ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରେ ଜିଲ୍ଲା ରୁ ଶିରିଡି -ନାସିକ ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରl ଆରମ୍ଭ କଲେ ୧୮୫ଜଣ ବରିଷ୍ଠ ନାଗରିକ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରେ ଜିଲ୍ଲା ରୁ ଶିରିଡି -ନାସିକ ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରl ଆରମ୍ଭ କଲେ ୧୮୫ଜଣ ବରିଷ୍ଠ ନାଗରିକ

 ମୟୂରଭଞ୍ଜ -୨୬/୦୨ // ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରେ ରାଜ୍ୟର ବରିଷ୍ଠ ନାଗରିକ ବିଶେଷ କରି ଯେଉଁ ମାନେ ଆର୍ଥିକ ଦୃଷ୍ଟି ରୁ ଦୁର୍ବଳ ତଥା ଅନ୍ୟାନ୍ୟ ଅlନୁସଙ୍ଗିକ ସମସ୍ୟା ହେତୁ ତୀର୍ଥ ଯାତ୍ରା ରୁ ବଂଚିତ ହେଉଥିଲେ ସେମାନେ ବିଭିନ୍ନ ତୀର୍ଥ ସ୍ଥାନ ଦର୍ଶନ କରିବା ପାଇଁ ସୁଯୋଗ ପାଉଛନ୍ତି ଏବଂ ରାଜ୍ୟ ସରକାର ଙ୍କ ଉକ୍ତ ଯୋଜନା ବରିଷ୍ଠ ନାଗରିକ ଙ୍କ ପାଇଁ ବେଶ ସହାୟକ ହବା ସହିତ ସେମାନଙ୍କ ମନରେ ଆନନ୍ଦ, ଉତ୍ସାହ ଆଣିଦେଇପାରିଛି.।

ଚଳିତ ବର୍ଷ ଓଡିଶା ସରକାର ଙ୍କ ପର୍ଯ୍ୟଟନ ବିଭାଗ ଓ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ୧୮୫ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇ ଆଜି ଅପରାହ୍ନ ୪ଘଟିକା ସମୟରେ ବାରିପଦା ସ୍ଥିତ ଷ୍ଟାଡିଅମ ବାରିପଦା ଠାରୁ ଶିରିଡି-ନାସିକ ଅଭିମୁଖେ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି . ।

ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ତତ୍ୱାବଧାନ ରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା, ମୟୁରଭଞ୍ଜ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଫୁଲମାଳ ପିନ୍ଧାଇ ସମ୍ମାନ ଭରା ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପାଇଁ ଏହି ଆଧ୍ୟାତ୍ମିକ ତୀର୍ଥ ଯାତ୍ରାର ସଫଳ ଓ ଶୁଭପ୍ରଦ ହେବା ନେଇ ମଙ୍ଗଳ କାମନା କରିବା ସହିତ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ.।

ପ୍ରକାଶ ଥାଉକି ସମ୍ପୃକ୍ତ ବ୍ଲକ ପ୍ରଶାସନ ତରଫରୁ ସେମାନଙ୍କୁ ମୟୁରଭଞ୍ଜ ଏଥେଲେଟିକ ଆସୋସିଏସନ କନଫରେନ୍ସ ହଲ ନିକଟରେ ପହଞ୍ଚା ଯିବା ପରେ ସେମାନଙ୍କ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ଔପଚାରିକ ବ୍ୟବସ୍ଥା କୁ ସମ୍ପନ୍ନ କରାଯିବା ପରେ ୦୫ ଗୋଟି ବସ ଯୋଗେ ଦାୟିତ୍ୱସମ୍ପନ୍ନ ୫ ଜଣ ନୋଡାଲ ଅଧିକାରୀ ଙ୍କ ତତ୍ତ୍ୱlବଧାନ ରେ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି. ଆଜି ବାଲେଶ୍ୱର ଠାରେ ରାତ୍ର ରହଣି ପରେ ଆସନ୍ତା କାଲି ତା ୨୭-୦୨-୨୦୨୫ରିଖ ସେମାନେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଶିରିଡି ଓ ନାସିକ ଅଭିମୁଖେ ଯାତ୍ରା କରିବେ. ଯାତ୍ରା ସମୟ ରେ ବରିଷ୍ଠ ନାଗରିକ ଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତ ହୋଇଥିବା ୫ ଜଣ ନୋଡାଲ ଅଧିକାରୀ ଯାତ୍ରା ସମୟ ରେ ନିୟମିତ ସମୟ ବ୍ୟବଧାନରେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବା ସହିତ whatsap ଗ୍ରୁପ ଜରିଆରେ ଫୋଟ ଓ ତଥ୍ୟ ଅବଗତ କରାଇବେ.ଉକ୍ତ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଶେଷ ହେଲାପରେ ପୁଣି ସ୍ୱତନ୍ତ୍ର ଟ୍ରେନ ଯୋଗେ ବାଲେଶ୍ୱର ରେଳ ଷ୍ଟେସନ କୁ ୦୪-୦୩-୨୦୨୫ ରିଖ ପ୍ରତ୍ୟାବର୍ତନ କରିବେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ବସ ଯୋଗେ ସେମାନଙ୍କୁ ପୁଣି ବାଲେଶ୍ୱର ରୁ ବାରିପଦା ଅଣାଯିବ ଏବଂ ବାରିପଦାରେ ପହଂଚିବା ପରେ ସମ୍ପୃକ୍ତ ବ୍ଲକ ପ୍ରଶାସନ ଙ୍କ ତରଫରୁ କରାଯାଇଥିବା ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ. ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଅନନ୍ତ ପ୍ରସାଦ ସେଠି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ଅନ୍ୟାନ୍ୟ ପଦାଧିକାରୀ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିବା ବେଳେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ.।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ‌ ମସିହା ନିଉଜ

Related posts

ଲୋକସଂସ୍କୃତିବିତ୍ ଡକ୍ଟର ଆଦିକନ୍ଦ ମହାନ୍ତଙ୍କ ଆତ୍ମଜୀବନୀ ‘ଶିକ୍ଷକ’ ଉନ୍ମୋଚିତ

masiha

Incessant Rains Wreak Havoc in Rayagada, Rail and Road Links Hit

Sunil Chandra Nayak

ଡ୍ରାଇଭର ମହାସଂଘ କୁ ପୁର୍ଣ ସମର୍ଥନ ଜଣାଇଲା ଜିଲ୍ଲା ଯୁବ କଂଗ୍ରେସ , ଯୋଗ ଦେଲେ ଜିଲ୍ଲା ପରିଷଦ ସଭ୍ୟା ଡ. ଲିପିକା ମାଝୀ

Sunil Chandra Nayak

Leave a Comment

error: Content is protected !!