ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଅନ୍ଧାର

 ଅନ୍ଧାର

                   କୈଳାସ ଚ଼ନ୍ଦ୍ର ପାଢ଼ୀ

 

ବାହାରେ ଅନ୍ଧାର

ଭିତରେ ଅନ୍ଧାର

ସବୁଠିଁ ତ ଖାଲି

           ଅନ୍ଧାର ର କଳାଛାଇ,

ଆଲୁଅ ଟିକିଏ କାହିଁ ?

ଅନ୍ଧାର ଠାରୁ

ଆଲୁଅ ଆହୁରି

           ଭୀଷଣ ଛଳନାମୟୀ ।।

 

ସାରା ଅନ୍ଧାରେ

ଧର୍ଷିତା ଏଇ

          ସୁନ୍ଦରୀ ମାଟି ମାଆ,

ସର୍ବେ ତ ଏଠି

ମତ୍ତ-ମାତଙ୍ଗ

         କିଏସେ କରିବ ଆହା 

ସରି ସରି ଯାଏ ରାହା

କାପାଳିକ ଏଠି

ତାମସିକତାରେ

          ସୃଷ୍ଟିକୁ କରେ ସ୍ବାହା ।।

 

ଧର୍ମ ତ ଆଜି

ଅଜ୍ଞାତ ବାସେ

          ସମୟ ମାରୁଛି ହାଇ,

ମଥୁରା କଟକେ

ଖେଳି ଯାଉଅଛି

         କାଳର-କରାଳ ଛାଇ

ଚା଼ରିଆଡ଼େ ବିଭୀଷିକା

ପାଣ୍ଡବ ଏଠି

ଯାତନା ଭୋଗଇ

          କଉରବ ମାରେ ଛକା ।।

 

ବସୁଦେବ ଏଠି

ଅନ୍ଧାରେ ସଢେ଼

          ଦେବକୀ ଆଖିରେ ଲୁହ,

ଉଗ୍ରସେନର 

ଅନ୍ତର ତଳେ

          ଅସରା ଅସରା କୋହ

ବସୁଧା ଯେ ଥରହର

ହେ କୃଷ୍ଣ ତୁମେ

ଓହ୍ଲାଇ ଆସ

          ଧର୍ମର ଅବତାର ।।

         

କୁମାର ପୁର। ଅନନ୍ତ ପୁର।

ବାସୁଦେବ ପୁର। ଭଦ୍ରକ ।

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସ୍ନାନ ଯାତ୍ରା

Sunil Chandra Nayak

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କଟକ

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୨ ପାଳିତ 

Sunil Chandra Nayak

Leave a Comment

error: Content is protected !!