ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଫଟୋଗ୍ରାଫି ଦିବସ

ବିଶ୍ବ ଫଟୋଗ୍ରାଫି ଦିବସ

ମୟୂରଭଂଜ – ୧୯/୦୮ —  ୧୮୩୯ ମସିହା ଜାନୁଆରୀ ୯ ତାରିଖରେ ଫଟୋଗ୍ରାଫି ଆରମ୍ଭ ହୋଇଥିଲା ।ଅଗଷ୍ଟ ମାସ ୧୯ ତାରିଖକୁ ବିଶ୍ବ ଫଟୋଗ୍ରାଫି ଦିବସ ଭାବେ ଫଟୋଗ୍ରାଫି ମାନେ ପାଳନ କରିଆସୁଛନ୍ତି ।ବିନା ଫଟୋ,ବିନାଭାଷାରେ ଯିଏ କଥା କହେ ସେ ହେଉଛି ଫଟୋ ।ପୁରୁଣା ଅଭୁଲା ସ୍ମୃତିକୁ ସାଇତି ରଖିବା ମାଧ୍ୟମ ଅଟେ ।ଫଟୋ ପଛରେ ବହୁତ କାହାଣୀ ଥାଏ ଯାହାକୁ ନେଇ ଫଟୋଗ୍ରାଫି ଉତ୍ସାହିତ ହେବା ସହ ସୃଜନଶୀଳ କାମ କରିବାକୁ ଆଗେଇ ଆସେ ।ଜୀବନକୁ ଡକୁମେଣ୍ଟେସନ କରିବା,ସୌନ୍ଦର୍ଯ୍ୟକୁ କଏଦ କରିବା ଏକ ମୁହୂର୍ତ୍ତକୁ ସଂରକ୍ଷଣ କରିବା ଫଟୋଗ୍ରାଫି ର ଉଦେଶ୍ୟ ।ଏହା ଏକ ସୃଜନଶୀଳତାର କଳା ।ଫଟୋଗ୍ରାଫର କେବଳ ଡିଏସଏଲଆର,ଏସ୍ ଏଲ୍ଆର ଭଳି ବଡ଼ କ୍ୟାମେରା କିମ୍ବା ଲେନ୍ସ ବ୍ୟବହାର କଲେ ଯେ ଭଲ ଫଟୋଗ୍ରାଫି ହେବ ମାନେ ନୁହଁ, ସ୍ମାର୍ଟ ଫୋନରେ ସୁନ୍ଦର ସୁନ୍ଦର ଫଟୋ ଉଠାଇ ହେବ ।ଦାଦନ ଶ୍ରମିକ ,ଦିଵ୍ଯାଙ଼ଗ ଘୁଷୁରି ଘୁଷୁରି ପଞ୍ଚାୟତ କାର୍ଯ୍ୟାଳୟକୁ ରେସନ ଆଣିବା,ସ୍ଵର୍ଗ ରଥ ଅଭାବରେ କାନ୍ଧରେ ନିଜର ଲୋକର ଶବବୁହା ହେଉ,ପ୍ରାକୃତିକ କୂଳୁକୂଳୁ ଝରଣା,ପ୍ରାକୃତିକ ପରିବେଶ,ମୁଦ୍ରାର ଭୟାବହତା,ବନ୍ୟା ପିଡିତା,ଆଦିମ ଅଧିବାସୀଙ୍କର ଜୀବନ ଧାରା,ପଶୁ ପ୍ରତି ପଶୁର ସ୍ନେହ,କରୋନା ସମୟରେ ଦାଦନଙ୍କ ଶହ ଶହ କିମି ଚାଲି ଘରକୁ ଫେରିବା ଦୃଶ୍ୟ,ବିସ୍ଥାପିତଙ୍କ କରୁଣ ଦୃଶ୍ୟ,ଜଙ୍ଗଲ ପୋଡ଼ି ଦୃଶ୍ୟ,ହାତୀଙ୍କ ଗାଁ ମୁହାଁ ପୁରାତନ ମନ୍ଦିର,ରାଜପ୍ରାସାଦର ଦୃଶ୍ୟ କ୍ୟାମେରାରେ ସାଇତି ହୋଇଥାଏ ।ଯୁଗ ଯେତେ ଆଗେଇଲେବି ଫଟୋଗ୍ରାଫି ର ଚାହିଦା ଯୁଗେ ଥିଲା,ଥିବା ଓ ଆଗକୁ ରହିବ ।ଫଟୋଗ୍ରାଫି ଏକ ସୃଜନାତ୍ମକ କଳା ।ମୟୂରଭଂଜ ଜିଲ୍ଲାର ବିଶିଷ୍ଟ ସାମ୍ବାଦିକ,ପରିବେଶବିତ୍,ଫଟୋଗ୍ରାଫର ପ୍ରଦୀପ୍ତ କଵି ଆଜି ଫଟୋଗ୍ରାଫି ଦିଵସ ଅବସରରେ ସମସ୍ତ ଫଟୋଗ୍ରାଫର ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ମୁଣ୍ଡରା ଗୁଡା ଠାରେ ବନମହୋତ୍ସବ ଅନୁଷ୍ଠିତ 

masiha

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ୍ ସମାଜ ପକ୍ଷରୁ ବୈଠକ ଅନୁଷ୍ଠିତ

ପ୍ରେରକ ସଙ୍ଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!