ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଡିଆଳ ପୋଲିସ କୁ ବଡ ସଫଳତା, ୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍, ଦୁଇ ଅଭିଯୁକ୍ତ ଅଟକ ତଦନ୍ତ ଜାରି

ଖଡିଆଳ ପୋଲିସ କୁ ବଡ ସଫଳତା, ୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍, ଦୁଇ ଅଭିଯୁକ୍ତ ଅଟକ ତଦନ୍ତ ଜାରି

ନୂଆପଡା,ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା ମିଳିଅଛି। ଦୀର୍ଘ ଦିନ ପରେ ଗଞ୍ଜେଇ ଚଲାନ ଖବର ପାଇ ଖଡିଆଳ ସାଆନ୍ଦୋହେଲା ଛକ ଠାରେ ଦୁଇ ଯୁବକ ବସ ଅପେକ୍ଷା ଥିବା ବେଳେ ତାଙ୍କ ଠାରେ ଗଞ୍ଜେଇ ଥିବା ସୂଚନା ପାଇବା ମାତ୍ରେ ପୋଲିସ ଦଳ ପହଞ୍ଚି ତାଙ୍କୁ କବୁ କରିଥିଲେ। ସେଠାରୁ ୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଜଣାପଡିଛି। ଦୁଇ ଅଭିଯୁକ୍ତ ଅଟକ କରି ଅଧିକ ତଦନ୍ତ ଜାରି ରହିଥିବା ଖଡିଆଳ ଏସ୍ଡ଼ିପିଓ ଉପେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଖଡିଆଳ ଥାନା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଖଡିଆଳ ପୋଲିସ ସୂଚନା ଦେଇଛନ୍ତି। ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ। ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଉତ୍ତରପ୍ରଦେଶ ର ବୋଲି ପୋଲିସ ତଦନ୍ତ ରୁ ଜଣାପଡିଛି। ଏହି ଗଞ୍ଜେଇ ବାଲିମେଲା ଅଞ୍ଚଲରୁ ଆଣି ଉତ୍ତର ପ୍ରଦେଶ କୁ ରପ୍ତାନି କରିବା ବେଳେ ଖଡିଆଳ ପୋଲିସ ଜାବୁଡ଼ି ଧରିଥିଲେ।ଖଡିଆଳ ଥାନା ରେ ଏକ ମାମଲା ରୁଜୁ ହୋଇଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଥୁଆମୁଳ ରାମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ

Sunil Chandra Nayak

ଯୁବତୀ ଜଣକ ଦୌଡ଼ି ଦେଇ ଆତ୍ମହତ୍ୟା

masiha

ମୋଟରସାଇକେଲ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତ୍ତର

Sunil Chandra Nayak

Leave a Comment

error: Content is protected !!