ ଶୋଷଣ ର ଶିକାର ହେଉଥିବା କୁହାଯାଉଛି I କର୍ଲାମୁଣ୍ଡା ବ୍ଲକର କର୍ଲାମୁଣ୍ଡା, ତେରେସିଙ୍ଗା, ରିଷିଡ଼ା, ଗଜବାହାଲ, ପୌରକେଲା, ରାଜପୁର, ଏସ. ମାଳପଡ଼ା, ରିଞ୍ଜା, ରେଗଡ଼ା, ସାପଲହରା, ବୋରପଦର, ଯୋରାଡବରା ପଞ୍ଚାୟତରେ ସାର ର ଅଭାବ ଯୋଗୁଁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି I ଏଣୁ ଏଥି ପ୍ରତି ଦୃଷ୍ଟିଦେବାକୁ ଚାଷୀ ମହଲରେ ଦାବି ହେଉଛି I 

Related posts

ସମାଜ ସଂସ୍କାର ସମିତି ବଡ଼ପଡା ର ବାର୍ଷିକ ବନ୍ଧୁ ମିଳନ ରେ ସାମ୍ବାଦିକଙ୍କ ପିତା ଙ୍କ ସ୍ମୃତି ରେ ଉପଢୌକନ ପ୍ରଦାନ

Sunil Chandra Nayak

ସାପ୍ତାହିକ ନବୀନର ୯୭ ତମ ସ୍ଵନକ୍ଷତ୍ର ଉତ୍ସଵ  ‘ସମ୍ବାଦପତ୍ରର ପରାଧୀନତା ସମାଜ ପାଇଁ କ୍ଷତିକାରକ

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!