ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ରାଉରକେଲା: ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝୀଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ଝୀଙ୍ଗିଆ ଓରାମ ଜଣେ ଆଦର୍ଶ ମହିଳା, ଧର୍ମ ପରାୟଣl, ସମାଜସେବୀ, ଶାନ୍ତ ସ୍ଵଭାବ, ମେଳାପି, ଉତ୍ତମ ଗୃହିଣୀ, ପ୍ରେରଣା ଦାୟିନୀ ଥିଲେ ବୋଲି ବକ୍ତା ମାନେ ସ୍ମୃତି ଚାରଣ କରି କହିଥିଲେ । ତାଙ୍କର ଅମୂଲ୍ୟ ଅବଦାନ ଏବଂ ଉତ୍ସାର୍ଗିକୃତ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ଥିଲା ବୋଲି ରଘୁନାଥପଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଚେତନ ନାୟକ ଆଦି ବକ୍ତବ୍ୟରେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ଓ ରମେଶ ଅଗ୍ରୱାଲ, ମଳୟ ମହାପାତ୍ର, ଶଶାଙ୍କ ଶେଖର ଜେନା, ସରୋଜ କୁମାର ଦାସ, ମନୋରଞ୍ଜନ ମୁନି, ଦିଲ୍ଲୀପ ପଟ୍ଟନାୟକ, ଦିଲ୍ଲୀପ ଦାଶ, ବାବୁଲି ମୁର୍ମୁ, ପ୍ରବାଲ ବାରିକ, , ଅଜୟ କଂସାରୀ, ପରେଶ୍ ମିଶ୍ର, ଅଶୋକ ଲେଙ୍କା, ସତ୍ୟ ସାହୁ, ଗୌତମ ବାଡ଼ା ପ୍ରମୁଖ ବହୁ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

masiha

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

Leave a Comment

error: Content is protected !!