ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବିଭକ୍ତ ଢେଙ୍କାନାଳର ପାଇକ ଦହିଖୋରସ୍ଥିତ ପ୍ରଥମ ଆବାସିକ ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

ଅବିଭକ୍ତ ଢେଙ୍କାନାଳର ପାଇକ ଦହିଖୋରସ୍ଥିତ ପ୍ରଥମ ଆବାସିକ ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

 ଢେଙ୍କାନାଳ:ତା.୧୫.୦୮.୨୦୨୫ରିଖ :  ଅବିଭକ୍ତ ଢେଙ୍କାନାଳର ପାଇକ ଦହିଖୋରସ୍ଥିତ ବଳଦିଆବନ୍ଧ ୫୫ ନମ୍ବର୍ ଜାତୀୟ ରାଜପଥ ନିକଟରେ ନବନିର୍ମିତ ପ୍ରଥମ ଆବାସିକ ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ପ୍ରାକ୍ତନ ବରିଷ୍ଠ ସହକାରୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର,ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ଶିକ୍ଷାବିତ୍ ଡା. ଦେବୀ ପ୍ରସାଦ ମିଶ୍ର ମୁଖ୍ଯଅତିଥି ଭାବରେ ଯୋଗଦାନ କରି ଅନୁଷ୍ଠାନସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଅଂଶଗ୍ରହକାରୀ ଦଳଗୁଡ଼ିକରର ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର୍ ଦୁର୍ଗା ମାଧବ ପୃଷ୍ଟି,ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ଞାନେନ୍ଦ୍ର କୁମାର ସାହୁ,ସହଯୋଗୀ ପ୍ରତିଷ୍ଠାତା ଧର୍ମେନ୍ଦ୍ର ପ୍ରସାଦ ସିଂହ,ଉପାଧ୍ୟକ୍ଷ ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ସ୍ଵୀୟ ଅଭିଭାଷଣରେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ସର୍ବବୃହତ୍ ସମ୍ବିଧାନରେ ପ୍ରଦତ୍ତ ସ୍ୱାଧୀନତା ସ୍ବେଚ୍ଛାଚାରିତା ନୁହେଁ ଓ ଭାରତର କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ଯେଉଁ ସେନା ବାହିନୀ ସଦା ସଜାଗ ହୋଇ ଜାଗ୍ରତ ପ୍ରହରୀ ସାଜିଛନ୍ତି,ଯେଉଁ କୃଷକ ବନ୍ଧୁମାନେ ଆମକୁ ଖାଦ୍ୟ ଯୋଗାଇ ବଞ୍ଚାଇ ରଖିଛନ୍ତି,ଯେଉଁମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ଏହି କଷ୍ଟଲବ୍ଧ ସ୍ୱାଧୀନତା ଓ ସମ୍ବିଧାନକୁ ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଚେଷ୍ଟିତ ହେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ସ୍ଵୀୟ ଅଭିଭାଷଣରେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବବୃହତ ସମ୍ବିଧାନକୁ ସମ୍ମାନ ଜଣାଇବା ଓ ଦେଶର କୃଷି,ଶିକ୍ଷା,ସ୍ୱାସ୍ଥ୍ୟ,ଶିଳ୍ପ, ଗମନାଗମନ,ବିଜ୍ଞାନ, ଯୋଗାଯୋଗ, ବୈଷୟିକ ବିଜ୍ଞାନ, ମହାକାଶ ଅଭିଯାନ ଆଦି ସମସ୍ତ କ୍ଷେତ୍ରରେ ଭାରତର ସାମଗ୍ରିକ ସଫଳତା ଭାରତକୁ ବିଶ୍ଵଗୁରୁର ମର୍ଯ୍ୟାଦା ପ୍ରଦାନ କରିପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଓ ଆଜାଦୀର ଅମୃତ ମହୋତ୍ସବ ତଥା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।

ପ୍ରମୁଖ ଯୋଗଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର୍ ଦୁର୍ଗା ମାଧବ ପୃଷ୍ଟି ସ୍ଵୀୟ ଅଭିଭାଷଣରେ ଆଜିର ସ୍ଵାଧୀନତା ଦିବସରେ ଆମେ ପ୍ରକୃତରେ ସ୍ଵାଧୀନ କି ବୋଲି ସମସ୍ତେ ନିଜ ନିଜକୁ ପ୍ରଶ୍ନ ପଚାରିବା ଉଚିତ୍ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ସ୍ଵାଧୀନ ବକ୍ତବ୍ୟ ଆଉ ସ୍ଵାଧୀନ ବିହାର ପ୍ରତ୍ୟେକଙ୍କର ଜନ୍ମଗତ ଅଧିକାର ହେବା ଉଚିତ୍ ଓ ଯେଉଁ ଦିନ ନାରୀଟିଏ ମଧ୍ୟରାତ୍ରରେ ଏକୁଟିଆ ଭାରତର ଯେକୌଣସି ସ୍ଥାନରେ ନିର୍ଭୟରେ ବୁଲିପାରିବ ସେହିଦିନ ଯାଇ ଆମେ ପ୍ରକୃତରେ ସ୍ଵାଧୀନ ବୋଲି କହିପାରିବା।ତେବେ ଖାଲି ସ୍ଵାଧୀନ ବୋଲାଇଲେ ହେବନାହିଁ ଆମକୁ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ମଧ୍ଯ କରି ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶରେ ନିଜ ନିଜର ଯୋଗଦାନ ଦେବାକୁ ପଡ଼ିବ ବୋଲି ଦୃଢ଼ ମତପୋଷଣ କରିଥିଲେ ଯାହାକି ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ଉଚିତ୍ ଦିଗ୍ ଦର୍ଶନ ପ୍ରଦାନ କରିଥିଲା। ,

ଅନୁଷ୍ଠାନର ସମସ୍ତ ଛାତ୍ରୀ,ଛାତ୍ର,ଅଧ୍ୟାପିକା,ଅଧ୍ୟାପକ, ଆଡ଼ମିଶନ ଅଫିସର୍ ବୃନ୍ଦ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଇଂରାଜୀ ଅଧ୍ୟାପିକା ସୋନାଲି ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ।

ପ୍ରାକ୍ତନ ବିଜ୍ଞାନ ଛାତ୍ର ଅବିନାଶଙ୍କ ସଫଳ ପ୍ୟାରେଡ୍ ପରିଚାଳନା,ବ୍ୟାଣ୍ଡ ପାର୍ଟି ଦଳଙ୍କ ବାଦ୍ୟର ତାଳେ ତାଳେ ସମସ୍ତ ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ପ୍ୟାରେଡ୍ କାର୍ଯ୍ୟକ୍ରମ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇପାରିଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ଞାନେନ୍ଦ୍ର କୁମାର ସାହୁ ୭୯ତମ ବର୍ଣ୍ଣାଢ଼୍ୟ ସ୍ୱାଧୀନତା ଦିବସ -୨୦୨୫ ଉତ୍ସବର ସଫଳ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା. ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଉଦ୍ଧାର କଲା ବ୍ଲକ ପ୍ରଶାସନ

masiha

୨୦ ବର୍ଷ ହେଲା ମାନସିକ ରୋଗୀ ଙ୍କୁ ସହ ଯୋଗ ର ହାତ ବଢ଼ାଇଲେ କରୋନା ଯୋଦ୍ଧା ଡାକ୍ତର ଅନ୍ନଦା ଶଙ୍କର ଦାସ

Sunil Chandra Nayak

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

Leave a Comment

error: Content is protected !!