ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଅନୁଷ୍ଠାନ ସାହିତ୍ୟ ସଂସଦକୁ ମିଳିଲା ଅଟଳ ପ୍ରତିଭା ସମ୍ମାନ ପତ୍ର

ମୋ ଅନୁଷ୍ଠାନ ସାହିତ୍ୟ ସଂସଦକୁ ମିଳିଲା ଅଟଳ ପ୍ରତିଭା ସମ୍ମାନ ପତ୍ର

ଖଇରା,୧୭/୮/୨୫- ଅଟଳ ବିହାରୀ ବାଜପେୟୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର ତରଫରୁ ତା ୧୬/୮/୨୦୨୫ ରିଖରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ବିଭିନ୍ନ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାପତି ଇଂ ସୁଧାକର ପତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟବକ୍ତା ଭାବେ କର୍ଣ୍ଣେଲ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୭ମ ପୁଣ୍ୟତିଥି ପାଳନ ଅବସରରେ ପ୍ରତିଭା ସମ୍ମାନ, ସ୍ମୃତି ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ବିବେଦୀ ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ସଂଯୋଜନା କରିଥିଲେ ସୁନାମ ଧନ୍ଯ ଚିକିତ୍ସକ ଡଃ ଗୋପାଳ ଚନ୍ଦ୍ର ଦାଶ । ଏଥିରେ ବିଭିନ୍ନ ସାରସ୍ୱତ ସମାଜସେବା ଅନୁଷ୍ଠାନ, ସାରସ୍ୱତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମଞ୍ଚାସୀନ ଅତିଥି । ସାହିତ୍ୟ, ସମ୍ବାଦ ଓ ସମାଜସେବାକୁ ନେଇ ବାଲେଶ୍ଵର ଜିଲ୍ଲାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ମଧ୍ୟ ସମ୍ମାନିତ ହେବାକୁ ମନୋନୀତ ହୋଇଥିଲା । କେବଳ ସାହିତ୍ୟ ସାଧନାକୁ ଗୁରୁତ୍ୱ ଦେଇନି ସଂସଦ, ପ୍ରତିବର୍ଷ ବୃଦ୍ଧବୃଦ୍ଧା, ଗରିବ, ଅସହାୟ, ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଇତ୍ୟାଦି ବ୍ଯକ୍ତି ମାନଙ୍କୁ କମ୍ବଳ, ମଶାରୀ ଇତ୍ୟାଦି ବଣ୍ଟନ କରିଥାଏ । ସେବା କାର୍ଯ୍ୟ ବିଷୟରେ ସୋସିଆଲ ମିଡ଼ିଆରୁ ଜାଣିଲା ପରେ ମୋ ଅନୁଷ୍ଠାନ ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତଙ୍କୁ ଯୋଗାଯୋଗ କରିଥିଲା ଇନଷ୍ଟିଚ୍ୟୁଟ । ସେବା ଆକାଶରେ ଭଉଣୀ ଶ୍ରୀମତୀ ମାହୁଁନ୍ତ ଉଜ୍ଜ୍ୱଳ ଧ୍ରୁବତାରି ପରି ନିଜର ପ୍ରତିଭାକୁ ବିଚ୍ଛୁରିତ କରି ଚାଲିଛନ୍ତି । ସେଥିପାଇଁ ବିଭିନ୍ନ ସାହିତ୍ୟ ଓ ସମାଜସେବା ଅନୁଷ୍ଠାନ ତାଙ୍କୁ କରୁଛି କୋଳାଗ୍ରତ ଓ ସମ୍ବର୍ଦ୍ଧିତ । ମୁଖ୍ୟ ଅତିଥି ମନମୋହନ ସାମଲଙ୍କ ଠାରୁ ଅନୁଷ୍ଠାନକୁ ପ୍ରଦତ୍ତ ମାନପତ୍ର ଗ୍ରହଣ କରିବା ସହିତ ଅନୁଷ୍ଠାନକୁ ରାଜଧାନୀରେ ଛିଡ଼ା କରାଇ ପାରିଥିବାରୁ ସତରେ ” ମୋ ଅନୁଷ୍ଠାନ ” ଗର୍ବିତ । ବାସ୍ତବରେ ଅନୁଷ୍ଠାନ ପ୍ରତି ଶ୍ରୀମତୀ ମାହୁଁନ୍ତଙ୍କ ସ୍ନେହ, ଶ୍ରଦ୍ଧା, ଆତ୍ମୀୟତା ଓ ଭଲପାଇବା ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି । ସେବା କାର୍ଯ୍ୟ ଜଣଙ୍କ ଦ୍ବାରା ହୁଏନି, ଏଥିପାଇଁ ଯାହାଙ୍କ ମନ ସେବା ପାଇଁ ଉଦ୍ଦିଷ୍ଟ ଥାଏ ସେ ହିଁ ସେବା କାର୍ଯ୍ୟରେ ଆଗେଇ ପାରିବ । ଭଉଣୀ କୁଞ୍ଜଲତାଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ବଳରେ କାର୍ଯ୍ୟଧାରାର ପରିବର୍ତ୍ତନ, ସେବା ଓ ଅନୁଷ୍ଠାନର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେବାରେ ଲାଗି ଥିବାରୁ ସବୁ ମହଲରୁ ଶ୍ରୀମତୀ ମାହୁଁନ୍ତଙ୍କୁ ପ୍ରଶଂସା ମିଳୁଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗଣିତ ପ୍ରଶିକ୍ଷଣ ଶିବିର ପରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

masiha

ଥୁଆମୁଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ

Sunil Chandra Nayak

ଜଳଛତ୍ର ନାଁରେ ଲୋକଙ୍କ ଟଙ୍କାର ଅପବ୍ୟୟ ? ମହାନଗର ନିଗମର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

Leave a Comment

error: Content is protected !!