ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଅନ୍ଧାର

 ଅନ୍ଧାର

                   କୈଳାସ ଚ଼ନ୍ଦ୍ର ପାଢ଼ୀ

 

ବାହାରେ ଅନ୍ଧାର

ଭିତରେ ଅନ୍ଧାର

ସବୁଠିଁ ତ ଖାଲି

           ଅନ୍ଧାର ର କଳାଛାଇ,

ଆଲୁଅ ଟିକିଏ କାହିଁ ?

ଅନ୍ଧାର ଠାରୁ

ଆଲୁଅ ଆହୁରି

           ଭୀଷଣ ଛଳନାମୟୀ ।।

 

ସାରା ଅନ୍ଧାରେ

ଧର୍ଷିତା ଏଇ

          ସୁନ୍ଦରୀ ମାଟି ମାଆ,

ସର୍ବେ ତ ଏଠି

ମତ୍ତ-ମାତଙ୍ଗ

         କିଏସେ କରିବ ଆହା 

ସରି ସରି ଯାଏ ରାହା

କାପାଳିକ ଏଠି

ତାମସିକତାରେ

          ସୃଷ୍ଟିକୁ କରେ ସ୍ବାହା ।।

 

ଧର୍ମ ତ ଆଜି

ଅଜ୍ଞାତ ବାସେ

          ସମୟ ମାରୁଛି ହାଇ,

ମଥୁରା କଟକେ

ଖେଳି ଯାଉଅଛି

         କାଳର-କରାଳ ଛାଇ

ଚା଼ରିଆଡ଼େ ବିଭୀଷିକା

ପାଣ୍ଡବ ଏଠି

ଯାତନା ଭୋଗଇ

          କଉରବ ମାରେ ଛକା ।।

 

ବସୁଦେବ ଏଠି

ଅନ୍ଧାରେ ସଢେ଼

          ଦେବକୀ ଆଖିରେ ଲୁହ,

ଉଗ୍ରସେନର 

ଅନ୍ତର ତଳେ

          ଅସରା ଅସରା କୋହ

ବସୁଧା ଯେ ଥରହର

ହେ କୃଷ୍ଣ ତୁମେ

ଓହ୍ଲାଇ ଆସ

          ଧର୍ମର ଅବତାର ।।

         

କୁମାର ପୁର। ଅନନ୍ତ ପୁର।

ବାସୁଦେବ ପୁର। ଭଦ୍ରକ ।

 

Related posts

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ପୋଷାକ ଶୃଙ୍ଖଳା

Sunil Chandra Nayak

ନକଟିକାନୀ ଗ୍ରାମପଞ୍ଚାୟତ ରେ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜୀବନ

Sunil Chandra Nayak

Leave a Comment

error: Content is protected !!