ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ

ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ

ଖଇରା,୧୮/୮/୨୫- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ଗରସଙ୍ଗ ପରିସରରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଅଧ୍ୟକ୍ଷ ରତ୍ନାକର ହାତୀଙ୍କ ସଭାପତିତ୍ବରେ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ମନୀନ୍ଦ୍ର କୁମାର ଦିକ୍ଷୀତ୍ ଯୋଗଦେଇ ଆତ୍ମନିର୍ଭରଶୀଳ ହେବା ପାଇଁ ଛାତ୍ରଛାତ୍ରୀ ମାନେ ଏବେ ଠାରୁ ଚେଷ୍ଟିତ ହେବା ଦରକାର ବୋଲି ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସମୀର କୁମାର ମହାରଣା, ମନୋରଞ୍ଜନ ମିଶ୍ର, ପବିତ୍ର ମୋହନ ମହାନ୍ତି, ଚିତ୍ତରଞ୍ଜନ ପତ୍ରୀ, ଗଣେଶ ପ୍ରସାଦ ତିଆଡି, ହିରଣ୍ୟ କୁମାର ମଲ୍ଲିକ, ହରେକୃଷ୍ଣ ରାଉଳ ଏବଂ ଅଧ୍ୟାପିକା ଶୁଭଦର୍ଶୀନି ବେହେରା ପ୍ରମୁଖ ଯୋଗଦେଇ ଷ୍ଟାଟଅପ ବିଷୟରେ କହିଥିଲେ । କାର୍ଯ୍ୟକ୍ରମ ସଞ୍ଚାଳିକା ଅଧ୍ୟାପିକା ମାନଭବାନୀ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଧ୍ୟାପକ ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଡିଗ୍ରୀ ମହାବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ସାର୍ଟିଫିକେଟ ବଣ୍ଟନ କରିଥିଲେ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ୬୫୦୩ ଜଣ ଶିଶୁକୁ ଖୁଆଇଲେ ପୋଲିଓ ବୁନ୍ଦା 

Sunil Chandra Nayak

ଖୋଜିଲେ ମିଳୁନି ଦାଣ୍ଡି କିଆରୀ ,ପୋଖରୀ ନ ଥାଇ କେମିତି ହେଲା ପୁନଉର୍ଦ୍ଧାର ?

Sunil Chandra Nayak

Leave a Comment

error: Content is protected !!