ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ସହିତ ସ୍କୁଟି ଜବତ 

ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ସହିତ ସ୍କୁଟି ଜବତ 

 ମୟୂରଭଂଜ -୨୧/୦୮ —  ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲ୍ଲିକ, ସହ ଉପ-ନିରୀକ୍ଷକ ଶ୍ରୀ ସୁଧାଂଶୁ କୁମାର ବେହେରା ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି, ପିଠାକୁଟୁଣୀ ଏବଂ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଘାଗରଢିପା ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ଗୋଟିଏ ସ୍କୁଟି (ଓଡି-୧୧ଏଡି-୩୩୨୩ ) ସହିତ ୧୦୯୮ ଲିଟର ଦେଶୀ ରନ୍ଧା ମଦ ଓ 17800 ଲିଟର ମହୁଲ ପୋଚ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି l ଜବତ ହୋଇଥିବା ଦେଶୀ ରନ୍ଧା ମଦ, ମହୁଲ ପୋଚ ଓ ସ୍କୁଟି ର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବର, କରଞ୍ଜିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିରଞ୍ଜନ ନାୟକ, ଶୁକୃଳି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ବିନ୍ଧାଣୀ, ଯଶିପୁର ଅବକାରୀ ଥାନା ସହ ଉପ-ନିରୀକ୍ଷକ ବିଶ୍ୱନାଥ ମହନ୍ତ, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା, ସଞ୍ଜୀବ ମହାପାତ୍ର, ସୁରେନ୍ଦ୍ର ସୋରେନ, କାଶୀନାଥ ସୋରେନ, ଚୂଡ଼ାମଣି ସିଂ, ସୀତାମଣୀ ମୁର୍ମୁ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପାଣି ଟାଙ୍କି ନିର୍ମାଣରେ ରେ ବ୍ୟବହୃତ ଜେନେରେଟର ,କଟର ମେସିନ ଏବଂ ରଡ଼ ଚୋରୀ ମାମଲାରେ ୬ ଜଣଙ୍କୁ କୋର୍ଟ ଚାଲାଣ

masiha

ଅବୈଧ ନକଲି ଲଟେରୀର ପର୍ଦ୍ଦାଫାସ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ ସହ ୨୫,୩୭,୨୬୦ ଟଙ୍କା ଜବତ.

Sunil Chandra Nayak

ପୋଲସରା ରେ ରୋଜା ଟ୍ରେଡ଼ର୍ସ ଠକେଇ ଘଟଣା… ୮ ମାସ ପରେ ତାଲା ଭାଙ୍ଗି ସାମାନ ଜବତ କଲା ପୁଲିସ , ଲୁଟିଥିଲା କୋଟିଏ, ମିଳିଲା ମାତ୍ର ଲକ୍ଷେ!

Leave a Comment

error: Content is protected !!