ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ତରଫରୁ  ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ପରିବାରବର୍ଗକୁ ସମବେଦନା ଜ୍ଞାପନ

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଆପଶି ଗ୍ରାମ ର ପ୍ରକାଶ ଭୋଇ ୩୦ବର୍ଷ ପିତା-ସ୍ବର୍ଗତ ବିଦ୍ଯାଧର ଭୋଇ ଙ୍କର ଆଜି ସଂଧ୍ୟା ୫.୩୦ ସମୟ ରେ ନିଜ ଘରେ ଦେହାନ୍ତ ହୋଇଯାଇଛି ।ଖବର ପାଇ ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ସଂଯୋଜକ ନିରାକାର ବୈଦ୍ୟ, ସହ ସଂଯୋଜକ ସୁନିଲ୍ ପାତ୍ର,ତଥା ସେବକ ଭାଇ ଭରତ ମହାରଣା ଭାଇ ଏବଂ ସଂଗଠକ ତଥା ସଭାପତି ବିଭୁପ୍ରସାଦ ଶତପଥୀ ସେଠାରେ ଉପସ୍ଥିତ ରହି ପରିବାରବର୍ଗ ଙ୍କୁ ସାନ୍ତ୍ବନା ପ୍ରଦାନ କରିଥିଲେ ।ତତ୍ ସହିତ ସରପଞ୍ଚ ମହୋଦୟ ଙ୍କୁ ଏ ସମ୍ପର୍କରେ ଅବଗତ କରାଇବାରୁ ସରପଞ୍ଚ ଶ୍ରୀଯୁକ୍ତ ଦିବାକର ନାଏକ ମହୋଦୟ ଏହି ପରି ଦୁର୍ଦ୍ଦିନ ପରିସ୍ଥିତି ରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ କଥା ଦେଇ ଥିଲେ ।ଏବଂ ସଙ୍ଗେ ସଙ୍ଗେ ନିଜସ୍ୱ ସହାୟତା ପୂର୍ବକ ଅର୍ଥ ରାଶି ପାଞ୍ଚ ଶହ ଟଙ୍କା ପ୍ରଦାନ କରିଥିଲେ ।ସଂଗଠନ ତରଫରୁ ଶୋକ ସନ୍ତପ୍ତ ପରିବାରବର୍ଗ ଙ୍କୁ ସାନ୍ତ୍ବନା ଦେବା ସହିତ ଚୁଡା,ମୁଢି,ଚିନି,କଦଳୀ ଶୀତଳ ଭୋଜନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ସଂଗଠନ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଅମର ଆତ୍ମା ର ସଦଗତି ନିମିତ୍ତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ମୁଖ୍ୟ ସଂଗଠକ ତଥା ସଭାପତି ଓ ଉପସ୍ଥିତ ସଦସ୍ୟ ମାନେ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରାର୍ଥନା କରିଥିଲେ।ଏଠାରେ ସୁଚନାଯୋଗ୍ୟ ଯେ ମୃତକ ଙ୍କୁ ବିଗତ ଦିନରେ ସହ ସମ୍ପାଦକ ସୁବାସ ଚନ୍ଦ୍ର ପ୍ରଧାନ,ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଓ ସେବକ ଭରତ ମହାରଣା ଭାଇ କଟକ ବଡ ମେଡିକାଲରେ ରକ୍ତ ଦାନ ପୂର୍ବକ ସ୍ବାସ୍ଥ୍ୟ ସେବା ରେ ସହାୟତା ପ୍ରଦାନ କରିଥିଲେ । ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ନର୍ଲାରେ ସମ୍ବର୍ଦ୍ଧନା

Sunil Chandra Nayak

ଫିରିଙ୍ଗିଆ ବିଲୁପଦର ଗ୍ରାମ ରେ ବଳଦ କିଣା କୁ ନେଇ ଗୁଳିମରା ଘଟଣା ମାମଲାରେ ୪ ଜଣ ଅଭିଯୁକ୍ତ କୁ ଗିରଫ କଲା ପୋଲିସ

Sunil Chandra Nayak

ଲୁନାର ଦାସ ଙ୍କ କବିତା ମାୟା

Sunil Chandra Nayak

Leave a Comment

error: Content is protected !!