ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ପୁରସ୍କାର 2025 ରେ ସମ୍ମାନିତ ହେଲେ ଡା ରାଧାରାଣୀ ନାୟକ 

  ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ପୁରସ୍କାର 2025 ରେ ସମ୍ମାନିତ ହେଲେ ଡା ରାଧାରାଣୀ ନାୟକ 

ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ଭାରତ ରତ୍ନ ରାଜୀବ ଗାନ୍ଧୀ ଙ୍କର 81 ତମ ଜନ୍ମ ଉତ୍ସବ ଅବସରରେ ଡା ରାଧାରାଣୀ ନାୟକ ଙ୍କୁ NSS କାର୍ଯ୍ୟକ୍ରମ ଅଧିକାରୀ ଭାବରେ ପ୍ରମୁଖ ଅବଦାନ ପାଇଁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ପୁରସ୍କାର 2025 ରେ ସମ୍ମାନିତ କରାଯାଇଅଛି l ସୂଚନାଯୋଗ୍ୟ ଯେ ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣାରେ ଇଂରାଜୀ ଅଧ୍ୟାପିକା ଭାବରେ କାର୍ଯ୍ୟରତ ଡ: ନାୟକ, ମହାବିଦ୍ୟାଳୟ ରେ ଥିବା ମହିଳା ଏନ ଏସ ଏସ ୟୁନିଟ ର କାର୍ଯ୍ୟକ୍ରମ ଅଧିକାରୀ ଭାବରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରି ପ୍ରଶଂସା ର ପାତ୍ର ହୋଇଛନ୍ତି l ସେ ପୋଷ୍ୟ ଗ୍ରାମ ରିସିଗାଁ ଠାରେ ସ୍ୱାସ୍ଥ୍ୟ ଶିବିର, ଠାରୁ ଆରମ୍ଭ କରି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଯଥା ବାଲ୍ୟ ବିବାହ ସଚେତନତା, ଯୌତୁକ ବିରୋଧୀ ସଚେତନତା, ସଡକ ସୁରକ୍ଷା ସଚେତନତା, ମହିଳାମାନଙ୍କ ର ଋତୁଶ୍ରାବ ଜନିତ ସ୍ୱଚ୍ଛତା ଓ ସଚେତନତା, ସ୍ୱଚ୍ଛ ଭାରତ ଅଭିଯାନ, ଇତ୍ୟାଦି ଅନେକ ଜନଉପକାରୀ କାର୍ଯ୍ୟକ୍ରମ ମାନ କରିଛନ୍ତି l ପରିବେଶ ସୁରକ୍ଷା ନିମନ୍ତେ ସେ ଛାତ୍ରୀ ତଥା ଗ୍ରାମବାସୀ ମାନଙ୍କ ସହିତ ମିଶି ଭବାନୀପାଟଣା ର ବିଭିନ୍ନ ସ୍ଥାନରେ 200 ରୁ ଅଧିକ ବୃକ୍ଷ ରୋପନ ମଧ୍ୟ କରିଛନ୍ତି l ସେ ମହା ବିଦ୍ୟାଳୟ ରେ ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ ଅଗ୍ନି ଶମ ବିଭାଗ ଦ୍ୱାରା ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ମଧ୍ୟ ଶିଖାଇଛନ୍ତିl ଏହିପରି ଅନେକ ସଚେତନତା ମୂଳକ କାର୍ଯ୍ୟ କରି ସେ ଛାତ୍ର ଛାତ୍ରୀ ମାନଙ୍କର ପ୍ରେରଣାର ଉତ୍ସ ପାଲଟିଛନ୍ତି l 

( ମ ନି ସ ) 

Related posts

ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

ଓଡିଶା ସାଇବର ସୁରକ୍ଷା ଅଭିଯାନ -୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି

Sunil Chandra Nayak

ବିକାଶର ଧାରା ଓଡିଶା ସାରା ଆସିକା ପୌରପାରିଷଦ ରେ ପାଳିତ ହେଲା

Sunil Chandra Nayak

Leave a Comment

error: Content is protected !!