ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାୟିକା, ରାଉରକେଲା ର ସ୍ବାଧୀନତା ଦିବସ ପାଳନ 

ନାୟିକା, ରାଉରକେଲା ର ସ୍ବାଧୀନତା ଦିବସ ପାଳନ 

ରାଉରକେଲା: ସହରର ଅନ୍ୟତମ ମହିଳା ଅନୁଷ୍ଠାନ ନାୟିକା ରାଉରକେଲା ତରଫରୁ ସେକ୍ଟର ୭ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମହିଳା ମାନଙ୍କ ମଧ୍ୟରେ ସଶକ୍ତିକରଣ, କାର୍ଯ୍ୟଦକ୍ଷତା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ପାରଦର୍ଶିତା ପାଇଁ ସାଧୁବାଦ୍ ଦେବାସହ ଅନ୍ୟ ଅନୁଷ୍ଠାନ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କନକଲତା ଦାସ,ଡଲିରାଣୀ ବ୍ରହ୍ମା, ଅନ୍ନପୂର୍ଣ୍ଣା ସ୍ବାଇଁ, ନିରୁପମା ମିଶ୍ର, ପୂର୍ଣ୍ଣିମା ପଣ୍ଡା, ସସ୍ମିତା ପାତ୍ର,ମୀନତି ମହାନ୍ତି, ଅରୁନ୍ଧତୀ ସ୍ବାଇଁ, ବୈଜୟନ୍ତୀ ବେହେରା, କ୍ଷୀରୋଦା ବାରିକ, ରୀନା ମହାନ୍ତି, ସନ୍ଧ୍ୟା ପଟ୍ଟନାୟକ,ରୁନୁ ବେକ୍,ରୀତା ଦାସ, କଲ୍ୟାଣୀ ଦାସ, ଶାନ୍ତି ଦାସ ଙ୍କ ସମେତ ବହୁ ସଂଖ୍ୟାରେ ଏସଏଚଜି ସଦସ୍ୟା ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ 

Sunil Chandra Nayak

୧- ସେବା ସଂକଳ୍ପ ଅଭିଯାନ ଅବସରରେ ରକ୍ତଦାନ ଶିବିର , ୨- ମମତା ସ୍କିମ ଉପରେ ତାଲିମ ପ୍ରଦାନ 

Sunil Chandra Nayak

ଯାମଦା ବ୍ଳକ ; ଯାମଦାରେ ବହୁ ପ୍ରତିକ୍ଷିତ ଅଟଳ ବସଷ୍ଟାଣ୍ଡ ଶିଳାନ୍ୟାସ କଲେ ସାଂସଦ ଓ ଵିଧାୟକ

Leave a Comment

error: Content is protected !!