ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ

ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ

ଖଇରା,୧୮/୮/୨୫- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ଗରସଙ୍ଗ ପରିସରରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଅଧ୍ୟକ୍ଷ ରତ୍ନାକର ହାତୀଙ୍କ ସଭାପତିତ୍ବରେ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ମନୀନ୍ଦ୍ର କୁମାର ଦିକ୍ଷୀତ୍ ଯୋଗଦେଇ ଆତ୍ମନିର୍ଭରଶୀଳ ହେବା ପାଇଁ ଛାତ୍ରଛାତ୍ରୀ ମାନେ ଏବେ ଠାରୁ ଚେଷ୍ଟିତ ହେବା ଦରକାର ବୋଲି ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସମୀର କୁମାର ମହାରଣା, ମନୋରଞ୍ଜନ ମିଶ୍ର, ପବିତ୍ର ମୋହନ ମହାନ୍ତି, ଚିତ୍ତରଞ୍ଜନ ପତ୍ରୀ, ଗଣେଶ ପ୍ରସାଦ ତିଆଡି, ହିରଣ୍ୟ କୁମାର ମଲ୍ଲିକ, ହରେକୃଷ୍ଣ ରାଉଳ ଏବଂ ଅଧ୍ୟାପିକା ଶୁଭଦର୍ଶୀନି ବେହେରା ପ୍ରମୁଖ ଯୋଗଦେଇ ଷ୍ଟାଟଅପ ବିଷୟରେ କହିଥିଲେ । କାର୍ଯ୍ୟକ୍ରମ ସଞ୍ଚାଳିକା ଅଧ୍ୟାପିକା ମାନଭବାନୀ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଧ୍ୟାପକ ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଡିଗ୍ରୀ ମହାବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ସାର୍ଟିଫିକେଟ ବଣ୍ଟନ କରିଥିଲେ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏଚଏଫଆଇ ପକ୍ଷରୁ ରାଉରକେଲା ବିକାଶ ଓ ସମସ୍ୟା ନେଇ ଆଲୋଚନା ମଞ୍ଚ’ ଆୟୋଜିତ

Sunil Chandra Nayak

ରୂପସାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ,  ଯଜ୍ଞ, ଭଜନ, ବୃକ୍ଷରୋପଣ ଓ ଦୀପ ଦାନରେ ନବବର୍ଷକୁ ସ୍ବାଗତ

masiha

ବୀର ବାଲ ଦିବସ ପାଳିତ

masiha

Leave a Comment

error: Content is protected !!