ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଂଚ ଓ ଓଏସ୍ଏପି ବିଦ୍ୟାଳୟର ମିଳିତ ଆନୁକୂଲରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ମୌସୁମୀ ମିତ୍ରଙ୍କ ସଭାପତିତ୍ବ,ପ୍ରତାପ କୁମାର ପ୍ରଧାନ ଓ ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ଆବାହକତ୍ବରେ ଓ ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ବିଦ୍ୟାଳୟ ପରିସରରେ ପାଳିତହୋଇଯାଇଛି ।ସଭାପତି ସ୍ବାଗତ ଭାଷଣ ଦେଇ କହିଲେ, ଓଡ଼ିଶାର ବରପୁତ୍ର ମାନଙ୍କର ଜୟନ୍ତୀ ତିରୋଧାନ ଦିବସ ପାଳନ ହେଲେ ବିଦ୍ୟାଳୟରେ ପୂର୍ବ ସୁରୀ ମାନଙ୍କ ଜୀବନ ଦର୍ଶନ କଥା ଛାତ୍ର ଛାତ୍ରୀ ଓଡ଼ିଶାର ଜ୍ଞାନଜଗତରେ ପ୍ରବେଶ କରି ପାରିବେ। ଗୋପିନାଥ ମହାନ୍ତିଙ୍କ ସାହିତ୍ଯ ଏକ ଗୁରୁତ୍ୱପୂର୍ଣ୍ଣ ସାହିତ୍ଯ। ଅନ୍ଯତମ ବକ୍ତା ଶିକ୍ଷୟତ୍ରୀ ସଙ୍ଗୀତା ରାଣୀ ବିଶ୍ବାଳ କହିଲେ ଗୋପିନାଥ ମହାନ୍ତି ଓଡ଼ିଆ ଭାଷା ସାହିତ୍ଯର ବିକାଶ ଲକ୍ଷ୍ୟନେଇ ସାହିତ୍ଯ ରଚନା ଆରମ୍ଭ କରିଥିଲେ । ଜଙ୍ଗଲର ଆଦିବାସୀଙ୍କ ଭାଷା ଓ ସଂସ୍କୃତି ଶିକ୍ଷାରୁ ଜନ୍ମ ନେଲା ପରଜା,ଅମୃତର ସନ୍ତାନ, ଦାଦିବୁଢ଼ା, ମାଟିମଟାଳ ଭଳି କାଳଜୟୀ ଉପନ୍ୟାସ । ମୁଖ୍ଯବକ୍ତା ଭାବେ ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ତଥା ସମାଲୋଚକ ଆର୍ତ୍ତତ୍ରାଣ ମହାପାତ୍ର କହିଲେ ଗୋପିନାଥ ମହାନ୍ତିଙ୍କ ଭାଷାଥିଲା ସଂପୁର୍ଣ୍ଣ ମୌଳିକ, ସେ ତାଙ୍କ ଗଳ୍ପ ମାଧ୍ୟମରେ ବ୍ଯକ୍ତି କୈନ୍ଦ୍ରିକ ବିଚାର ଓ ସମାଜବାଦୀ ବିଚାର ମଧ୍ୟରେ ସମନ୍ବିତ ଆଣିଥିଲେ । ଉପନ୍ୟାସ ମାନଙ୍କରେ ସମାଜର ଦଳିତ ଅବହେଳିତ ମଣିଷ ମାନଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତା ବାରିହୋଇ ପଡେ। ସେହିଭଳି ଭାବେ ଅତ୍ଯାଚାରୀ ମାନଙ୍କ ପ୍ରତି ତାଙ୍କର ଭର୍ତ୍ସନାପୁର୍ଣ୍ଣ ବ୍ଯଙ୍ଗ ଦେଖିବାକୁ ମିଳେ। ତାଙ୍କର ସାହିତ୍ଯ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ବୋଲି ମତ ରଖିଥିଲେ। ବରିଷ୍ଠ ଶିକ୍ଷକ ରବିନାରାୟଣ ପାତ୍ର ଧନ୍ୟବାଦ ଦେଇଥିଲାବେଳେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ ସଂପର୍କିତ ବକ୍ତବ୍ଯ ରଖି ପୁରସ୍କାର ଗ୍ରହଣ କରିଥିଲେ। ଧନଞ୍ଜୟ ମଲ୍ଲିକ ସଭା ପରିଚାଳନାରେ ସହଯୋଗ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୫ଟି ସଚିବଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ  , ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

୬୫ ଶତକଡ଼ା ବିକଳାଙ୍ଗ ପ୍ରମାଣ ପତ୍ର ଥାଇ ଦିବ୍ୟାଙ୍ଗ କାଡ୍ରାକା ରାତୁ ଭତ୍ତା ପାଇବାରୁ ବଞ୍ଚିତ

masiha

ଆସନ୍ତା ତା ୨୨. ୦୩.୨୦୨୩ ରିଖ ରେ ଜିଲ୍ଲାସ୍ତରୀୟ ରୋଜଗାର ମେଳା

Sunil Chandra Nayak

Leave a Comment

error: Content is protected !!