ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

ନିଖିଳ ଭାରତ ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରାୟଗଡ ପୌରପରିଷଦ ଦ୍ବାରା ସହର ମଧ୍ୟରେ ଥିବା ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କନିଷ୍ଠ ଓ ବିରିଷ୍ଟ ଗ୍ରୁପ ଦ୍ବାରା ପ୍ରବନ୍ଧ ପ୍ରତିଯୋଗିତା ବକ୍ତୃତା ପ୍ରତିଯୋଗିତା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଯଥାକ୍ରମେ କନ୍‌ଫ୍ରେନସ ହଲ, ଅଡିଟରିୟମ ଓ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଅଦ୍ୟ ତା.୨୫-୦୮ ୨୦୨୫ ରିଖ ଦିନ ଅନୁଷ୍ଠିତ କରାଯାଇଥିଲା ।

ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ବଚ୍ଛତା ପ୍ରତି ପ୍ରତିବନ୍ଧକ, ନିଷ୍ଠା ଓ ଦେଶପ୍ରତି ନିଜର ଦାୟୀତ୍ବକୁ ନଜରରେ ରଖି ଏହି ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ କରାଯାଇ ପ୍ରଥମ ପ୍ରୀତିୟ ଓ ତୃତିୟ ମନୋନିତ କରାଯାଇ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପ୍ରତିଯୋଗି ପ୍ରଶଂସା ପତ୍ର ଦିଆଯିବାର ମଧ୍ୟ ପ୍ରସ୍ତୁତି କରାଯାଇଅଛି ।

ଏହି ବର୍ଷ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ, ଓଡିଶା ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ହେଇଥିବା ବିଜ୍ଞପ୍ତିକୁ ନଜରରେ ରଖି ରାୟଗଡ ପୌରପରିଷଦ ତରଫରୁ ଏହାକୁ ବହୁତ ହସ ଉଲ୍ଲାସର ସହ ପାଳନ କରିବାକୁ ପରିଷଦବୃନ୍ଦ ନିଷ୍ପତ୍ତା ନେଇଛନ୍ତି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

masiha

ଶିବ ଶକ୍ତି ଯୁଥ୍ କ୍ଳବ୍ ପକ୍ଷରୁ ସରସ୍ବତୀଙ୍କ ଆଜ୍ଞା ଲଡୁ ହେଲା ନିଲାମ

masiha

ଭୁବନରେ ଡାଇରିଆ ଯୁଗୁ ଅଣାୟତ,୪୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ,ଜଣେ ମୃତ ,ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଛୁଟିରେ !

masiha

Leave a Comment

error: Content is protected !!