ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆସନ୍ତା ୨୭ ରେ ବି ଜେ ପି ରାଜ୍ୟ ସଭାପତି ଙ୍କ ଜୁନାଗଡ଼ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ 

ଆସନ୍ତା ୨୭  ରେ ବି ଜେ ପି ରାଜ୍ୟ ସଭାପତି ଙ୍କ ଜୁନାଗଡ଼ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ 

ଜୁନାଗଡ଼୨୨/ -୮(ମନୀସ)ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲ ଙ୍କ ପ୍ରଥମ କଳାହାଣ୍ଡି ଗସ୍ତ ଆସନ୍ତା ୨୬ ତାରିଖ ଆରମ୍ବ ଆରମ୍ବ ହେଉଛି l ୨୭ ତାରିକ ଜୁନାଗଡ଼ ଗସ୍ତ କୁ ନେଇ ବି ଜେ ପି ମହଲ ଚଳ ଚଞ୍ଚଳ ହୋଇ ଉଠି ଜୁନାଗଡ଼ ପାର୍ଟି ଅଫିସ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ନଗର ସଭାପତି ଵିକ୍ରାନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ବରିଷ୍ଟ ଉପ ସଭାପତି ଅଜୟ ପାଣିଗ୍ରାହୀ, ରାଜ୍ୟ ପରିଷଦ ସଦସ୍ୟ କାଳିନ୍ଦୀ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ସତ୍ୟନାରାୟଣ ବେହେରା, ଜିଲ୍ଲା ବି ଏମ ଏସ ଲିଗାଲ ସେଲ ଜିଲ୍ଲା ସମ୍ପାଦକ ହିମାଂଶୁ ଶେଖର ବରାଡ଼, ପୂ ନଗରପାଳ ସୁଧାଂଶୁ ଶେଖର ବରାଡ଼,ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସମସ୍ତ ମଣ୍ଡଳ ସଭାପତି ରୋଶନ ନାଏକ, ଷଷ୍ଠି ବେହେରା, ଅଂଶୁମାନ ଯୋଶୀ, ଚନ୍ଦ୍ର ହାସ୍ୟ ବିଶ୍ୱାଳ, ବୈଶାକୁ କେତକୀ, ପ୍ରମୋଦ କୁମାର ପ୍ରଧାନ, ଜୟକୃଷ୍ଣ ସାହୁ,ନିଜ ନିଜ ମତ ରଖି ରାଜ୍ୟ ସଭାପତି ଙ୍କ ଗସ୍ତ କୁ ସଫଳ କରିବା ପାଇଁ ମତ ରଖି ଥିଲେ l ଆସନ୍ତା ୨୭ ତାରିକ ୯ଘଣ୍ଟା ସମୟରେ ଏକ ବିଶାଳ ମୋଟର ସାଇକେଲ ରେଲି ରେ ସଭାପତି ଙ୍କୁ ବନମାଳୀ ପୁର ଠାରୁ ପାଛୋଟି ଆଣି ସ୍ଥାନୀୟ ଟାଉନ ହଲ ଠାରେ ଏକ କର୍ମକର୍ତା ସମିଳନୀ ରେ ଉଦବୋଧନ ଦେବେ l ପରେ ପରେ ମା ଲଙ୍କେଶ୍ୱରୀ ଙ୍କ ଦର୍ଶନ ସହ ପ୍ରଭୁ ଶ୍ରୀ ଗଣେଶ ଙ୍କ ଦର୍ଶନ କରିବେ l ଦର୍ଶନ ପରେ ଧର୍ମଗଡ଼ କୁ ଯାତ୍ରା କରିବେ ବୋଲି ବି ଜେ ପି ଅଫିସ ତରଫରୁ ପ୍ରକାଶ l ଏହି ସଭା ରେ ନଗର ସମ୍ପାଦକ ରଞ୍ଜନ କୁମାର ଜାଲ, ଜିଲ୍ଲା ଯୁବ ଉପ ସଭାପତି ଦିବ୍ୟ ଦୀପ ସମ୍ପାଦକ ଟଙ୍କଧର ନାଏକ,ମହିଳା ନେତ୍ରୀ ଶର୍ମିଷ୍ଠା ମେହେର, କାଞ୍ଚନ ବାଗ, ବରିଷ୍ଟu କର୍ମକର୍ତା ସତ୍ୟ ପଣ୍ଡା, ସୁରେଶ ବାଗ, କୁମ୍ବଲେ ପାଣିଗ୍ରାହୀ ରଞ୍ଜନ ରାଉତ, ଓ ନିର୍ବାଚନ ମଣ୍ଡଳୀ ରୁ ଅନେକ କର୍ମକର୍ତା ଉପସ୍ଥିତ ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଭାଜପା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ବିଜୁ ଜନତା ଦଳ ତରଫରୁ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ଭୋଟ ପ୍ରଚାର 

masiha

ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!