ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦଯାପିତ ଏବଂ ନାଟକ ଅମରଗାଥା ମଂଚସ୍ଥ

ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦଯାପିତ ଏବଂ ନାଟକ ଅମରଗାଥା ମଂଚସ୍ଥ

ରାଉରକେଲା: ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ନାଟ୍ୟ ସଂଘ ଏବଂ ରାଉରକେଲା ଇସ୍ପାତ କାରଖନା ର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ପ୍ରସ୍ତୁତ ନାଟକ ‘ଅମର ଗାଥା’ ସିଭିକ୍ ସେଣ୍ଟର୍ ଠାରେ ମଞ୍ଚସ୍ଥ ହୋଇଯାଇଛି l ୧୫ ଦିନ ବ୍ୟାପି ୨୨ କଳାକାରଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କର୍ମଶାଳାର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ରାଉରକେଲା ଇସ୍ପାତ କାରଖାନା ର ସହର ସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଟି ଜି କାନେକର ଯୋଗଦେଇ ଏପରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡିଶା ନାଟ୍ୟ ସଂଘର ସଭାପତି ମନୋଜ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି ସଭାରେ ସଂଘର ସମ୍ପାଦକ ଶୁଭକାନ୍ତ ପାଢ଼ୀ, କୋଷାଧ୍ୟକ୍ଷ ସୁଶିଲ କୁମାର ପଟ୍ଟନାୟକ ଏବଂ କର୍ମଶାଳାର ନିର୍ଦ୍ଦେଶକ ଦେବାନନ୍ଦ ନାୟକ (ସୋନୀ) ପ୍ରମୁଖ କାର୍ଯ୍ୟକ୍ରମ ସମର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଓଡିଶା ନାଟ୍ୟ ସଂଘର ଉପଦେଷ୍ଟା ମିହିର କୁମାର ମେହେର, ପ୍ରସନ୍ନ ମିଶ୍ର, ସଦସ୍ୟ ଉପେନ୍ଦ୍ର ପତି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଅଗଷ୍ଟ ୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କର୍ମଶାଳାର ନିର୍ଦ୍ଦେଶକ ଭାବରେ ବିଶିଷ୍ଟ ନାଟ୍ୟବିତ୍ ଦେବାନନ୍ଦ ନାୟକ ଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରି କେଦାର ଗୌରୀ କିମ୍ବଦନ୍ତୀ କୁ ନେଇ ନାଟକ ଅମର ଗାଥା ପ୍ରସ୍ତୁତ କରିଥିଲେ ।ଯାହାର ଆଲୋକ ପରିକଳ୍ପନା କରିଥିଲେ ରାକେଶ ଶତପଥୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସତ୍ୟପ୍ରକାଶ ମାଝୀ, ମଞ୍ଚ ସଜ୍ଜା ଦାୟିତ୍ତ୍ୱରେ ଥିଲେ ଉମାକାନ୍ତ ବିଶୋଇ ଓ ପ୍ରଳୟ ଶତପଥୀ ଏବଂ ବେଶ ଓ ରୂପସଜ୍ଜା ରେ ଥିଲେ ପ୍ରତ୍ୟୁଷ । ଏହି କର୍ମଶାଳାର ସଂଯୋଜନା କରିଥିଲେ ଆଲୋକ ଚନ୍ଦ୍ର ବୋଷ ଓ ସହ ସଂଯୋଜକ ଥିଲେ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଓ କନକଲତା ଦାସ । କର୍ମଶାଳା ପରିଚାଳନା କରିଥିଲେ ନାଟ୍ୟ ସଂଘର ଉପଦେଷ୍ଟା ସର୍ବଶ୍ରୀ ଡ଼ଃ ସମର ମୁଦାଲି, ଭାସ୍କର ଚନ୍ଦ୍ର ମହାପାତ୍ର, କୈଳାଶ ପାଣିଗ୍ରାହୀ, ଶରତ ଦାସ, ରାଜୀବ ପାଣି, ବିଜୟ ପାତ୍ର ଓ ନଳିନୀ ନିହାର ନାୟକ ।ନାଟକରେ ଅଭିନୟ କରିଥିଲେ ଭୀଷ୍ମ, ଭାସ୍କର, ଶୁଭମ୍, ଗଗନ, ସ୍ମାରକ, ପ୍ରଦୀପ୍ତ, ସୌରଭ, ପ୍ରତାପ, ବବିତା, ସୁପ୍ରିୟା, ଅଞ୍ଜଳି, ଐଶ୍ୱର୍ୟା, କିଉରିନ, ନିତା, ଦେବଳିନା , ପ୍ରମିଳା, ଶ୍ରିୟା, ସନ୍ଧ୍ୟା, ଆଦିତ୍ୟା, ସୁଭସ୍ମିତା, ଅରୁନ୍ଧତୀ ଓ ସନ୍ତୋଷିନୀ । ନାଟକ ପରିବେଷଣ ପରେ ପ୍ରଶିକ୍ଷିତ ସମସ୍ତ କଳାକାର ମାନଙ୍କୁ ପ୍ରମାଣପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ସମ୍ପାଦକ ଶୁଭକାନ୍ତ ପାଢ଼ୀ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ସମସ୍ତ କଳାକାର ତଥା ଉପସ୍ଥିତ ଅତିଥି, ସାମ୍ବାଦିକ ବନ୍ଧୁଗଣ ଓ ନାଟ୍ୟପ୍ରେମୀ ଦର୍ଶକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବରମୁଣ୍ଡା ଶାରଦୀୟ ଦୁର୍ଗାପୂଜା, ସାଂସ୍କୃତିକ ସନ୍ଧ୍ୟା,ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ଓଡ଼ିଶୀ ନୃତ୍ୟ

Sunil Chandra Nayak

ବିଦାୟ କାଳୀନ ସମ୍ବର୍ଦ୍ଧନ

Sunil Chandra Nayak

ଥନଟ ଗ୍ରାମକୁ ଭଲ ରାସ୍ତାଟିଏ କେବେ? ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟ କ୍ରମରେ ଆର ଡି,ରାସ୍ତା ସଂଯୋଗ ପାଇଁ ଥନଟ ଗ୍ରାମବାସୀ ଙ୍କ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!