ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଳକ ରେ ନୂତନ ଜିଲ୍ଲାପାଳ ଙ୍କ ପରିଦର୍ଶନ

ବନ୍ଧୁଗାଁ ବ୍ଳକ ରେ ନୂତନ ଜିଲ୍ଲାପାଳ ଙ୍କ ପରିଦର୍ଶନ

ବନ୍ଧୁଗାଁ ବ୍ଳକ ତା ୨୨/୮/୨୫ ବନ୍ଧୁଗାଁ ବ୍ଳକ ପରିଦର୍ଶନ ରେ କୋରାପୁଟ ଜିଲ୍ଲା ନୂତନ ଜିଲ୍ଲାପାଳ ଶ୍ରୀ ମନଜ ସତ୍ୟୱାନ ମହାଜନ ମହୋଦୟ ଆଜି ବନ୍ଧୁଗାଁ ବ୍ଲକରେ ପହଞ୍ଚି ବ୍ଳକ ର କଣ କଣ ଉନ୍ନତି ମୁଳକ କାର୍ଯ୍ୟ ହେଇଛି ତାର ପୁଙ୍ଖାନୁପୁଙ୍ଖ ଭାବେ ବ୍ଳକ ବିଡ଼ିଓ ଶ୍ରୀମତୀ ମିନତି ଜଗଦେବଙ୍କୁ ପଚାରି ବୁଝିଥିଲେ।  ଉକ୍ତ ବୈଠକରେ ତହସିଲଦାର ଶ୍ରୀମତୀ ସୋନାଲି ପାତ୍ର,ଶିଶୁ ବିକାଶ ଅଧିକାର ଶ୍ରୀମତୀ ଗିତାଞୋଳି ମହାରଣା ଓ ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ମିଣିୟାକା ଙ୍କ ଉପସ୍ଥିତ ରେ ଜିଲ୍ଲାପାଳ ଶ୍ରୀ ମନଜୋ ସତ୍ୟବାନ ମହାଜନ ବ୍ଳକ ରେ ଆଇ.ଏ.ୱାଇ ଘର ଗୁଡ଼ିକ କେତେ ଦୁର କାର୍ଯ୍ୟ ହେଉଛି ଓ କେତଟି ଘର କେଉଁ ସ୍ଥିତିରେ ଅଛି ତାହା ଯଥା ଶିଘ୍ର ହିତାଧିକାରୀଙ୍କ ପାଖକୁ ଯାଇ ବୁଝାଇ ସଂପୂର୍ଣ୍ଣ କରିବାପାଇଁ ଓ ପେନସନ ଗୁଡିକ ବୃଦ୍ଧ ବୃଦ୍ଧା କେଉଁ କେଉଁ ସ୍ଥିତିରେ ପାଉଛନ୍ତି ଓ ସେମାନେ ସମସ୍ତେ ପ୍ରତ୍ୟେକ ଗାଁ ଓ ପଞ୍ଚାୟତ ସ୍ତରୀୟ ଲୋକମାନେ ପାଇ ପାରୁଛନ୍ତି କି ନାହିଁ ଏବଂ କେତେ ଜଣ କେଉଁ କେଉଁ ସ୍କୀମରେ ପାଉଛନ୍ତି ତା ବିଷୟରେ ପଛାରି ବୁଝିଥିଲେ ଓ ସ୍କୁଲ୍ ହଷ୍ଟେଲ ଗୁଡିକ ରେ ଛାତ୍ରଛାତ୍ରୀ ମାନେ କେମିତି ରହୁଛନ୍ତି ଓ କେତଟି ଛାତ୍ରାବାସ ଅଛି ସେଠାରେ ପିଲାମାନଙ୍କୁ ରହିବା ଶୋଇବା ବିଛଣା ଓ ଖାଇବା ଖାଦ୍ୟ କେମିତି ଦିଆଯାଉଛି ସେ ବିଷୟରେ ଏବଂ କେତେ ଛାତ୍ରଛାତ୍ରୀ ରହୁଛନ୍ତି ତା ସହ ବ୍ଳକରେ କେତୋଟି ଏମ.ଜି.ଏନ.ଆର.ଇଜି.ଏସ, ର କାର୍ଯ୍ୟ ଗୁଡିକ କେତେଟି ପ୍ରୋଜେକ୍ଟ ଅଛି ସେଥିରୁ କେତୋଟି ଚାଲିଛି ଓ କେତଟି ସରିଛି ପୁଣି କେତେ ଟଙ୍କା ପାଣ୍ଟି ଅଛି ସେ ବିଷୟରେ ବୁଝିଥିଲେ I ଓ ପରେ ନୂତନ ବ୍ଳକ କଠା ପରୀଦର୍ଶନ କରି କଠାର କେତଟି କଠରି କେତେ ଦୁର କାର୍ଯ୍ୟ ହୋଇଛି ଏବଂ କେତେ ଅନୁଦାନ ସେ ବିଷୟରେ ବୁଝିଥିଲେ ପରେ ଜଗିର଼ହିଥିବା ଏସ.ଏ.ଜୀ ଗ୍ରୂପ ମା ମାନଙ୍କ ଅଭିଯଗ ଏବଂ କିଛି ଲୋକଙ୍କ ଅଭିଯଗ ଶୁଣିଲେ I ପରେ ସ୍ଥାନୀୟ ଅଧିକାରିଙ୍କ ସୋହ ଆଲମଣ୍ଡା ସୁଭଦ୍ରା କ୍ୟାପେ ପରିଦର୍ଶନ କରିବା ସହୋ ନିଲାବାଡି ମାଁ ଅଗ୍ନୀଗଙ୍ଗାମାଙ୍କ ମନ୍ଦିର ପ୍ରାଙ୍ଗଣ ଠାରେ ମା ଅଗ୍ନିଗଙ୍ଗାମାଙ୍କ ପୂଜା କମିଟିର ସଭାପତି ଶ୍ରୀ ବାଡ଼ି ସାତ୍ୟମ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ଭଵ୍ୟ ସ୍ୱାଗତ ଜଣାଇବା ସହ ମାଙ୍କ ଫୋଟଚିତ୍ର କମିଟି ତରଫରୁ ପ୍ରଦାନ କରିବା ପରେ ମନ୍ଦିର ଭିତରକୁ ଯାଇ ମା ଙ୍କ ଦର୍ଶନ କରିଥିଲେ ଏବଂ ନିଳାବାଡି ଏସ.ଏସ. ଡ଼ି ବାଳିକା କନ୍ୟାଶ୍ରମ ମଧ୍ୟ ପରିଦର୍ଶନ କରିଥିଲେ ସେବାଶ୍ରମ ପାଇଁ କଣ କଣ ଜରୁରୀ ଆବଶ୍ୟକ ଓ କିପରି ଭାବରେ ପିଲାଙ୍କ ପାଇଁ ସୁବିଧା ମିଳୁଛ ତା ବିଷୟରେ ନେଇ ପଚାରି ବୁଝିଥିବାର ଦେଖିବାକୁ ମିଳିଛି I ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବନ୍ଧୁଗାଁ ଥାନା ଆଇ. ଆଇ. ସି, ଶ୍ରୀ ପ୍ରସନ କୁମାର ମିଶ୍ର ଙ୍କ ସହ ଷ୍ଟାଫ ଉପସ୍ଥିତ ରହିଥିଲେ I

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ରାୟଗଡା :- ଚାନ୍ଦିଲି ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

Sunil Chandra Nayak

ଏକ ମିଳିତ ମଞ୍ଚ ଗଠନ

Sunil Chandra Nayak

Leave a Comment

error: Content is protected !!