ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଅଜଣା ବ୍ୟକ୍ତିଙ୍କ ତୁମୁଳକାଣ୍ଡ କରି ଦାବୀ କଲା ଶୀଘ୍ର ଚିକିତ୍ସା:ଡାକ୍ତରଙ୍କୁ ମାରିଲା ଶକ୍ତ ଚାପୁଡ଼ା:ପରେ ଫେରାର 

ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଅଜଣା ବ୍ୟକ୍ତିଙ୍କ ତୁମୁଳକାଣ୍ଡ କରି ଦାବୀ କଲା ଶୀଘ୍ର ଚିକିତ୍ସା:ଡାକ୍ତରଙ୍କୁ ମାରିଲା ଶକ୍ତ ଚାପୁଡ଼ା:ପରେ ଫେରାର 

ନବରଙ୍ଗପୁର:(୧୬|୮)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାତ୍ର ୮ ଘଣ୍ଟା ସମୟରେ ଘଟିଛି ଏକ ଅପ୍ରିତିକର ଘଟଣା ଘଟଣାଘଟାଇ ଫେରାର ହୋଇ ଯିବା ପରେ, ସମ୍ପୃକ୍ତ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୁଣ୍ଡ ହୋଇଥିଲେ ବହୁ ସଂଖ୍ୟାରେ ଜନସାଧାରଣ l ଡ଼ାକ୍ତର ଙ୍କୁ ଭଗବାନ ଙ୍କ ଦ୍ଵିତୀୟ ଅବତାର କୁହଯାଏ lରୋଗୀଙ୍କ ଆଶୁ ଆରୋଗ୍ୟ ପାଇଁ ଡ଼ାକ୍ତର ଆପ୍ରାଣ ଚେଷ୍ଟା କରି ଥାଆନ୍ତି l କିନ୍ତୁ ଶତ ଚେଷ୍ଟା କରିବା ପରେ ମଧ୍ୟ ବେଳେ ବେଳେ ରୋଗୀ ମୃତ୍ୟୁ ମୁଖରେ ପଡିଥାନ୍ତି l ଏଭଳି ସମୟରେ ଡ଼ାକ୍ତର ଙ୍କୁ ଟାର୍ଗେଟ କରାଯାଇ ମାଡ ମଧ୍ୟ ମରା ଯାଇଥାଏ l କିନ୍ତି ସମ୍ପୃକ୍ତ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସିଥିଲା ଏକ ଆହତ ଯୁବକ, ତାକୁ ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଥିବା ବେଳେ, ମୋର ଆଗ ସ୍ୱାସ୍ଥ୍ୟ ସେବା କରାଅ ବୋଲି କହି ଗଣ୍ଡଗୋଳ କରି ପରିବେଶରେ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରୁଥିବା ଶୁଣି ସମ୍ପୃକ୍ତ ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାଃ ଶୁଭାଶିଶ ସାହୁ ଘଟଣା ସ୍ଥଳରେ ପହଂଚି ଗଣ୍ଡଗୋଳ ନ କରିବା ପାଇଁ କହିବାରୁ ଆହତ ଜଣକ ଅଧା ଚିକିତ୍ସା ଅବସ୍ତାରେ ଥିବା ସତ୍ତ୍ଵେ ହଠାତ୍ ଡ଼ାକ୍ତର ଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରି ସେଠାରୁ ପଳାଇ ଯାଇଥିଲା l ହେଲେ ଦେହର ଉପର ସ୍ପୋର୍ଟିଂ ବସ୍ତ୍ର ଛାଡି ଦେଇ ଚାଲି ଯାଇଥିଲା l ଉକ୍ତ ସ୍ପୋର୍ଟିଂ ରେ ଆହତ ଯୁବକ ଜଣକ ବରଦେଇ ଲେଖା ଥିବାରୁ ସେହି ଗ୍ରାମର ଯୁବକ ବୋଲି ସନ୍ଦେହ କରାଯାଉଛି l ତେବେ ଖବର ପାଇ ଡାବୁଗାଁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରି ସେହି ଗ୍ରାମକୁ ଯାଇଥିଲେ l ସେହି ଆହତ ଯୁବକ ଘରେ ନ ଥିଲା l

ଏପରି ଅଘଟଣ ଘଟାଇଥିବା ଉଦ୍ଧତ ଯୁବକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବୁଦ୍ଧିଜିବୀ, ଜନସାଧାରଣ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଦୃଢ ଦାବୀ କରିଛନ୍ତି l ପ୍ରକାଶ ଥାଉକି ନାମ ରେଜିଷ୍ଟରରେ ପଞ୍ଜୀକୃତ ନ ହୋଇ ପ୍ରଥମେ ରୋଗୀ ଚିକିତ୍ସା ଆରମ୍ଭ ହୋଇଥିଲା l ମୁଣ୍ଡ ଫାଟି ଯାଇଥିବା ଯୋଗୁଁ ସିଲେଇ ହୋଇଥିଲା, ଇଞେକସନ୍ ଲୋଡ କରୁଥିବା ବେଳେ ଏଭଳି ଅଘଟଣ ଘଟାଇଛି l ଇଞେକସନ୍ ଲୋଡ୍ କରିବାକୁ ସମୟ ତ ଲାଗିବ, ତେବେ ସମୟ କୁ ଅପେକ୍ଷା ନ କରି ଏପରି ଅଘଟଣ ଘଟାଇଛି l ଦୋଷୀ ଉପରେ ଉଚିତ୍ ଦଣ୍ଡ ବିଧାନ କରାନଗଲେ, ସ୍ୱାସ୍ଥ୍ୟସେବା ନିଶ୍ଚିନ୍ତ ଭୁଷୁଡ଼ି ଯିବ ବୋଲି ଆଲୋଚନା ଜୋର ଧରିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରୋଟାରୀ କ୍ଲବ୍ ଜିଲ୍ଲା ୩୨୬୧ ର ଟିମ୍ ଓଜସ୍ବୀ ଉଦଘାଟିତ

Sunil Chandra Nayak

ଦୀର୍ଘ ଦିନ ହେବ ଗାଁ’ରେ ଜଳୁନି ଷ୍ଟ୍ରିଟ୍ ଲାଇଟ

Sunil Chandra Nayak

ଆଦିବାସୀ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!