ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ସେବା ସମିତି ପକ୍ଷରୁ ତରାପୁର ଠାରେ ଆଜି ୭୦ଜଣ ଗରିବ ମହିଳା ଙ୍କୁ ମାଗଣାରେ ଶାଢୀ ବଣ୍ଟନ

ଜଗନ୍ନାଥ ସେବା ସମିତି ପକ୍ଷରୁ ତରାପୁର ଠାରେ ଆଜି ୭୦ଜଣ ଗରିବ ମହିଳା ଙ୍କୁ ମାଗଣାରେ ଶାଢୀ ବଣ୍ଟନ

ଧର୍ମଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଅସହାୟ ଗରିବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯାଉଛି। ଆସନ୍ତା ନୂଆଖାଇ ରେ ଗରିବ ମହିଳାମାନେ ନୂଆ ଶାଢ଼ୀ ପିନ୍ଧି ଯେପରି ନୂଆଁ ଖାଇ ପାରିବେ ତାହାକୁ ଦୃଷ୍ଟିରେ ରଖି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଏଭଳି ଜନ କଲ୍ୟାଣ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମଠାରେ ୭୦ଜଣ ମହିଳାଙ୍କୁ ଶାଢୀ ପ୍ରଦାନ କରାଯାଇଥିଲା। ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆଇନଜୀବୀ ଥବିର ପ୍ରସାଦ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ସାହୁ,ସରପଞ୍ଚ ପ୍ରତିନିଧି ସଂଜୀବ କୁମାର ସାହୁ, ୱାର୍ଡ ମେମ୍ବର ଭୁବନେ ନିଆଲ, ଅଜିତ ସାହୁ, ଦୁଷ୍ମନ୍ତ ପଣ୍ଡା, ଗୋବିନ୍ଦ ଲହଜଲ ପ୍ରମୁଖ ଯୋଗଦେଇ ଗରିବ ମହିଳା ମାନଙ୍କୁ ଶାଢୀ ପ୍ରଦାନ କରିଥିଲେ।ବବୃବାହାନ ଯୋଷୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଗରୀବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ ଜାରୀ ରଖାଯାଇଛି ଓ ଆଗାମୀ ଦିନରେ ତରାପୁର ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯିବ ବୋଲି ଜଗନ୍ନାଥ ସେବା ସମିତି ର ଅଧକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାମ୍ପ୍ରତିକ ସମୟ ଓ ଭାଗବତରେ ଜୀବନ ଦର୍ଶନ ଆଲୋଚନା ଚକ୍ର 

Sunil Chandra Nayak

ସରକାରି ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ 

masiha

ଶିକ୍ଷାବିତ୍ ବିଜୟ ରାମ ପାତ୍ରଙ୍କୁ ଜନ୍ମ ମାଟିରେ ଶ୍ରଦ୍ଧାଂଜଳି 

masiha

Leave a Comment

error: Content is protected !!