ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନିର୍ଦ୍ଦିଷ୍ଟ ଧାରଣାରେ ବସିଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ

ଅନିର୍ଦ୍ଦିଷ୍ଟ ଧାରଣାରେ ବସିଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ

ଯାଜପୁର ୨୨ ଅଗଷ୍ଟ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଆହ୍ବାନରେ ବିଭିନ୍ନ ଦାବି ନେଇ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଖରସ୍ରୋତା ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି | ଏହି ଧାରଣାରେ ୨୫ ରୁ ଉଦ୍ଧ ଟିଚିଙ୍ଗ ଓ ନଟିଙ୍ଗ ଷ୍ଟାପ ମାନେ ସାମିଲ ହୋଇଛନ୍ତି | ଫଳରେ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି | ବାରମ୍ବାର ସେମାନଙ୍କ ଦାବିକୁ ସରକାର ଏଡାଇ ଦେଉଥିବାରୁ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମାନେ ସମାନ କାମ କରି ମଧ୍ୟ ଅତି ସ୍ୱଳ୍ପ ଦରମାରେ କାମ କରୁଛନ୍ତି | ୨୦୦୮ ରୁ ୨୦୧୮ ଜି ଆଇ ଏ ଦାବି ପୂରଣ ସହ ଅନ୍ୟାନ୍ନ ଦାବି ପୂରଣ ନହେଲେ ଏହି ଧାରଣା ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିଵ ବୋଲି ଧାରଣକରି ମାନେ ଚେତାବନୀ ଦେଇଥିଲେ | ଆଜି ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ୍ୟରେ ଧାରଣାରେ ବସି ପ୍ରତିବାଦ ଜଣାଇଛନ୍ତି ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମାନେ| ଆଜିର ଧାରଣାରେ ସତ୍ୟନାରାୟଣ ଓଝା, ଚନ୍ଦନ ପତି, ରାଜେଶ ପୃଷ୍ଟି, ଜ୍ୟୋତିପ୍ରଭା ମହାନ୍ତି, ରୋଜାଲିନି କୁଆଁର, ସସ୍ମିତା ନାୟକ, ତାପସ ଓଝା, ଶର୍ମିଷ୍ଠା ସାହୁ ପ୍ରମୁଖ ଧାରଣାରେ ବସିଥିଲେ | ତେବେ ମହାବିଦ୍ୟାଳୟର ଏହି ଠିକା କର୍ମଚାରୀ ଓ ଅଧ୍ୟାପକ ମାନେ ଧାରଣାରେ ବସିବା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ସମେତ କଲେଜ କାର୍ଯ୍ୟ ବାଧାପ୍ରାପ୍ତ ହେଇଛି ସରକାର ଏମାନଙ୍କ ଦାବି ପୂରଣ କରିବା ଦିଗରେ ପଦକ୍ଷପ ନେବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବ୍ରଜ କିଶୋର ସାହୁ ମଧ୍ୟ୍ୟ ସରକାରଙ୍କୁ ନିବେଦନ କରିଥିଲେ |

Related posts

ବାଲିଗୁଡା ରେ ନୂତନ ଏସଡିପିଓ ଙ୍କ ଯୋଗଦାନ  

Sunil Chandra Nayak

୫ଟି ସଚିବ ଭି କେ ପାଣ୍ଡିୟାନଙ୍କ ରାୟଗଡା ଜିଲ୍ଲା ଗସ୍ତ

ସଠିକ୍ ଭବିଷ୍ୟ ବାଣୀ ନିମନ୍ତେ ଡଃ.ମନୋଜ ଲେଙ୍କାଙ୍କୁ ଜାତୀୟ ଆଇକନ୍ ସମ୍ମାନ 

masiha

Leave a Comment

error: Content is protected !!